ଘରଡିହ ପଟ୍ଟା ଯୋଗାଇ ଦେବା ଦାବି,ଜିଲ୍ଲାପାଳ କାର୍ଯ୍ୟାଳୟରେ ବିକ୍ଷଭ

ଫୋକସ ପ୍ଲସ (ବାଲେଶ୍ୱର)୨୬/୦୭/୨୦୨୨: ଭୂମିହୀନଙ୍କୁ ଘରଡିହ ପଟ୍ଟା ଯୋଗାଇ ଦେବା ଦାବି କରି ବାଲେଶ୍ୱରର ଜାଗ୍ରତ ନାରୀ ସଂଗଠନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷଭ। ବାଲେଶ୍ୱର।।ଜାଗ୍ରତ ନାରୀ ସଂଗଠନର ସଂପାଦିକା ମମତା ଦାସ୍ ଙ୍କ ନେତୃତ୍ୱରେ ଏକ ରାଲି ସହରର ଫକୀର ମୋହନ ଗୋଲେଇ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିବା ପରେ ବିକ୍ଷୋଭପ୍ରଦର୍ଶନକରାଯାଇଥିଲା,ସହରତଳି ଅଂଚଳ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ବସବାସ କରି ଆସୁଥିବା ବସ୍ତି ବାସିନ୍ଦା ଓ ଭୁମିହୀନ ଶ୍ରେଣୀର ଲୋକଙ୍କୁ ଘରଡିହ ପଟ୍ଟା ଯୋଗଇ ଦେବା ପାଇଁ ସଂଘର ପକ୍ଷରୁ ଦାବି କରାଯିବା ପରେ ବହୁ ହିତାଧିକାରୀ ପଟ୍ଟା,ପାଇବାରେସକ୍ଷମହୋଇପାରିଛନ୍ତି,ତେବେଅନ୍ୟଯୋଗ୍ୟହିତାଧିକାରୀଙ୍କୁ ଚିହ୍ନଟ କରି ପଟ୍ଟା ଦେବା ପାଇଁ ସଂଘ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରିଆସୁଥିବା ବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଏଥି ପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ, ପଟ୍ଟା ନ ମିଳିବାରୁ ଭୂମିହୀନ ମାନେ କୌଣସି ସରକାରୀ ଯୋଜନାରେ ସାମିଲ୍ ହୋଇ ପାରୁ ନାହାନ୍ତି,ଏପରିକି ସେମାନଙ୍କର ପିଲାମାନେ ଆୟ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର ଏବଂ ବାସସ୍ଥାନ ସଂପର୍କିତ ପ୍ରମାଣ ପାଉନଥିବାରୁ ଉଚ୍ଚ ଶିକ୍ଷାଲାଭ କରିବାରୁ ବଂଚିତ ହେଉଥିବା ସଂଘର କର୍ମକର୍ତା ମାନେ କହିଥିଲେ, ତେଣୁ ଏ ଦିଗରେ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବା ପାଇଁ ଜାଗ୍ରତ ନାରୀ ସଂଘ ପକ୍ଷରୁ ସରକାରଙ୍କୁ ଦାବି କରିଛନ୍ତି, ଏହାହସହ ରାଜସ୍ୱ ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଲଙ୍କୁ ଦାବି ପ୍ରଦାନ କରାଯାଇଛି।

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *