ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ

ଫୋକସ ପ୍ଲସ (କେନ୍ଦ୍ରାପଡ଼ା)୨୭/୦୭/୨୦୨୨: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ଦୁଇଗୋଷ୍ଟି ମଧ୍ୟରେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଲାଗି ରହିଥିବା ତିକ୍ତତା ଆଜି ଉଗ୍ରରୂପ ନେଇଛି। ଏଥିରେ ଉଭୟ ଗୋଷ୍ଠୀର ପୂର୍ବତନ ସରପଞ୍ଚଙ୍କ ସ୍ଵାମୀ ରତନ ଧଳ ଏବଂ ବର୍ତ୍ତମାନ ଗୋବିନ୍ଦପୁର ସରପଞ୍ଚ ପ୍ରତିନିଧି ପ୍ରମୋଦ କୁମାର ମଲ୍ଲିକ, ନନ୍ଦ ମଳିକ ଆହତ ହୋଇଛନ୍ତି l ଏ ନେଇ ଆଳି ଥାନାରେ ୨ ଟି ମାମଲା ରୁଜୁ ହୋଇଛି l ରତନ ଧଳ ଥାନା ରେ କରିଥିବା ଅଭିଯୋଗ ଅନୁଯାୟୀ ଗତ ସୋମବାର ଦିନ ଗୋବିନ୍ଦପୁର ମଦ ଦୋକାନ ନିକଟରେ ଘଟିଥିବା ଦୁଇଟି ଘଟଣାର ତଦନ୍ତ କରିବା ନିମନ୍ତେ ଆଳି ପୋଲିସ ଘଟଣା ସ୍ଥଳକୁ ଯାଇଥିଲେ l ପୋଲିସ ତଦନ୍ତ ସାରି ଯିବା ପରେ ହଟାତ ତାଙ୍କୁ ସୁଭକାନ୍ତ ଜେନା, ଅଧର ସାମଲ ଜଣେ ଡିଲର ଘଟଣା ସ୍ଥଳରେ ପହଞ୍ଚି ଶ୍ରୀ ଧଳଙ୍କୁ ମାଡ଼ ମାରିବା ସହିତ ବର୍ତ୍ତମାନ ର ସରପଞ୍ଚ ପ୍ରତିନିଧିକୁ ମଧ୍ୟ ମାରିଥିଲେ , ପ୍ରମୋଦ ମଲ୍ଲିକଙ୍କ ପେଟରେ ମାଡ଼ ହେବାରୁ ଅତ୍ୟଧିକ ଯନ୍ତ୍ରଣା ହେତୁ ଡାକ୍ତର ତାଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରିଛନ୍ତି। ତେବେ ପୋଲିସ୍ କୌଣସି ପଦକ୍ଷେପ ନ ନେବାରୁ ଆକ୍ରମଣ କାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବିକରି ପଞ୍ଚାୟତର ମହିଳା ଓ ପୁରୁଷ ମାନେ ଗୋବିନ୍ଦପୁର ମେଡିକାଲ୍ ପାଖ ରାସ୍ତା ଅବରୋଧ କରି ବସିଥିଲେ ! ଅପରପକ୍ଷରେ ଗୋବିନ୍ଦପୁର ର ନନ୍ଦ କିଶୋର ମଳିକ ଥାନାରେ ଦେଇଥିବା ଏତଲା ଅନୁଯାୟୀ ଗତକାଲି ଏକ ବିବାଦକୁ ନେଇ ଆଳି ଥାନାରୁ ଫେରୁଥିବା ବେଳେ ରତନ ଧଳ, ଧନରଞ୍ଜନ ବୋଷ, ହରେକୃଷ୍ଣ ଧଳ, ପ୍ରଶାନ୍ତ ସାମଲ, ବିକାଶ ସାମଲ ଓ ରାଜିବ ରଞ୍ଜନ ବୋଷ ତାଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଭୁଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ l ଫଳରେ ହାତ ଭାଙ୍ଗିବା ସହିତ ବିଭିନ୍ନ ସ୍ଥାନରେ ଖଣ୍ଡିଆଖାବରା ହେଇଥିଲେ l ଏହାପରେ ସ୍ଥାନୀୟ ଲୋକ ଆସିବା ପରେ ସେମାନେ ଛାଡି ପଳାଇଥିଲେ l ଏହି ଘଟଣାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଧନରଞ୍ଜନ ବୋଷଙ୍କ ନେତୃତ୍ୱରେ ଗୋବିନ୍ଦପୁର ମେଡିକାଲ ନିକଟରେ ରାସ୍ତାରୋକ ହୋଇଥିଲାl ଘଟଣା ସ୍ଥଳରେ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ଉପସ୍ଥିତ ଥିଲେ l ରାତି 10 ଟା ବେଳେ ପଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟାରାଣୀ ବେହେରାଙ୍କ ପରାମର୍ଶ କ୍ରମେ ଧାରଣା ପ୍ରତ୍ୟାହୃତ ହୋଇଥିଲା, ଅପରପକ୍ଷରେ ପୂର୍ବ ଦୁଇ ଘଟଣାରେ 4 ଜଣକୁ ଗିରଫ କରିଛି ଆଳି ପୋଲିସ୍ , ତବେ ଏହି ଘଟଣାକୁ ନେଇ ଆଳି ଥାନା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ !

 

ଆଳିରୁ ସମ୍ବିତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |

 

 

 

 

Leave a Reply

Your email address will not be published. Required fields are marked *