ଭିସାଷ୍ଟିଲର ଜନସଚେତନତା କର୍ମଶାଳା ଆୟୋଜନ

ଫୋକସ ପ୍ଲସ (ଯାଜପୁର)୧୪/୦୭/୨୦୨୨: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ଗ୍ରାମ ପଞାୟତ ରେ ଆଜି ଭିସା ଷ୍ଟିଲ ତରଫରୁ ଜନସଚେତନତା କାର୍ୟ୍ଯକ୍ରମ ହୋଇଯାଇଛି। ଏହି କାର୍ୟ୍ଯକ୍ରମ ରେ ଭିସା ଷ୍ଟିଲ ର ଡାଇରେକ୍ ମନୋଜ କୁମାର ଙ୍କ ସହଧର୍ମିଣୀ ଶ୍ରୀମତୀ ନୂତନ ଚନ୍ଦ୍ରା, ସନସାୟୀ ମେଡିକାଲ୍ ର ସ୍ତ୍ରୀ ରୋଗ ବିଷେଷଜ୍ଞ ସପ୍ନିତା ହୋତା ଭିସା ଷ୍ଟିଲ ର ସିଏସ୍ଆର ର ମୁଖ୍ଯ ସନ୍ଦୀପ କୁମାର ମିଶ୍ର ସମାଜସେବୀ ପିହୁ, ଭିସା ଷ୍ଟିଲ ତରଫରୁ ଆରତୀ ପାତ୍ର, ଜଖପୁରା ଗ୍ରାମ ପଞାୟତ ର ନିର୍ବାହୀ ଅଧିକାରୀଣି କଲ୍ପିତା ବିଶ୍ବାଳ,ଜଖପୁରା ଅଞ୍ଚଳ ର ବହୁ ମହିଳା ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏହି କାର୍ୟ୍ଯକ୍ରମ ରେ ସନ୍ସାଇ ମେଡିକାଲ ରୁ ଆସିଥିବା ଡକ୍ଟର ହୋତା ମାଡେମ ଋତୁସ୍ରାବ ସ୍ବଚ୍ଛତା, ସ୍ତନ କର୍କଟ ଏବଂ ଡିମ୍ବାଶୟ କର୍କଟ ଉପରେ ଆଲୋଚନା କରିବା ସହିତ ବହୁ ମହିଳା ମାନଙ୍କ ପ୍ରଶ୍ନ ର ଉତ୍ତର ର ରଖିଥିବା ଦେଖିବାକୁ ମିଳିଛି। ଭିସା କାରଖାନା ର ସିଏସ୍ଆର ମୁଖ୍ଯ ସନ୍ଦୀପ କୁମାର ମିଶ୍ର ତାଙ୍କର ପ୍ରତିକିୟା ରେ କହିଲେ କି ଆଗକୁ ଏହିପରି ଭାବେର କାର୍ୟ୍ଯକ୍ରମ ଆଗକୁ ଚାଲୁ ରହିବ।

ଯାଜପୁରରୁ ପଦ୍ମନାଭ ପାହିଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *