ଚର୍ଚ୍ଚାରେ ଚୌଦ୍ୱାର ପୌରପାଳିକା ଦୁର୍ନୀତି

ଫୋକସ ପ୍ଲସ (ଟାଙ୍ଗୀ)୨୦/୦୭/୨୦୨୨: ଗତ ତିନି ମାସ ମଧ୍ୟରେ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ଟୁର ବିଲ୍ଲ ଦୁର୍ନୀତି ଉପରୁ ସମ୍ପୂର୍ଣ ପରଦା ହଟି ନଥିବା ବେଳେ ଉନ୍ନତି ଯୋଜନାରେ ଅଧେ କୋଟି ଘୋଟଲା ହେଇଥିବାକୁ ନେଇ ସୂଚନା ଅଧିକାର କର୍ମୀ ମନୋଜ ସାହୁ ଓ ଶ୍ରୀକାନ୍ତ ପାକଳ ଲୋକାୟୁକ୍ତରେ ମାମଲା ଦାୟର କରିଥିଲେ । ଏ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଚୌଦ୍ୱାର ବାସୀ ଅନେଇଥିବା ବେଳେ ପୁଣି ଗୋଟେ ବଡ଼ ଅଭିଯୋଗରେ ଛନ୍ଦି ହେଲେଣି ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା । ଅଭିଯୋଗ ମୁତାବକ ଚଳିତ ମାସ ୧୨ ଓ ୧୭ତାରିଖରେ ରାଜ୍ୟ ଲୋକାୟୁକ୍ତଙ୍କ ଦୁଇ ଜଣିଆ ବେଞ୍ଚ ଚୌଦ୍ୱାର ପୌରପାଳିକାରେ ଜାଗାମିଶନ ଯୋଜନା ଜାଲିଆତିର ଅଭିଯୋଗକ୍ରମେ ପୌରପାଳିକାର ନିର୍ବାହୀ ଅଧିକାରୀ, ଜିଲ୍ଲାପାଳ, ତହସିଲଦାର ,DUDAନିଁର୍ଧେଷକ ଓ FIDR ଏନଜିଓ ସମେତ ୫ ଜଣଙ୍କୁ ନୋଟିସ କରିଛନ୍ତି ୲ ଚୌଦ୍ୱାର ଅଂଚଳର ସୂଚନାଧିକାର କର୍ମୀ ମନୋଜ ସାହୁ ଗତ ତାରିଖରେ ରାଜ୍ୟ ଲୋକାୟୁକ୍ତଙ୍କ ପାଖରେ ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ସମସ୍ତ ୱାର୍ଡରେ ଓଡିଶା ସରକାରଙ୍କ ର ବସ୍ତିବାସିନ୍ଦା ଙ୍କ ଥଇଥାନ ପାଇଁ କାର୍ଯ୍ୟକାରୀ ହେଉଥିବା ଜାଗା ମିଶନ ରେ ବ୍ୟାପକ ଜାଲିଆତି ହେଉଛି ଅଭିଯୋଗ କରିଥିଲେ ୲ କେବଳ ୧୦ ନମ୍ବର ଓ ୧୯ ନମ୍ବର ୱାର୍ଡରୁ ୩୨୪ ଜଣଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି ୲ ୧୦ଅଗଷ୍ଟ ୨୦୧୭ପୂର୍ବରୁ ଯେଉଁ ଲୋକ ବସ୍ତିରେ ରହୁଥିବ,ସେମାନଙ୍କର କୋଠାବାଡି କି ନିଜସ୍ୱ ଜାଗା କିଛି ନ ଥିବା ବ୍ୟକ୍ତି ହିଁ ସରକାର ଜାଗା ମିଶନ ଯୋଜନାରେ ସାମିଲ ହେଇ ପରିବେ ବୋଲି ନିୟମ ରହିଛି ୲ କିନ୍ତୁ ଏହାର ବିପରୀତ କାର୍ଯ୍ୟ ଚୌଦ୍ୱାର ପୌରପାଳିକା କ୍ଷେତ୍ରରେ ଦେଖିବାକୁ ମିଳୁଛି ୲ ଏ ନେଇ ମନୋଜ କୁହନ୍ତି, ୱାର୍ଡର କାଉନ୍ସିଲରଙ୍କ ଚାପରେ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଘର ପିଛା ହଜାର ହଜାର ଟଙ୍କା ପିସି ନେଇ ସେମାନଙ୍କୁ ଯୋଗ୍ୟ ଦର୍ଶାଇବା ଆଦି ବ୍ୟାପକ ଜାଲିଆତି କରି ୧୯ ଟି ୱାର୍ଡରେ ବର୍ଷ ବର୍ଷ ଧରି ବାସ କରୁଥିବା ମୋଟ ୮ ହଜାର ରୁ ଉର୍ଧ୍ଵ ବସ୍ତିବାସୀନ୍ଦାଙ୍କଙ୍କ ମଧ୍ୟରୁ କେବଳ ୭୯୩ ଜଣଙ୍କୁ ଯୋଗ୍ୟ ବିବେଚିତ କରିଥିଲେ ୲ ଫଳରେ ଓଟିଏମ୍ କଲୋନୀ ସମେତ ୱାର୍ଡ ନମ୍ବର ୧,୨,୩,୪,୯,୧୪,୧୫ ର ଅନେକ ହିତାଧିକାରୀ ଜାଗା ମିଶନ ଯୋଜନାରେ ବଂଚିତ ହୋଇଛି ୲ ଏହାକୁ ନେଇ ପୂର୍ବରୁ ସୂଚନାଧିକାର କର୍ମୀ ମନୋଜ ଓ ଶ୍ରୀକାନ୍ତ ଅନେକ ଥର ନିର୍ବାହୀ ଅଧିକାରୀଙ୍କ ସମେତ ଜିଲ୍ଲାପାଳ , ଜାଗା ମିଶନ ଡ଼ାଇରେକ୍ଟର ଓ ତହସିଲଦାରଙ୍କୁ ଅଭିଯୋଗ କରିଆସିଥିଲେ ସୁଦ୍ଧା କେହି ଅଭିଯୋଗକୁ କର୍ଣପାତ କରିନଥିଲେ । ଶେଷରେ ବାଧ୍ୟ ହୋଇ ମନୋଜ ସାହୁ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ୲ ଲୋକାୟୁକ୍ତ ସୂଚନ ଅଧିକାର ଆଇନରେ ମିଳିଥିବା ସମସ୍ତ ତଥ୍ୟକୁ ପୁଂଖନୁପୁଙ୍ଖ ନିରୀକ୍ଷଣ କରିବାପରେ ଏଥିରେ ଅଭିଯୋଗର ସତ୍ୟତା ଥିବାର ଅନୁଭବ କରି ତେଣୁ ଏହା ଉପରେସ୍ପଷ୍ଟୀକରଣ ପାଇଁ ଆସନ୍ତା ଅଗଷ୍ଟ ମାସ ୩୦ ତାରିଖ ମଧ୍ୟରେ ଉତର ରଖିବାକୁ ଉପରୋକ୍ତ ୫ଜଣଙ୍କୁ ନୋଟିସ କରିଛନ୍ତି ୲
ଚୌଦ୍ୱାର ପୌରପାଳିକାରେ ଜାଗାମିଶନ ଯୋଜନାର ସର୍ଭେ ପାଇଁ ଭୁବନେଶ୍ୱର ସ୍ଥିତ FIDR ଏନଜିଓ କୁ ଦାୟିତ୍ବ ଦିଆଗଲା ୲ ଏହି ଏନଜିଓ ଘରକୁ ଘରକୁ ବୁଲି ଏହାର ସର୍ଭେ କାମ କରିବ ଏବଂ ଟାଟା କମ୍ପାନୀ ସମ୍ପୂର୍ଣ ୧୯ ଟି ୱାର୍ଡରେ ଡ୍ରୋନ ମାପିଂ ଦ୍ୱାରା ବସ୍ତିଗୁଡ଼ିକର ସର୍ଭେ କରିବ ୲ ଦୁଇଟି ସଂସ୍ଥା ରିପୋର୍ଟ ଦେବାପରେ ପୌରପାଳିକା ଏହାଉପରେ ଏକ UASRRC କମିଟି (Urban area slum redevelopement and resttlement committee ) ଗଠନ କରି ବସ୍ତିବାସିନ୍ଦାଙ୍କୁ ଜାଗାର ସାର୍ଟିଫିକେଟ ବଣ୍ଟନ କରିବେ ୲ କିନ୍ତୁ ସର୍ତ୍ତମୂଳକ ଭାବେ ସେମାନେ ସେହି ଜାଗା ଉପରେ ଘରକରୀ ରହିବେ ୲ ଜାଗାର ସାର୍ଟିଫିକେଟ ସତ୍ଵ ଘରର ବରିଷ୍ଠ ମହିଳାଙ୍କ ନାଁରେ ରହିବ କିନ୍ତୁ ଉପରୋକ୍ତ ଜାଗାକୁ କାହାକୁ ବିକ୍ରି କରୀପାରିବନି କି ବନ୍ଧାପକେଇ ବ୍ୟାଙ୍କରୁ ଋଣ ନେଇପାରିବନି ୲ ଏପରିକି ସେହି ଜାଗାରେ କୌଣସି ବ୍ୟବସାୟିକ କାର୍ଯ୍ୟପାଇଁ ବ୍ୟବହାର କରିପାରିବନି ୲ ଏପରିକି ଯଦି କୌଣସି ପରିବାର ଏହି ଯୋଜନାରେ ନିର୍ଦ୍ଧିଷ୍ଟ ହୋଇଥିବା ଜାଗଠାରୁ ଅଧିକ ଜାଗା ବ୍ୟବହାର କରୁଥାଏ ତେବେ ତାକୁ ଯୋଜନାରେ ମିଳୁଥିବା ଜାଗା ବାଦ ବଳକା ଜାଗାକୁ ସରକାରଙ୍କୁ ଫେରାଇବାକୁ ପଡିବ ୲
ଗତ ଅଗଷ୍ଟ ୨୦୧୮ ମସିହାରେ ସୂଚନା ଅଧିକାର ଆଇନ ରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୧ ମସିହାର ଜଣ ଗଣନା ଅନୁଯାୟୀ ପୌରପାଳିକା ଅନ୍ତର୍ଗତ ୧୯ଟି ୱାର୍ଡରେ ୯ ଟି ମାନ୍ୟତାପ୍ରାପ୍ତ ବସ୍ତି ଏବଂ ୮ଟି ଅଣ ମାନ୍ୟତାପ୍ରାପ୍ତ ବସ୍ତି ରହିଛି ୲ କିନ୍ତୁ ଜାଗାମିଶନ ସାମିଲ କରିବା ପାଇଁ ପୌରପାଳିକା ଉପରିସ୍ଥ ଅଧିକାରୀ ଚଞ୍ଚକତା କରି ପୂର୍ବ ପ୍ରମାଣକୁ କାଟି ନୂଆ କାଗଜ ପତ୍ର ତିଆରି କରିଥିବାର ରିପୋର୍ଟ ପ୍ରସ୍ତୁତ କରି ଆରଟିଆଇ ତଥ୍ୟ ମୁତାବକ ଦେଇଛନ୍ତି ୲ ଏହା ପଛରେ ବଡ଼ ରକେଟ କାମ କରୁଥିବାର ସାଧାରଣରେ ଚର୍ଚ୍ଚା ଜୋର ଧରିଛି ୲ ଉକ୍ତ ଆରଟିଆଇ ତଥ୍ୟ ଅନୁଯାୟୀ ପୂର୍ବରୁ ନିର୍ଦ୍ଧିଷ୍ଟ ହୋଇଥିବା ବସ୍ତି ଗୁଡିକ ଜାଗା ମିଶନ ଯୋଜନାରୁ ବାହାର କରାଯାଇ କେବଳ ଅଣ ସୀକୃତିପ୍ରାପ୍ତ ତିନୋଟି ବସ୍ତି ଏବଂ ସୀକୃତିପ୍ରାପ୍ତ ଗୋଟିଏ ବସ୍ତିକୁ ମିଶାଇ ଆଉ ନୂଆ ,୧୧ ଟି ବସ୍ତି କୁ ଏହି ଯାଜନାରେ ସାମିଲ କରାଯାଇଛି ୲ବାଦ ପଡ଼ିଥିବା ୱାର୍ଡମଧ୍ୟରେ ( ୧,୨,୩,୪,୮,୯,୧୩ ,୧୪,୧୫,୧୬ ) ଏବଂ ନୂତନ ବସ୍ତି ତାଲିକାରେ ୧୦ ନମ୍ବର ୱାର୍ଡରୁ ସର୍ବାଧିକ ୫ ଟି ବସ୍ତି , ୧୮ନମ୍ବର ୱାର୍ଡ ରୁ ୪ ଟି ବସ୍ତି ଏବଂ ଅନ୍ୟାନ୍ୟ ବସ୍ତିକୁ ମିଶାଇ ମୋଟ ୧୫ ଟି ବସ୍ତିକୁ ତାଲିକା ଭୁକ୍ତ କରିଛନ୍ତି ୲ କିନ୍ତୁ ଏଭଳି ମନଇଛା ପୁରୁଣା ବସ୍ତି ଗୁଡିକୁ ବାହାର କରିଦେଇ କେବଳ ୧୦ ନମ୍ବର ଓ ୧୮ ନମ୍ବର ୱାର୍ଡ ରୁ ସର୍ବାଧିକ ବସ୍ତିକୁ ତାଲିକା ଭୁକ୍ତ କରିବା , ଏଥିପାଇଁ କୌଣସି କାଉନସିଲ ମିଟିଂ କରାନଯାଇ ଏଭଳି ନିଷ୍ପତି କିଭଳି କରାଗଲା ତାହା ଆଶ୍ଚର୍ଯ୍ୟଜନକ ୲ କେଉଁ ନିୟମ ଆଧାରରେ ଏଭଳି ନିଷ୍ପତି ନିଆଗଲା ତାହାର କୌଣସି କାରଣ ପ୍ରଦାନ କରିନାହାନ୍ତି ୲ ଦେଖିବାକୁ ବାକି ରହିଲା, ଲୋକଯୁକ୍ତଙ୍କୁ କିଭଳି ଜାଲିଆତି ହୋଇନି ବୋଲି ସ୍ପଷ୍ଟୀକରଣ ଦେବେ ଏବଂ ଲୋକାଯୁକ୍ତଙ୍କୁ ସନ୍ତୁଷ୍ଟ କରିବେ ୲

Leave a Reply

Your email address will not be published. Required fields are marked *