କିଆ ବୁଦା ମୂଳରୁ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର

ଫୋକସ ପ୍ଲସ (ଯାଜପୁର)୧୪/୦୭/୨୦୨୨: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ସୁନାରୀ ଗ୍ରାମର ଖେଳ ପଡିଆ ନିକଟରେ କିଆବୁଦା ମୂଳରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ଘଟଣା ଏହିପରି, ପାଟପୁର ପଞ୍ଚାୟତର ସୁନାରି ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀ ଝିଅ ଗୀତା ଞ୍ଜଳୀ (୩୮) ପନ୍ଦର ବର୍ଷ ତଳେ ବାରବାଟୀ ର ବାଙ୍କସାହି ରେ ସୁରେନ୍ଦ୍ର ଦାସଙ୍କୁ ବିବାହ କରି ଥିଲେ l ବିବାହର ମାତ୍ର ତିନି ବର୍ଷ ପରେ ଘରୋଇ କଳହକୁ ନେଇ ତାଙ୍କର ଏକମାତ୍ର ଝିଅ ସହିତ ବାପ ଘରେ ରହି ଆସୁ ଥିଲେ l ପରିବାର କହିବା ଅନୁଯାୟୀ, ଗୀତା ଞ୍ଜଳୀ ତିନି ଦିନ ହେଲା ନିଖୋଜ ଥିଲେ l ନିଖୋଜ ଥିବା ଘଟଣା ଭାଇ ସୋମ୍ୟ ରଞ୍ଜନ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ l ହେଲେ ଆଜି ସକାଳେ ଗୀତା ଞ୍ଜଳୀଙ୍କର ଘର ସାମ୍ନା ରେ ଥିବା ପଡିଆ କୁ ଗାଈ ବାନ୍ଧିବାକୁ ଯାଇଥିବା ବେଳେ ଜଣେ ଯୁବକ ବୁଦା ମୂଳରୁ ଧୂଆଁ ବାହାରୁଥିବା ଦେଖି ନିକଟରୁ ଯାଇ ଦେଖିଥିଲେ ମୃତ ମହିଳାଙ୍କର ଅର୍ଦ୍ଧ ଦଗ୍ଧ ଶରୀର |ଏହା ପରେ ଖବର ଦେଇଥିଲେ ଗ୍ରାମବାସୀଙ୍କୁ | ଏଠି ସନ୍ଧେହ ଉପୁଜୁଛି ଯଦି ତିନି ଦିନ ହେଲା ମହିଳା ନିଖୋଜ ଥିଲେ ତେବେ ଘର ନିକଟ ବୁଦାରେ ମୃତ ଦେହ ମିଳିଲା କେମିତି ? କେହି ତାଙ୍କୁ ହତ୍ୟା ପରେ ପୋଡି ଦିଆଯାଇଥିବା ପରିବାର ଅଭିଯୋଗ କରିଛନ୍ତି |ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚାଲୁ ରଖିଛି l

ଧର୍ମଶାଳାରୁ ଦିବାକର ଲେଙ୍କା ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *