ଫୋକସ ପ୍ଲସ (କୋରାପୁଟ )୨୩/୦୭/୨୦୨୨: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମା ସ୍ଥିତ “ସାଇ କଲ୍ୟାଣୀ ମଣ୍ଡପ” ପରିସରରେ ଆଜି ବ୍ଲକ ସ୍ତରୀୟ କଂଗ୍ରେସ କର୍ମୀ ସୋମ୍ମିଳନୀ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି |
ଏହି ବୈଠକ ଟି ବ୍ଲକ କଂଗ୍ରେସ ଶୋଭାପତି:- ବେଣୁଧର ପାତ୍ର ଙ୍କ ନେତୃତ୍ବରେ ଆୟୋଜନ କରାଯାଇ ଥିଲା। ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ: ଜିଲ୍ଲା ମୋଜଦୁର ସଂଘ ର ଶୋଭାପତି: ଭଗବାନ ବାହିନୀପତି ଯୋଗଦେଇଥିବା ଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଲଷ୍ମୀପୁର ବ୍ଲକ କଂଗ୍ରେସ ଶୋଭାପତି:- କୈଳାଶ ଚନ୍ଦ୍ର ଖସଲା, ସାଂସଦ ପ୍ରତିନିଧି:- ମଣ୍ଟି ଖରା, ଜୋନ୍ ୧ ର ଜିଲ୍ଲା ପରିଷଦ ସଭ୍ୟା:- ଲଳିତା ଯାନୀ, ଜୋନ୍ ୨ ଜିଲ୍ଲା ପରିଷଦ ସଭ୍ୟ ଧନପତି ସାଉଁନ୍ତା , ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଲଷ୍ମୀପୁର ନିର୍ବାଚନ ମଣ୍ଡଳୀ ର ଆଶାୟୀ ବିଧାୟକ ପ୍ରାର୍ଥୀ:- ପବିତ୍ର ସାଉଁନ୍ତା, ପୂର୍ବତନ ଜିଲ୍ଲାପରିଷଦ ସୋଭ୍ୟ:- ରମାକାନ୍ତ ଦଳାଇ, ବ୍ଲକ କଂଗ୍ରେସ ଉପସଭାପତି:- ଲଚନ ବିଶୋଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ:- ରାଜେନ୍ଦ୍ର ହୁଇକା, ବ୍ଲକ କଂଗ୍ରେସ ସୋମ୍ପାଦକ:- ମୋହନ ପାତ୍ର ହିଆଲ, ବ୍ଲକ ଯୁବ ଶୋଭାପତି:- ଅଶୋକ ଖୋସଲା, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ:- ପଙ୍କଜ ବାଘ ଙ୍କ ସମେତ ୧୬ ଟି ପଞ୍ଚାୟତ ର ଶତାଧିକ କଂଗ୍ରେସ କର୍ମୀମାନେ ଯୋଗଦେଇଥିଲେ | ସୂଚନା ମୁତାବକ ଗତ ସ୍ତ୍ରୀ ସ୍ତରୀୟ ନିର୍ବାଚନ ରେ କଂଗ୍ରେସ ର ଏକତା ଯୋଗୁଁ ବିଜେଡି କୁ ଟକର ଦେଇ ଦୁଇ ଟି ଜୋନ୍ ର ଜିଲ୍ଲା ପରିଷଦ ପଦ କଂଗ୍ରେସ ହାତରେ ଆସିଲା। କିନ୍ତୁ କେତେକ ପଞ୍ଚାୟତ ରେ କଂଗ୍ରେସ ର ଭୋଟ ହାର କହିଥିଲା। ସେହି ପଞ୍ଚାୟତ ଗୁଡ଼ିକ କାହିଁକି ଭୋଟ ଅଧିକ ଆସିପାରି ନାହିଁ ବୋଲି ଆଲୋଚନା କରିଥିଲେ। କିନ୍ତୁ ଡୁମ୍ବାଗୁଡା, ପରଜା ବେଢ଼ା ପଦର ପଞ୍ଚାୟତ ଭଳି କେତେକ ସ୍ଥାନରେ କଂଗ୍ରେସ ସପକ୍ଷରେ କମ୍ ଭୋଟ ଆସିଥିଲା। ଆଗାମୀ ଦିନରେ ଯେଭଳି ଏହି ପଞ୍ଚାୟତ ରେ କଂଗ୍ରେସ ପକ୍ଷରେ ଆଗୁଆ ଭୋଟ ରହିବାକୁ ପଡିବ ବୋଲି ମୁଖ୍ୟ ଅତିଥି କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଅନ୍ୟ ପକ୍ଷରେ ଗିର୍ଲିଗୁମା ସମିତି ସଭ୍ୟ ଓ ଜୋନ୍ ୨ ଦଳ ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ କହିଥିଲେ ଯେ କଂଗ୍ରେସ କର୍ମୀ କିମ୍ବା ଜନପ୍ରତିନିଧି ମାନଙ୍କୁ ବ୍ଲକ ପ୍ରଶାସନ ଅଣଦେଖା କରି ଏକଛତ୍ରବାଦ ମନମୁଖୀ ଶାସନ କରୁଛନ୍ତି । କାର୍ଯ୍ୟ ଖସଡ଼ା ତାଲିକା ମାଗିଲେ ଦେଉ ନାହାନ୍ତି। କନିଷ୍ଠ ଯନ୍ତ୍ରୀ ମାନେ ନିଜେ ଠିକାଦାର ସାଜିଛନ୍ତି। ଜନପ୍ରତିନିଧି ମାନଙ୍କ ଗୁହାରି କୁ କର୍ଣ୍ଣପାତ କରୁ ନାହଁ ପ୍ରଶାସନ ବୋଲି ଉଦବେଗ ପ୍ରକାଶ କରିଥିଲେ। ଏଭଳି ସମସ୍ତ ସମସ୍ୟା ର ସମାଧାନ ପାଇଁ ଆଗାମୀ ଦିନରେ ବ୍ଲକ ଘେରାଉ କରିବା ପାଇଁ ବାଧ୍ୟ ବୋଲି କର୍ମୀ ମାନେ ବୈଠକ ରେ ନିଷ୍ପତି ନେଇଥିଲେ । କେବଳ ସେତିକି ନୁହେଁ ବ୍ଲକ ରେ ପାନୀୟ ଜଳ ପ୍ରକଳ୍ପ, ମନରେଗା ଯୋଜନା ,ର ବିଭିନ୍ନ ପ୍ରକଳ୍ପ, ପାଇଖାନା ନିର୍ମାଣ, ମୋ ପୋଖରୀ ନିର୍ମାଣ, ଅଳିଆ କୁଣ୍ଡ ଭଳି ବିଭିନ୍ନ ପ୍ରକଳ୍ପ ରେ ମହାଦୁର୍ନୀତି କରି ପ୍ରଶାସନ ଓ ଶାସକ ଦଳର ନେତା ମାନେ ମଧୁଚନ୍ଦ୍ରି କରି କୋଟି କୋଟି ଟଙ୍କା ର ହେର୍ ଫେର୍ କରୁଛନ୍ତି। ଘେରାଉ ଦିନ ଏହାର ଜବାବ୍ ମାଗିବା ବୋଲି କୁହାଯାଇଛି। ଏସବୁର ପର୍ଦ୍ଦାଫାଶ କଲେ ଯାଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଆମେ ସଫଳତା ହୋଇ ପାରିବା ବୋଲି ବୈଠକ ରେ ଆଲୋଚନା କରିଥିଲେ। ଏହି ବୈଠକ ଟିକୁ ଦଶମନ୍ତପୁର ପଞ୍ଚାୟତ ଶୋଭାପତି:- ଦିଲୀପ ବାଘ ପରିଚାଳନା କରିଥିଲେ |