ଛାତ୍ର ମାନଙ୍କୁ ଶ୍ରମିକ ଭଳି କାମ କରାଉଛନ୍ତି ଶିକ୍ଷକ

ଫୋକସ ପ୍ଲସ (ବାଲିଗୁଡ଼ା)୨୧/୦୭/୨୦୨୨:କନ୍ଧମାଳ ଜିଲ୍ଲା ରେ ନୂଆଗାଁ ଦିନକୁ ଦିନ ବିଗିଡିବାରେ ଲାଗିଛି ଶିକ୍ଷା ବ୍ୟବସ୍ଥା ।କିଛି ଶିକ୍ଷକ ଛାତ୍ର,ଛାତ୍ରୀ ମାନଙ୍କୁ ବିଭିନ୍ନ କାମରେ ନିୟୋଜିତ କରୁଥିବା ନଜିର ଆସୁଛି ଯାହାକି ଶିକ୍ଷା ବ୍ୟବସ୍ଥା ପାଇଁ ଏହା କଳଙ୍କ ଅଟେ ।ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କନୂଆଗାଁ ବ୍ଳକର ରାଜଘରା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ।ଖବର ପ୍ରକାରେ କନୂଆଗାଁ ବ୍ଳକର ଗଣଶିକ୍ଷା ବିଭାଗ ର ମଙ୍ଗଳ ବିଭାଗ ଅଧିନରେ ଥିବା ରାଜଘରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ହଷ୍ଟେଲରେ ରହି ୪୦ଛାତ୍ର ପଢୁଛନ୍ତୀ ।କିନ୍ତୁୁ ସେଠାରେ ପଢା ବଦଳରେ କୋମଳ ମତୀ ଛାତ୍ର ମାନଙ୍କୁ ସଫେଇ କାଯ୍ୟ,ବଗିଚାରେ କାମରେ କୋଡି,କୋଦାଳ ଛାତ୍ର ମାନଙ୍କୁ ଧରାଇ ବିଭିନ୍ନ ପ୍ରକାର କାଯ୍ୟରେ ନିୟୋଜିତ କରୁଛନ୍ତି । ପ୍ରଧାନଶିକ୍ଷକ,ଛାତ୍ର ମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଉଅଛି ।ସେଠାରେ ଥିବା ପାଚିକା ବା ସି.ସି .ଏ ଓ ପ୍ରଧାନଶିକ୍ଷକ ମିଶି ଯେଉଁ ପିଲା କାମ ନକରିବ ତାକୁ ଧମକାଇ ବା ସହିତ ବାଡିରେ ମାଡ ମାରୁଥିବା ମଧ୍ୟ ଆଭିଯୋଗ ହୋଉଅଛି ।ଏ ବିଷୟରେ ପ୍ରଧାନ ଶିକ୍ଷକ ହାଡିବନ୍ଧୁ ପ୍ରଧାନଙ୍କ ମତାମତ ନେବା ପାଇଁ ପୋକସ୍ ପ୍ଳସ ର ସାମ୍ବାଦିକ ନେଉଥିବା ସମୟରେ ସେ ବୁମ୍ କୁ ଠେଲିଦେବା ସହିତ ଆଡେଇ ଚାଲିଯାଇଥିଲେ ।ଆମେ ଏ ବିଷୟରେ ଡବ୍ଳୁ.ଇ.ଓ ବୁଢାମାଝୀ ପାଡରେ ଙ୍କ ପ୍ରତିକ୍ରୀୟା ନେବାକୁ ତାଙ୍କ ଅଫିସରେ ପହଞ୍ଚିଥିଲୁ କିନ୍ତୁ ସେ ଏହାର ଉତ୍ତର ରଖିବା ବଦଳରେ ମୁଁ ଡି.ଡବ୍ଳୁ.ଇ.ଓ ଙ୍କୁ ପଚାରି କିଛି କହିପାରିବି ବୋଲି କହିଛନ୍ତିି । ଏ ଭଳି ଶିକ୍ଷା ବିଭାଗର ନିତୀକୁ ନେଇ କଣ କହୁଛନ୍ତି ବୁଦ୍ଧିଯିବି ଓ ଅଭିଭାବକ ଶୁଣନ୍ତୁ ତାଙ୍କର ପ୍ରତିକ୍ରିୟା ।ଏଭଳି ଯଦି ଶିକ୍ଷା ବିଭାଗର ଶିକ୍ଷା ଚାଲେ ତାହାହେଲେ ସରକାରଙ୍କ ଶିକ୍ଷାବିଭାଗ ୫ଟି ବା ମୋ ସରକାର ଚୁଲିକୁ ଯିବ ବୋଲି ଆଲୋଚନା ହୋଉଅଛି । ଛାତ୍ର ମାନଙ୍କୁ ଜୋତା ଓ ୟୁନିଫର୍ମ ଦିଆଯାଇ ନାହିଁ। ଗତ ବର୍ଷର ୟୁନିଫର୍ମ ପିନ୍ଧି ଛାତ୍ର ମାନେ ବିଦ୍ୟାଳୟ କୁ ଯାଉଛନ୍ତି। ୟୁନିଫର୍ମ ଓ ଖାଦ୍ୟ ର ବଳକା ଅର୍ଥ ପ୍ରଧାନ ଶିକ୍ଷକ ହରମଚାଲ କରୁଥିବା ଅଭିଯୋଗ ହୋଉଛି। ପ୍ରଧାନ ଶିକ୍ଷକ ପ୍ରାୟ ସମୟ ବିଦ୍ୟାଳୟ ରେ ଉପସ୍ଥିତ ରହୁ ନଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଯାହା ଫଳରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଅଛି । ଛାତ୍ର ମାନଙ୍କୁ ପାଠ ବଦଳରେ କୋଡି,କୋଦାଳରେ ଧରାଇ କାମ କରାଉଥିବା ପ୍ରଧାନଶିକ୍ଷକ ଓ ପାଚିକା ଉପରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବିଭାଭକ ଓ ବୁଦ୍ଧିଯିବି ପ୍ରଶାସନ ଓ ସରକାରଙ୍କ ପାଖରେ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *