ଭାରତୀୟ ଭଲିବଲ୍ ଯୁବା ଖେଳାଳିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ।

ଫୋକସ ପ୍ଲସ (ଦଶମନ୍ତପୁର )୨୨/୦୭/୨୦୨୨କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦରମୋହକୁମା ଠାରେ ଆଜି ଭାରତୀୟ ଭଲିବଲ୍ ଯୁବା ଖେଳାଳି ତଥା ମାମାଲି ନାଗ ଙ୍କୁ ଆଜି ଦଶମନ୍ତପୁର ବ୍ଲକ ବାସୀ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ରାଧାକୃଷ୍ଣ ଆଦିବାସୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ତ୍ରିନାଥ ପାତିକା ଙ୍କ ତତ୍ବାବଧାନରେ ଛାତ୍ର ଛାତ୍ରୀ, କଲେଜ୍ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ନେଇ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମ ର ଆୟୋଜନ କରାଯାଇ ଥିଲା। ଏଥିରେ କଲେଜ ଫାଟକରେ କଲେଜ ଛାତ୍ର ଛାତ୍ରୀ ସମେତ ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଜାନୀ, ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣିମା ଜାନୀ, ବ୍ଲକ ଉପାଧ୍ୟକ୍ଷ ଅରୁଣ କୁମାର ଚେଟୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନାରାୟଣ ବିଶୋଇ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରମାକାନ୍ତ ଦଳାଇ, ବ୍ଲକ କଂଗ୍ରେସ ସଭାପତି ବେଣୁଧର ପାତ୍ର, ଚିକାମ୍ବ ସମିତି ସଭ୍ୟ ପଦ୍ମନାଭ ଜାନୀ, ଅନନ୍ତ ଖରା, ମନୋହର ମୁଦୁଲି, ଅଧ୍ୟାପକ ସୁକାନ୍ତ ବାଣୁଆ ସମେତ ଅଞ୍ଚଳ ର ଗଣ୍ୟମାନ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାମାଲି ଙ୍କୁ ପୁଷ୍ପ ଗୁଚ୍ଛ, ପୁଷ୍ପ ମାଲ୍ୟାର୍ପଣ ସହ ବିଧାୟକ ଙ୍କ ପିଏ ଜୟଦେବ ହିଆଲ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ। ଏବଂ କଲେଜ ଶ୍ରେଣୀ କକ୍ଷ ଠାରେ ମଧ୍ୟ କଲେଜ ପକ୍ଷରୁ ବିଭିନ୍ନ ଉପହାର ଦେଇ ସ୍ବାଗତ ଓ ଅଭିନନ୍ଦନ ଜଣାଇ ଥିଲେ। ପରେ ଦଶମନ୍ତପୁର ଓ ଗିର୍ଲିଗୁମା ଅଞ୍ଚଳ ର ଯୁବ ଯୁବତୀ ମାନେ ବାଦ୍ୟ ର ତାଳେତାଳେ ନୃତ୍ୟ କରି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚାଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ମାମାଲି ଦଶମନ୍ତପୁର କଲେଜ ରେ +୨ ପାସ୍ କଲାପରେ ଭୁବନେଶ୍ୱର ସ୍ଥିତ ଛାତ୍ରାବାସ ଠାରେ ରହି ପାଠ ପଢ଼ିବା ସହ ଭଲିବଲ୍ ଖେଳ ଅଭ୍ୟାସ କରୁଥିଲେ। ଏବଂ ରାଜ୍ୟସ୍ତରୀୟ ପରେ ଭାରତୀୟ ଯୁବା ଭଲିବଲ୍ ଖେଳ ରେ ଭାଗ ନେଇ ଭାରତୀୟ ଦଳରେ ସ୍ଥାନ ପାଇଥିବା ସେ କହିଛନ୍ତି। ପଙ୍କ ରୁ ପଦ୍ମ ଭଳି ଦୁର୍ଗମ ଅଞ୍ଚଳ ରୁ ଏକ ପ୍ରତିଭା କୁ ପାଇ ସମସ୍ତେ ଶୁଭେଛା ଓ ଅଭିନନ୍ଦନ ଜଣାଇ ଥିଲେ।

 

ଦଶମନ୍ତପୁର ବ୍ଲକ ରୁ ହାବିଲ ଡଙ୍ଗ୍ରି ଙ୍କ ରିପୋର୍ଟ ଫୋକସ ପ୍ଳୋସ।

Leave a Reply

Your email address will not be published. Required fields are marked *