ସିଡ଼ି ପକାଇ ଲୁଟି ନେଲେ ସୁନା ଅଳଙ୍କାର

ଫୋକସ ପ୍ଲସ (ବୋରିଗୁମ୍ମା) ୨୫/୦୭/୨୦୨୨: ଜଗତପୁର ଆଇ.ବି ରୋଡରେ ଥିବା ବାସନ୍ତୀ ଦୁର୍ଗା ଜୁଏଲାରୀ ଦୋକାନରୁ କେହି ଦୁବୃର୍ତ୍ତ ଆଜବେଷ୍ଟସ ତାଡି ସୁନା ଅଳଙ୍କାର ଲୁଟି ନେଇଥିବା ଦେଖିବାକୁ ମିଳିଛି। ଦୁବୃର୍ତ୍ତ ମାନେ ଗତକାଲି ବିଳମ୍ବିତ ରାତିରେ ଦୋକାନ ପଛପଟୁ ଏକ ସିଡିରେ ଚଢି ଆଜବେଷ୍ଟସ ତାଡି ଜୁଏଲାରୀ ଦୋକାନରେ ପ୍ରବେଶ କରିଥିବା ଜଣାପଡିଛି। ଲୁଟ୍ ପରେ ଅଳଙ୍କାର ଡବା ଖୋଳକୁ ବାହାରେ ଫିଙ୍ଗିଥିବା ବେଳେ ଗଛରେ ଏକ ବ୍ୟାଗ୍ ଛାଡି ଯାଇଛନ୍ତି।ସେହି ବ୍ୟାଗ୍ ମଧ୍ୟରେ କିଛି ରୂପା ଅଳଙ୍କାର ରହିଥିବା ଜଣାପଡିଛି। ଖବରପାଇ କଟକ ଜୋନ-୧ ଏସିପି ଶୁଭ ନାରାୟଣ ମୁଦୁଲି ଓ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଗତବର୍ଷ ମଧ୍ୟ ଏହି ଦୋକାନକୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ ଦୁବୃର୍ତ୍ତ। ପରବର୍ତ୍ତୀ ସମୟରେ ପୁଲିସ୍ ଏହି ଘଟଣାର ପର୍ଦ୍ଦାଫାଶ କରିଥିଲା।

 

ଜଗତପୁରରୁ ପୂର୍ଣଚନ୍ଦ୍ର ସ୍ୱାଇଁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *