ଭୋକ ଉପାସରେ ୫୦ବର୍ଷୀୟ ଦିବ୍ୟାଙ୍ଗ ରଘୁନାଥ

ଫୋକସ ପ୍ଲସ (ଚିକିଟି)୧୩/୦୭/୨୦୨୨ : -ଗରିବ, ଦିବ୍ୟାଙ୍ଗ ଓ ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତକୁ ଆଣିବା ଲାଗି ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାନ ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚିକିଟି ଏନ୍ଏସି ର ଦିବ୍ୟାଙ୍ଗ ରଘୁନାଥ ପଣ୍ଡାଙ୍କ କ୍ଷେତ୍ରରେ। ଜନ୍ମ ରୁ ଦୁଇ ଆଖି ହରାଇଥିବା ରଘୁନାଥ ଙ୍କ ବୟସ ୫୦ ଟପିଲାଣି। ଏଯାଏଁ ଅବିବାହିତ ରହିଥିବା ବେଳେ କିଡନୀ ରୋଗରେ ସେ ଆକ୍ରାନ୍ତ ହୋଇଛନ୍ତି। ଅପରପକ୍ଷେ ବିଧବା ରୋଗୀଣା ମା ଙ୍କ ଦାୟିତ୍ଵ ତାଙ୍କ କାନ୍ଧରେ ରହିଛି। ସରକାରୀ ସହାୟତା କହିଲେ ଖାଦ୍ୟ ସୁରକ୍ଷା ଯୋଜନାରେ ଦୁଇ ଜଣଙ୍କୁ ମାସିକ ୧୦ କିଲୋ ଚାଉଳ ଓ ୧୨୦୦ ଟଙ୍କା ର ଭତ୍ତା ମିଳୁଛି, ଯାହା ସମୁଦ୍ର କୁ ଶଙ୍ଖେ ସଦୃଶ୍ୟ। କିଡନୀ ରୋଗରେ ଆକ୍ରାନ୍ତ ରଘୁନାଥ ଙ୍କ ମାସିକ ୩ ହଜାର ଟଙ୍କାର ଔଷଧ ଖର୍ଚ୍ଚ ହେଉଥିବା ବେଳେ ରୋଗୀଣା ମାଁ ଙ୍କ ଔଷଧ ଖର୍ଚ୍ଚ ମଧ୍ୟ ରହିଛି।୧୦ କିଲୋ ଚାଉଳ ଓ ୧୨ ଶହ ଟଙ୍କା ଦଶ ଦିନ ରେ ସରି ଯାଉଛି। ତଥାପି ଦୁଇ ଆଖି ହରାଇଥିବା ଦିବ୍ୟାଙ୍ଗ ରଘୁନାଥ ହାରି ନାହାନ୍ତି।ଏକ ଓଜନ ଯନ୍ତ୍ର ଧରି ବିଭିନ୍ନ ଛକ ବଜାର ଓ ଜନଗହଳି ସ୍ଥାନରେ ବସିଥାନ୍ତି। କିଛି ବଦାନ୍ୟ ବ୍ୟକ୍ତି ଓଜନ ଯନ୍ତ୍ରରେ ନିଜ ଓଜନ ମାପିବା ସହିତ ନିଜ ସକ୍ଷମ ଅନୁସାରେ ଦୁଇ ଟଙ୍କା,ପାଞ୍ଚ ଟଙ୍କା ଦିଅନ୍ତି।ଏହ ଏହାସହିତ ସେ ଦଉଡି ସୋଫା ବୁଣି ଦି ପଇସା ରୋଜଗାର କରନ୍ତି। ତଥାପି ତାଙ୍କର ମାସିକ ଖାଇବା ଖର୍ଚ୍ଚ ମଧ୍ୟ ଉଠେ ନାହିଁ ଯାହାରି ଫଳରେ ସେ ସରକାରୀ ସହାୟତାର ପାଇବା ଲାଗି ଉଦ୍ୟମ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଲାଗି ଆବେଦନ କରିବା ସହିତ ବ୍ଳକ ଠାରୁ ଆରମ୍ଭ କରି ଏନ୍ଏସି କାର୍ଯ୍ୟାଳୟ ଓ ଜିଲ୍ଲା ସ୍ବତନ୍ତ୍ର ସୁରକ୍ଷା ଅଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଗୁହାରୀ କରିଥିଲେ।ତତ୍କାଳୀନ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ତାଙ୍କୁ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।ପ୍ରତିଶ ପ୍ରତିଶ୍ରୁତି ସିନା ମିଳିଲା ହେଲେ ସହାୟତା ମିଳିପାରିନାହିଁ। ଯାହା ଦ୍ଵାରା ସେ ଅଣନିଃଶ୍ବାସୀ ହୋଇ ପଡିଛନ୍ତି। ଦୁଃଖ ଓ ପରିତାପର ବିଷୟ ଭୁବନେଶ୍ୱର ର ଏକ ଘରୋଇ ଅନୁଷ୍ଠାନ ତାଙ୍କୁ ପ୍ରତି ମାସରେ ଦୁଇ ଶହ ଟଙ୍କା ପ୍ରଦାନ କରୁଥିବା ବେଳେ ଉକ୍ତ ଦୁଇଶହ ଟଙ୍କା ଆଣିବାକୁ ସେ ପ୍ରତି ମାସରେ ଭୁବନେଶ୍ୱର ଯାଆନ୍ତି।ଏଣୁ ସ୍ବଳ୍ପ ସରକାରୀ ସହାୟତା ତାଙ୍କ ଲାଗି ବୁମେରା ପାଲଟିଛି। ସେଥିପାଇଁ ସେ ସରକାର ଓ ପ୍ରଶାସନ କୁ ନିବେଦନ କରିଛନ୍ତି ତାଙ୍କୁ ଅନ୍ତତଃ ଅନ୍ତର୍ଦୋୟ ଅର୍ଣ୍ଣପୁର୍ଣ୍ଣା ଯୋଜନାରେ ସାମିଲ କରି ମାସିକ ୩୫ କିଲୋ ଚାଉଳ ସହିତ ଆର୍ଥିକ ସହାୟତା ଯୋଗାଇ ଦେଲେ ମା ପୁଅ ଦିଓଳା ଦିମୁଠା ଖାଇବା ସହ ଏକ ଛୋଟିଆ ଦୋକାନ କରି ଚଳିବେ ବୋଲି ସେ ଆମ ପ୍ରତିନିଧି ଙ୍କୁ କୋହଭରା କଣ୍ଠରେ କହିଛନ୍ତି। ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ସହାୟତା ଯୋଗାଇଦେବାକୁ ବୃଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

ଚିକିଟିରୁ ସନ୍ତୋଷ ମହାପାତ୍ରଙ୍କ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *