ଗଣମାଧ୍ୟମର କଣ୍ଠରୋଧକୁ ନେଇ କଟକ-ଚୌଦ୍ଵାର ବିକାଶ ପରିଷଦ ପକ୍ଷରୁ ଦାବିପତ୍ର

ଫୋକସ ପ୍ଲସ (କଟକ)୧୦/୦୭/୨୦୨୨ : ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଗଣମାଧ୍ୟମ ପ୍ରତିନିଧି ଗ୍ରାଉଣ୍ଡ ଜିରୋରୁ ବାସ୍ତବ ଚିତ୍ର ପରିବେଷଣ କରିବାରୁ ପ୍ରଶାସନ ଓ ସରକାର ଚାପଗ୍ରସ୍ତ ହୋଇ ତ୍ୱରିତ ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇଥାନ୍ତି। ଏଥିସହ ସାଧାରଣ ଲୋକଙ୍କ ମଧ୍ୟରେ ଏକପ୍ରକାର ସଚେତନତା ସୃଷ୍ଟି ହେଉଥିଲା। କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଦ୍ୟାଳୟ ଓ କ୍ୟାମ୍ପସରେ ପ୍ରବେଶ କରିବା ଉପରେ ଗଣଶିକ୍ଷା ବିଭାଗ ପକ୍ଷରୁ ରୋକ୍ ଲଗାଯାଇଛି। ଅନେକ ବିଦ୍ୟାଳୟର ଗୁମର ଲୋକଲୋଚନକୁ ଓ ବିଭାଗୀୟ ଅଧିକାରୀଙ୍କ କଳା କାରନାମା ଧରାପଡିବା ପରେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପରିବର୍ତ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଏତଲା ଦାୟର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ବିଧାନସଭା ଓ ବଡ ମେଡିକାଲରେ ପ୍ରବେଶ କରିବାକୁ ଅଙ୍କୁଶ ଲଗାଯାଇଥିବା ବେଳେ ଏବେ ଏଥିରେ ବିଦ୍ୟାଳୟ ଯୋଡ଼ି ହୋଇଛି। ତୁରନ୍ତ ଏହି ନିୟମକୁ ପ୍ରତ୍ୟାହୃତ କରିବାକୁ କଟକ-ଚୌଦ୍ଵାର ବିକାଶ ପରିଷଦ ପକ୍ଷରୁ ସଭାପତି ମାନସ କୁମାର ପରିଡାଙ୍କ ନେତୃତ୍ୱରେ ଟାଙ୍ଗୀ-ଚୌଦ୍ଵାର ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

 

କଟକରୁ ପୁର୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ରିପୋର୍ଟ ଫୋକାସ ପ୍ଲସ ।

Leave a Reply

Your email address will not be published. Required fields are marked *