ବିଦ୍ୟାଳୟରେ ତାଲା ପକାଇଲେ ସ୍ଥାନୀୟ ମହିଳା

ଫୋକସ ପ୍ଲସ (ଯାଜପୁର)୨୭/୦୭/୨୦୨୨: ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଅନ୍ୟତମ ପ୍ରମୁଖ ସ୍ଥାନ ଅଭିମନ୍ୟୁ ବାଲିଆ, ଏଠାରେ ପାଖ ଅଂଚଳର ୬ ଗୋଟି ପଞ୍ଚାୟତର ଜନସାଧାରଣ ମନେ ଜୀବନ ଜୀବିକା ପାଇଁ ନିର୍ଭର କରନ୍ତି।

ଅଭିମନ୍ୟୁ ସାମନ୍ତ ସିଂହାର ଉଚ୍ଚ ବିଦ୍ୟାଳୟ ଓ ମାହାବିଦ୍ୟାଳୟ କୁ ଲାଗିରହିଥିବା ରାଧିକାଛନ୍ଦା ପ୍ରାଥମିକ ବିଦ୍ୟାଳୟକୁ ଆଜି ସ୍ଥାନୀୟ ମହିଳା ମାନଙ୍କ ଦ୍ୱାରା ସ୍କୁଲ କବାଟରେ ତାଲା ପକାଦେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି |ସ୍ଥାନୀୟ ମହିଳା ମାନଙ୍କର ଅଭିଯୋଗ ଏହି ରାଧିକାଛନ୍ଦା ପ୍ରାଥମିକ ବିଦ୍ୟାଳୟରେ ୬୮ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଦୀର୍ଘଦିନ ହେବ ଜଣେମାତ୍ର ଶିକ୍ଷୟତ୍ରି ବିଷ୍ଣୁପ୍ରିୟା ସାମଲ ଏକାକୀ ପାଠ ପଢ଼ାଉଥିବା ଦେଖିବାକୁ ମିଳିଥିଲା, ଅବିଭାବକ ମନେ ଆଗରୁ ବହୁଥାର ଅଭିଯୋଗ କରିଥିଲେ ମଧ୍ୟ ଏଥିରେ କୌଣସି ପରିବର୍ତନ ଦେଖିବାକୁ ମିଳିପରି ନଥିଲା , ବାଧ୍ୟହୋଇ ଆଜି ସ୍ଥାନୀୟ ମହିଳା ମାନେ ମିଶି ଏପରି ଏକ ଚରମ ନିଷ୍ପତି ନେଇଥିଲେ , ଖବର ପାଇ ବରୀ ବ୍ଲକର ହରିପୁର ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜିକା ଆରୁନଂଧୋତି ସାମଲ ଘଟଣା ସ୍ଥଳରେ ପହଞ୍ଚି ମହିଳା ମାନଙ୍କୁ ବୁଝାସୁଝା କରି ଆଗାମୀ ୭ଦିନ ମଧ୍ୟ୍ୟରେ ସମସ୍ୟାର ସ୍ଥାଇ ସମାଧାନ ଓ ନୂତନ ଶିକ୍ଷକ ବା ଶିକ୍ଷୟତ୍ରିଙ୍କୁ ସ୍ଥାଇ ନିଯୁକ୍ତି ଦେବାର ପ୍ରତିସୁତି ଦେବା ପରେ ଆନ୍ଦୋଳନ ପରିତ୍ୟାଗ ହେବାର ଦେଖିବାକୁ ମିଳିଥିଲା ।

 

ବରିରୁ ଜୀବନ ଜ୍ୟୋତି ଜେନା ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *