ଫୋକସ ପ୍ଲସ (ଜୟପୁର)୨୨/୦୭/୨୦୨୨: ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି ଓଡ଼ିଆ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୋପଦି ମୁର୍ମୁ। ଓଡ଼ିଶା ର ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଦ୍ରୋପଦି ମୁର୍ମୁ ପ୍ରଥମ । ମୁର୍ମୁ ରାଷ୍ଟ୍ରପତି ହେବା ପରେ ଦେଶବ୍ୟାପି ଛୁଟିଛି ଶୁଭେଚ୍ଛାର ଶୁଅ ।ଜୟପୁର ରେ ସହର ରେ ମଧ୍ୟ ଧୂମ ଧାମରେ ପାଳନ ହୋଇଛି ବିଜୟ ଉତ୍ସବ। ବିଜେପି ଓ ବିଜେଡି ଉଭୟ ଦଳ ତରଫରୁ ବିଜୟ ଶୋଭା ଯାତ୍ରା ପାଳନ କରାଯାଇଛି। ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱ ରେ ବିଜେପି କାର୍ଯ୍ୟାଳୟରୁ ଏକ ରାଲି ବାହାରି ରାଜା ନଗର ପର୍ଯ୍ୟନ୍ତ ପହଞ୍ଚିଥିଲା।ବିଜେପି କର୍ମୀ ମାନେ ବାଜା ବଜାଇ ନାଚ କରି ଲୋକଙ୍କୁ ମିଠା ବାଣ୍ଟି ଥିଲେ। ଠିକ ସେହି ପରି ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ ଓ ସୁର୍ଯ୍ୟ ନାରାୟଣ ରଥଙ୍କ ନେତୃତ୍ୱରେ ସହ ସହ ବିଜେଡି କର୍ମୀ ରାଜାନଗରରୁ ଏକ ରାଲି ବାହାରି ଜୟପୁର ସ୍ଥିତ ୱେଲକମ ଛକ ପର୍ଯ୍ୟନ୍ତ ପହଞ୍ଚି ଥିଲା।ବିଜେଡି କର୍ମୀ ମାନେ ମଧ୍ୟ ମିଠା ବଣ୍ଟନ କରିଥିଲେ।ଓଡିଶା ର ପ୍ରଥମ ଅଧିବାସୀ ମହିଳା ଦ୍ରୋପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ।ଓଡିଶା ମାଟିର ଝିଅ ପାଇଁ ମୁଖ୍ୟମନ୍ତ୍ରୀ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ।ଜଣେ ମହିଳା ହିସାବରେ ବହୁତ ଗର୍ବିତ ବୋଲି କହିଛନ୍ତି ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ।
ଜୟପୁରରୁ ଶୁଭାଶିଷ ନାୟକ ରିପୋର୍ଟ ଫୋକସ ପ୍ଲସ |