ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରି

ଫୋକସ ପ୍ଲସ (ନାରାୟଣପାଟଣା )୧୫/୦୭/୨୦୨୨: ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରି ଏବଂ ମହିଳା ସରପଞ୍ଚ | ଭରା ନଈରେ ଷ୍ଟ୍ରେଚରରେ ବୋହିଲେ ୪୦ ବର୍ଷୀୟ ବୃଦ୍ଧା ଙ୍କୁ | ଏ ଦୃଶ୍ୟ ହିଁ ବୟାନ କରୁଛି ବିକାଶର ବାସ୍ତବତା କଣ ? କୋରାପୁଟ ଜିଲ୍ଲାର ନାରାୟପାଟଣା ବ୍ଲକ ଅନ୍ତର୍ଗତ ଖାରିକଣା ଗ୍ରାମର ଏକ ୪୦ ବର୍ଷୀୟ ବୃଦ୍ଧା ୨ ଦିନ ଧରି ଜରରେ ପୀଡ଼ିତ ଥିଲେ ହଠାତ ତାଙ୍କ ଦେହ ବହୁତ ଅସୁସ୍ଥ ହେବାରୁ ୧୦୮ ଆମ୍ବୁଲାନ୍ସ କୁ କଲ କରି ଡାକିଥିଲେ |କିନ୍ତୁ ଗାଁ କୁ ରାସ୍ତା କି ବ୍ରିଜ ନଥିବାରୁ ଗାଁ କୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ |ଶେଷରେ ବାଧ୍ୟ ହୋଇ ଆମ୍ବୁଲାନ୍ସ କର୍ମିଚାରି ଏବଂ ମହିଳା ସରପଞ୍ଚ ଆଉ ସ୍ଥାନୀୟ ଲୋକେ ରୋଗୀ ଙ୍କୁ ଭରାନଈରେ ପାର କରି ୩ କିଲୋମଟର କାନ୍ଧରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିବାରେ ସଫଳ ହୋଇଥିଲେ| ପରେ ବୃଦ୍ଧା ଜଣଙ୍କୁ ନାରାଣପାଟଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି |

Leave a Reply

Your email address will not be published. Required fields are marked *