ସର୍ବଦା ବ୍ୟବହାର କରନ୍ତୁ ହେଲମେଟ

ଫୋକସ ପ୍ଲସ (ବ୍ୟୁରୋ)୨୬/୦୭/୨୦୨୨: ଦର୍ଶକ ବନ୍ଧୁ ଆପଣ ରାସ୍ତାରେ ସର୍ବଦା ଧ୍ୟାନର ସହ ଯିବା ଆସିବା କଲେ ଆପଣଙ୍କ ସହ ଦୁର୍ଘଟଣା ଘଟିବ ନାହିଁ ଏହା ଉପରେ କୌଣସି ବି ଗ୍ୟାରେଣ୍ଟି ନାହିଁ l ଯେକୌଣସି ମୁହୂର୍ତ୍ତରେ ବି ଆପଣଙ୍କ ସହ କଣ ଯେ ଘଟିପାରେ ତାହା କେବଳ ସମୟକୁ ଜଣା l ତେବେ ଦୃଶ୍ୟ କିଛି ଏହିଭଳି ଥିଲା ଗୋଟିଏ ବାଛୁରୀକୁ ଦୁଇଟି କୁକୁର ଛୁଆ ରାସ୍ତା ଉପରେ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ lଜଣେ ଯୁବତୀ ଏକ ସ୍କୁଟି ଗାଡ଼ି ଯୋଗେ ଧୀରେ ଧୀରେ ସାବଧାନର ସହ ଗାଡି ଚଳାଇ ରାସ୍ତା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ |ହଠାତ ଏହି ମୋଡ଼ରେ ଗାଡି ସାମ୍ନାରେ ବାଛୁରୀ ଛୁଆଟି ଧସେଇ ପଶୁଛି ଏବଂ ଯୁବତୀ ଜଣଙ୍କ ଗାଡିରୁ ଗଳି ପଡୁଛନ୍ତି l ଭାଗ୍ୟ ଭଲ ଯୁବତୀ ଜଣଙ୍କର ଏହି ଦୁର୍ଘଟଣାରେ ବିଶେଷ କିଛି କ୍ଷତି ହୋଇନାହିଁ l କିନ୍ତୁ ଏହି ଦୁର୍ଘଟଣାରେ ଯୁବତୀ ଜଣଙ୍କର କଣ ବି କ୍ଷତି ହୋଇଯାଇଥାନ୍ତା ତାହା କାହାରିକୁ ବି ଜଣା ନାହିଁ l ଭାଗ୍ୟ ଭଲ ଯୁବତୀ ଜଣଙ୍କର ମୁଣ୍ଡରେ କୌଣସି ଆଘାତ ଲାଗି ନାହିଁ l କିନ୍ତୁ ଯଦି ତାଙ୍କର କିଛି କ୍ଷତି ହୋଇଥାନ୍ତା, ଏ ଦୋଷ କେବଳ ଭାଗ୍ୟ ଉପରେ ଲଦି ଦିଆଯାଇଥାନ୍ତା l ଏଥିପାଈଁ ସବୁ ସମୟରେ ଆମକୁ ହେଲମେଟର ଆବଶ୍ୟକତା ରହୁଛି l ରାସ୍ତା ତେଣିକି ଗାଁ ଗହଳିର ରାସ୍ତା ହେଉ କିମ୍ବା ଜାତୀୟ ରାଜପଥ, ନିଜର ସୁରକ୍ଷା ପାଈଁ ଆମକୁ ସର୍ବଦା ହେଲମେଟ ବ୍ୟବହାର କରିବାର ଆବଶ୍ୟକତା ରହୁଛି l

ବିୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *