ମଦଭାଟି ଉଚ୍ଛେଦ, ଜିଲ୍ଲାପାଳ ଅଫିସ୍ ଘେରାଉ ଚେତାବନୀ ଦେଲେ ମହିଳାଗୋଷ୍ଠୀ

ଗ୍ରାମରୁ ନକଲେ ଆଗାମୀ ଦିନରେ

ଫୋକସ ପ୍ଲସ ( ଅନୁଗୋଳ)୨୦/୦୭/୨୦୨୨: ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରସିଂହା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ‌। ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ଦିନ ଜଗନ୍ନାଥପୁର ପଞ୍ଚାୟତର ସରପଞ୍ଚଙ୍କ ସମେତ ଟାକରସିଙ୍ଗା ଗ୍ରାମର ପାଞ୍ଚଶହ ରୁ ଛଶହ ମହିଳା ପୁରୁଷ ଏକତ୍ରିତ ହୋଇ ଗ୍ରାମରେ ଖୋଲିବାକୁ ଥିବା ନୂତନ ମଦଭାଟିକୁ ବିରୋଧ କରିଛନ୍ତି କାହିଁକି ନା ଯେଉଁ ସ୍ଥାନରେ ନୂତନ ମଦଭାଟିଟି ଖୋଲା ଯାଇଛି ତାକୁ ଲାଗି ବହୁବର୍ଷରୁ ଏକ ଆଲେଖ ମହିମା ଧର୍ମର ମଠ ରହିଛି ସେହିମଠକୁ ଗ୍ରାମର କିଛି ମିହିମା ଧର୍ମାବଲମ୍ବୀ ଆସି ସେଠାରେ ପ୍ରଭୁଙ୍କ ଜ୍ଞାନ ଚର୍ଚ୍ଚା କରୁଛନ୍ତି ଏବଂ ଗ୍ରାମର ମହିଳାମାନେ ସେହି ରାସ୍ତାଦେଇ ବିଭିନ୍ନ କାମରେ ଏକା ବାହାରକୁ ଯାଇ ଏକା ଘରକୁ ଫେରିଥାନ୍ତି । ସେତିକି ନୁହେଁ ସେହି ରାସ୍ତାଦେଇ ଗ୍ରାମର ସ୍କୁଲ ପିଲାମାନେ ପାଠ ପଢ଼ିବାକୁ ଯାଉଛନ୍ତି ଯାହା ଦ୍ଵାରା ସ୍କୁଲକୁ ଯାଉଥିବା ଛୋଟ ପିଲାମାନଙ୍କ ଉପରେ ଏହାର ପ୍ରଭାବ ମଧ୍ୟ ପଡିବାର ସମ୍ଭାବନା ରହିଛି । ଆହୁରି ମଧ୍ୟ ଯୁବକ ଠାରୁ ବୁଢା ପର୍ଯ୍ୟନ୍ତ ତାଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ଗ୍ରାମର ମହିଳା ଅଭିଯୋଗ କରିଛନ୍ତି, କାହିଁକି ନା ଗ୍ରାମର ଅଧିକାଂଶ ଲୋକ ମୂଲମଜୁରିଆ ଅଟନ୍ତି, ମଜୁରିକରି ଯେଉଁ ଦୁଇପଇସା ରୋଜଗାର କରି ଆଣିବେ ସେ ଟଙ୍କା ଘରେ ନଦେଇ ଘରପାଖେ ଥିବା ମଦଭାଟିକୁ ଯାଇ ଦିନ ରାତି ବସି ମଦପିଇ ନଷ୍ଟ ହେବେ ଯାହାକି ପ୍ରତ୍ୟକଙ୍କ ଘରେ ଅସାନ୍ତି ଲାଗିରହିବ । ସେଥିପାଇଁ ଜିଲ୍ଲାପାଳଙ୍କୁ ସେଠାରୁ ମଦଭାଟି ଉଚ୍ଛେଦ କରିବା ପାଇଁ ପୂର୍ବରୁ ଗତ ୧୨ତାରିଖଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଅଭିଯୋଗ ପତ୍ର ମାଧ୍ୟମରେ ଜଣେଇଥିଲେ,ହେଲେ ପ୍ରସାଶନ ପକ୍ଷରୁ ଗାଁକୁ ଏବିଷୟରେ କୈାଣସି ଖବର ନଦେଇ ମଙ୍ଗଳବାର ଦିନ ଗ୍ରାମକୁ ଅବକାରୀ ବିଭାଗର କର୍ମଚାରି ଆସିଥିବାର ଗ୍ରାମର ମହିଳାଗୋଷ୍ଠୀ ଜାଣିବାକୁ ପାଇଥିଲେ । ଏବିଷୟରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣେଇଥିଲେ ,ସରପଞ୍ଚ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମଦଭାଟି ସେଠାରୁ ଉଛେଦ କରିବାକୁ କହିଥିଲେ ହେଲେ ଅବକାରୀ ବିଭାଗର କର୍ମଚାରି ତାଙ୍କର କୈାଣସି କଥା ନଶୁଣି କିଛି ସମୟ ରହି ଚାଲିଯାଇଥିଲେ । ଯାହାଦ୍ଵାରା ଟାକରସିଂହା ଗ୍ରାମର ମହିଳାଗୋଷ୍ଠୀଙ୍କ ସମେତ ଜଗନ୍ନାଥପୁର ପଞ୍ଚାୟତର ସରପଞ୍ଚ ଉକ୍ତ ମଦଭାଟି ସମ୍ମୁଖରେ ଛିଡ଼ାହୋଇ ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ଯଦି ମଦଭାଟି ବନ୍ଦ ନ କରାଯାଏ ଆଗାମୀ ଦିନରେ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଜିଲ୍ଲାପାଳ ଅଫିସ୍ ଘେରାଉ କରିବେବୋଲି ଚେତାବନୀ ଦେଇଛନ୍ତି ମହିଳା ଗୋଷ୍ଠୀ ।

ଅନୁଗୋଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଲସ୍

Leave a Reply

Your email address will not be published. Required fields are marked *