ସରପଞ୍ଚଙ୍କ ନିଆରା ପ୍ରୟାସ

ଫୋକସ ପ୍ଲସ (ନୂଆପଡା)୨୦/୦୭/୨୦୨୨: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଯେଠୁପାଲି ଗ୍ରାମରେ ସ୍ୱଚ୍ଛ ଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ମନୋଜକୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ଶ୍ରୀମତୀ ଦୀପିକା ଦୀପ, କୁରେଶ୍ୱର ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ବିଜୟ ଲଷ୍ମୀ ବରାଳ, ଟିକ୍ରାପଡା ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ଯମୁନା ତାଣ୍ଡି, ସମିତିସଭ୍ୟା ଶ୍ରୀମତୀ ରୋମାଞ୍ଜଳି ଦଳପତି, ମଦର ଟେରେସା ସ୍ୱେର୍ଭିସିଙ୍ଗ ସଂଗଠନ ସମ୍ପାଦକ ଶ୍ରୀ ଶେଷଦେବ ପ୍ରଧାନୀ, ସମାଜସେବୀ କାର୍ତ୍ତିକ ଦୀପ,ଯେଠୁପାଲି ଗ୍ରାମର ସମସ୍ତ ୱାର୍ଡ ମେମ୍ବର ଓଗାଁର ଭଦ୍ର ବ୍ୟକ୍ତି, ମହିଳା ଜନସାଧାରଣ ଉପସ୍ଥିତ ଥିଲେ |ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମାଜସେବୀ ଶ୍ରୀ ପ୍ରସନ୍ନ କୁମାର ତାଣ୍ଡି |
କେନ୍ଦ୍ର ସରକାର ଗାଁ ଓ ସହରର ରାସ୍ତାଘାଟ, ପରିବେଶ, ସଫା ରଖିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ. ତେଣୁ ସବୁ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଜାରି ରହିଛି|ପ୍ରତି ଗାଁ ଓ ସହରରେ ସ୍ୱଚ୍ଛ ଓ ସୁସ୍ଥ ରହିବା ପାଇଁ ଏହି କାର୍ଯ୍ୟକ୍ରମ ହୋଇ ଆସୁଅଛି |ଏହାକୁ ଦୃଷ୍ଟିରେ ରଖି ଟିକ୍ରାପଡା ଗ୍ରାମ ପଂଚାୟତ ସରପଞ୍ଚ ମହୋଦୟା ଗାଁ ରେ ସଚେତନ ବାର୍ତ୍ତା ଦେବା ପାଇଁ ଏହି କାର୍ଯ୍ୟକ୍ରମ କରିଥିଲେ |ତତ ସହିତଗାଁକୁ ନିର୍ମଳ ପରିବେଶ, ସବୁଜିମା ଭରା ପରିବେଶ ସୃଷ୍ଟି କରିବା ପାଇଁ ବୃକ୍ଷରୋପଣ କରିଥିଲେ |ଗାଁ ନିର୍ମଳ ହେଲେ ମନ ନିର୍ମଳ ହେବ |ମନ ନିର୍ମଳ ହେଲେ ଉତ୍ତମ ବିଚାର ସୃଷ୍ଟି ହେବ |ତାପରେ ଉତ୍ତମ ଚିନ୍ତାଧାରା ଆସିଲେ ଦେଶର ଉନ୍ନତି ହୋଇ ପାରିବ | ଏହି ପରି ମହତ କାର୍ଯ୍ୟକ୍ରମ ଗୁଡିକ ଗାଁରେ କରି ଲୋକମାନଙ୍କୁ ସଚେତନ କରୁ ଥିବାରୁ ଗାଁରେ ସମସ୍ତେ ସରପଞ୍ଚ ମହୋଦୟାଙ୍କୁ ପ୍ରଶଂସା କରାଯାଇଛି |

ନୂଆପଡା ଜିଲ୍ଳା ରୁ ମହେଶ ବାଗଙ୍କ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *