ନିରଦାଗ୍ୟାସ ତରଫରୁ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୋକସ ପ୍ଲସ (କାମାକ୍ଷାନଗର)୧୪/୦୭/୨୦୨୨: କାମାକ୍ଷାନଗର ସହର ସନ୍ନିକଟ ଜିରିଡାମାଳି ବଜାର ଠାରେ ଥିବା ନିରଦାଗ୍ୟାସ ତରଫରୁ ଜିରିଡାମାଳି ୟୁପି ସ୍କୁଲ ଠାରେ ସ୍ୱଚ୍ଛଭାରତ ଓ ସୁସ୍ଥଭାରତ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଏଲପିଜି ଅଞ୍ଚଳ ମହାପ୍ରବନ୍ଧକ ଅର୍ଣ୍ଣଭ ବିଶ୍ୱାସ ଯୋଗ ଦେଇଥିଲେ l ଅନ୍ୟ ଅତିଥି ଭାବେ ଆଞ୍ଚଳିକ ସହପ୍ରବନ୍ଧକ ଚନ୍ଦନ କୁମାର ତାଣ୍ଡି, ଜିରିଡାମାଳି ୟୁପି ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶର୍ମିଷ୍ଠା ସାହୁ ଯୋଗ ଦେଇଥିଲେ l ଏହି ପ୍ରତିଯୋଗିତା ରେ ପଞ୍ଚମ, ଷଷ୍ଠ ଓ ସପ୍ତମ ଶ୍ରେଣୀ ର କୋଡିଏ ଜଣ ପିଲା ଭାଗ ନେଇଥିଲେ l ପିଲାମାନଙ୍କୁ ଉପସ୍ଥିତ ଅତିଥି ମାନେ ସ୍ୱଛତା ଉପରେ ବୁଝାଇବା ସହ ନିଜ ଘର ତଥା ବାହାର ଅଞ୍ଚଳ କୁ ସ୍ୱଚ୍ଛ ରଖିବାପାଇଁ ପରାମର୍ଶ ଦେଇଥିଲେ l ଏହି ପ୍ରତିଯୋଗିତା ରେ ଶିବାନୀ ବାରିକ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ସ୍ୱୟଂଶ୍ରୀ ଦେହୁରୀ ଦ୍ୱିତୀୟ ଓ ସ୍ୱୟଂପ୍ରଭା ବେହେରା ତୃତୀୟ ପୁରସ୍କାର ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ନିରଦାଗ୍ୟାସ ତରଫରୁ ପ୍ରୋପାଇଟର ଇନ୍ଦ୍ରଜିତ ପଟ୍ଟନାୟକ ଓ ବିଶ୍ୱଜିତ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବିଚାରକ ଭାବରେ ସତ୍ୟନାରାୟଣ ବେହେରା ଅଂଶଗ୍ରହଣ କରିଥିଲେ |

Leave a Reply

Your email address will not be published. Required fields are marked *