ଦନ୍ତା ମୁହଁରୁ ଅଳ୍ପକେ ବର୍ତିଲେ ଚାଷୀ

ଫୋକସ ପ୍ଲସ (ଅନୁଗୋଳ)୧୩/୦୭/୨୦୨୨ : କିଶୋରନଗର ବ୍ଲକ, ହଣ୍ଡପା ବାନାଞ୍ଚଳ ପ୍ରତାପପୂର୍ ଗ୍ରାମ ନିକଟ ଜଙ୍ଗଲ ରେ କିଛି ଦିନ ହେବ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି । ବେଳେବେଳେ ହାତୀ ମାନେ ଗ୍ରାମ ମୁହାଁ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଭୟର ଲହରୀ ଖେଳି ଯାଇଛି |ବନକର୍ମଚାରୀ ଓ ଗ୍ରାମବାସୀ ନିଆଁ ଓ ବାଣ ଫୁଟାଇ ମିଳିତ ଭାବରେ ହାତୀ ଘଉଡ଼ାଉ ଚେଷ୍ଟା କରୁଥିଲେ।ଏତିକି ସମୟରେ ଜଣେ ଚାଷୀ ନିଜର ଚାଷ ଜମି କୁ ହାତୀ କବଳରୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ,ଅଜାଣତରେ ଦନ୍ତା ର ଅତି ନିକଟତର ହୋଇଯାଇଥିଲେ ।ଦନ୍ତା ଚାଷୀ ଜଣଙ୍କୁ ଗୌଡାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। କୌଣସି ମତେ ମରଣ ମୁହଁରୁ ଅଳ୍ପକେ ବର୍ତି ଯାଇଥିଲେ ଚାଷୀ।

Leave a Reply

Your email address will not be published. Required fields are marked *