ତିନିବର୍ଷ ଧରି ଶଯ୍ୟାଶାୟୀ, ସାହାଯ୍ୟ ଲୋଡିଲେ ପରିବାର ଲୋକେ

ଫୋକସ ପ୍ଲସ (ରେମୁଣା)୨୦/୦୭/୨୦୨୨: ରେମୁଣା ବ୍ଲକ୍ ଅନ୍ତର୍ଗତ ବଡ଼ପାଳ ଗ୍ରାମ ପଞ୍ଚାୟତର ତୋଭାପାଳ ସାହିର ଲୋଧା ସିଂ ଙ୍କ ପରିବାର ର ଦୁଃଖ ନକହିଲେ ନସରେ। ଆଜିକୁ ପ୍ରାୟ ୩ ବର୍ଷ ତଳେ ଲୋଧା ସିଂ ପକ୍କା କାମ କରିବାକୁ ଯାଉଥିବା ବେଳେ ରୋଡ୍‌ ଆକ୍ସିଡେଣ୍ଟ ରେ ଶରୀରର ଆଧାରୁ ଅଧିକ ଅଙ୍ଗ ଅକାମୀ ହେଇ ପଡିଥିବାବେଳେ, ସଜ୍ୟସାୟୀ ଅବସ୍ତା ରେ ବିତୁଛି ସମୟ |ପରିବାର କହିଲେ ସ୍ତ୍ରୀ ଆଉ ୨ ଜଣ ପୁଅ, ଲୋଧା ସିଂ ଙ୍କ ୨ ପୁଅ ପାଠ ପଢିବାକୁ ଇଚ୍ଛା ଶକ୍ତି ଥିଲେ ମଧ୍ୟ ବାଧକ ସାଜିଛି ଅର୍ଥ । ସ୍ବାମୀ ର ଏ ଭଳି ପରିସ୍ଥିତି ଦେଖି ଘର ଚଳେଇବା ପାଇଁ ଅଣ୍ଟା ଭିଡ଼ିଛି ସ୍ତ୍ରୀ । ଦୁଃଖ ର ବିଷୟ ପକ୍କା କାମ କରି ଜଣେ ମହିଳା ନିଜର ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ଅଟେ। ଲୋଧା ସିଂ ର ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପ ଅବସ୍ଥା କୁ ଯାଉଛି। ଚାଳ କୁଡିଆ ମଧ୍ୟରେ ସମସ୍ତ ପରିବାରର ସମୟ ବିତୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସରକାରି ସୁବିଧା ମିଳିପାରିନାହିଁ । ଲୋଧା ସିଂ ର ପରିବାର ଭୂମିହିନ ହୋଉଥିଲେ ହେଁ ନା ଅଛି ଇନ୍ଦିରାବାସ ଘର ନା ଜମିପଟ୍ଟା । କେନ୍ଦ୍ର ଓ ରାଜ୍ୟ ସରକାର ବିଭନ୍ନ ଯୋଜନାର ଡିଣ୍ଡିମ ପିଟୁଥିବାବେଳେ ଏଠି ଫେଲ ମାରିଛି ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନା ।ବାକି ଦେଖିବାକୁ ରହିଲା ରାଜ୍ୟ ସରକାର ଲୋଧା ସିଂ ପରିବାର ଉପରକୁ କେବେ ଦୃଷ୍ଟି ଆକର୍ଷଣ କରୁଛନ୍ତି।

ରେମୁଣା ବ୍ଲକ ପ୍ରକାଶ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *