ଜଙ୍ଗଲ ଜମି ଗୋଷ୍ଟି ସଂଘର୍ଷ ଘଟଣା, ୧୪୪ ଧାରାପାଇଁ ସତର୍କ ସୂଚନା

ଫୋକସ ପ୍ଲସ (ଲାଞ୍ଜିଗଡ)୨୪/୦୭/୨୦୨୨: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ବିଜେପୁର ପଞ୍ଚାୟତ ସିନ୍ଦିଭଟା ଓ ଲାଖବାହାଳି ପଞ୍ଚାୟତ ଥୁଆଙ୍ଗ ପଦର ଗ୍ରାମ ବାସୀଙ୍କ ମାଧ୍ୟ୍ୟରେ ଗତ ଜୁନ ମାସ ୧୯ ତାରିଖ ଜଙ୍ଗଲ ଜମିକୁ ନେଇଁ ଗୋଷ୍ଟି ସଂଘର୍ଷ ଦେଖାଦେଇଥିଲା |ଏହି ଗୋଷ୍ଟି ସଂଘର୍ଷରେ ଉଭୟ ଗାଁର ୪୦ରୁଉର୍ଦ୍ଧ ଲୋକ ଆହାତ ମଧ୍ୟ୍ୟ ହୋଇଥିଲେ!ତେବେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ବନବିଭାଗ ଓ ପୋଲିସର ମିଳିତ ଉଦ୍ୟମରେ ଉଭୟ ଗ୍ରାମବାସିଙ୍କ ସମାଧାନ ପାଇଁ ଶାନ୍ତି କମିଟି ଗଠନ କରାଯିବାର ପ୍ରୟାସ କରି ଉଭୟ ଗାଁ ଲୋକଙ୍କୁ ବିଜେପୁର ଥାନାକୁ ଡକା ଯାଇଥିଲା!ବିଜେପୁର ଥାନାଅଧିକାରୀ ପ୍ରଶାନ୍ତ କୁଲହାରସଙ୍କ ନେତୃତ୍ୱରେ ଉଭୟ ଗାଁ ଲୋକଙ୍କୁ ବୁଝା ସୁଝା କରାଇଥିଲେ ମଧ୍ୟ୍ୟ କୌଣସି ସମାଧାନ ହୋଇନ ଥିଲା |ଲାଞ୍ଜିଗଡ ଫଳରେ ଲାଞ୍ଜିଗଡ ତହସିଲଦାର ମୁନିଦ୍ର ହୁନାଙ୍ଗା (ଏ ସି ଏ ଫ )ଅମିତ ରାୟ ଉଭୟ ଗାଁ ଲୋକଙ୍କୁ ଜଙ୍ଗଲ ଜମି ଛାଡିବାକୁ ନିର୍ଦେଶ ଦେଇଥିଲେ!କିନ୍ତୁ ଜଙ୍ଗଲ ଜମି ଛାଡିବୁ ନାଇଁ ବୋଲି ଥୁଆଙ୍ଗ ପଦର ଗ୍ରାମ ବାସି ଶାନ୍ତି କମିଟି ବୈଠକ ରୁ ଓହୋର ଯାଇଥିଲେ!ଶେଷରେ ଲାଞ୍ଜିଗଡ ତହସିଲଦାର ମୁନିଦ୍ର ହୁନାଙ୍ଗା ଉଭୟ ଗାଁ ଲୋକଙ୍କୁ ଜଙ୍ଗଲ ଜମିକୁ ନଯିବା ପାଇଁ ଚେତାବନୀ ଦେଇଥିଲେ ଓ ୧୪୪ ଧାରାର ଲାଗୁ କରାଯିବ ବୋଲି ସତର୍କ ସୂଚନା ଦେଇଥିଲେ!କିନ୍ତୁ ଏବେ ଯାଏଁ ଜଙ୍ଗଲ ଜମି ନ ଛାଡି ବାରୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରାର ସତର୍କ ସୂଚନା ପୋଷ୍ଟର ମାରିଛି!ହେଲେ ୧୪୪ ଧାରା ସତର୍କ ସୂଚନାକୁ ମଧ୍ୟ୍ୟ ଖାତିର କରୁନାହାନ୍ତି ଗ୍ରାମବାସି ଆଉ ଦୃଢ଼ ପ୍ରତିବାଦ କରୁଛନ୍ତିଯେ ଲାଞ୍ଜିଗଡ ବ୍ଲକରେ ପ୍ରତ୍ୟେକ ଜାଗାରେ ଶହ ଶହ ହେକ୍ଟର ଜଙ୍ଗଲ କଟାଯାଉଛି ସେହି ସ୍ଥାନରେ ପ୍ରଥମେ ଜିଲ୍ଲା ପ୍ରଶାସନ ୧୪୪ ଧାରା ଲଗାଉ ସେହି ଜାଗାରେ ଲାଗିଲା ପରେ ଆମେ ଖୁସିରେ ଏହି ଜଙ୍ଗଲ ଜମି ଛାଡିଦେବୁ ନଚେତ ଜାନ ଯାଉ ଜୀବନ ଯାଉ ଆମେ ଜଙ୍ଗଲ ଜମି ଛାଡ଼ିବୁ ନାଇଁ କହୁ ଥିବା ବେଳେ ଆମ ପ୍ରତିନିଧି ଲାଞ୍ଜିଗଡ ତହସିଲଦାରଙ୍କୁ ଏହି ସମ୍ପର୍କରେ ପଚାରି ବୁଝିବାରୁ ପ୍ରତକ୍ରିୟା ଦେବାକୁ ମନା କରିଥିଲେ |

Leave a Reply

Your email address will not be published. Required fields are marked *