ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷା ଅଧିକାରୀ

ଫୋକସ ପ୍ଲସ (କେନ୍ଦ୍ରାପଡ଼ା)୨୭/୦୭/୨୦୨୨: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ। ଶିକ୍ଷା ବିଭାଗର ଜଣେ ପିଅନ ଙ୍କ ଠାରୁ ବଦଳି କରିଦେବା ଲାଗି ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରିନେଇଥିଲା । କେନ୍ଦ୍ରାପଡ଼ା ର ଥିବା ତିନିମୁହାଣି ଛକ ଏନ୍ ଏଚେ କଲୋନୀ ସ୍ଥିତ ଭଡ଼ା ଘରେ ଡିଇଓ ଲାଞ୍ଚ ଟଙ୍କା ନେଉଥିଲେ । ସବୁଠାରୁ ବଡ଼କଥା ହେଲା ଆଉ ମାତ୍ର ତିନିଦିନ ପରେ ସେ ଅବସର ନେଇଥାନ୍ତେ । ମିଳିଥିବା ସୂଚନା ଅନୁଯାୟୀ ପଟ୍ଟାମୁଣ୍ଡାଇ ନିମପୁର ସ୍କୁଲ ର ପିଅନ ସନ୍ତୋଷ କୁଣ୍ଡୁ ଙ୍କୁ ଡେରାବିଶ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରିଦେବା ଲାଗି ଏହି ଲାଞ୍ଚ ନେଇଥିଲା । ବର୍ତ୍ତମାନ ଶିକ୍ଷା ଅଧିକାରୀଙ୍କ ଭଡ଼ା ଘର ସମେତ କଟକ ସ୍ତିତ ଘର ଏବଂ ବାଲେଶ୍ବର ପୈତୃକ ଘରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରୁଥିବା ଜଣା ପଡିଛି । ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ଙ୍କ ନାମରେ ପୂର୍ବରୁ ବିଭିନ୍ନ ସମୟରେ ଲାଞ୍ଚ ନେବା , ତଦନ୍ତ କୁ ଚପାଇ ଦେବା ଏବଂ ବଦଳି କରିଦେବା, ବିଲ୍ କରିଦେବା ଲାଗି ଲାଞ୍ଚ ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ବର୍ତ୍ତମାନ ଡିଇଓ ସଞ୍ଜୀବ ସିଂହ ଙ୍କୁ କେନ୍ଦ୍ରାପଡ଼ା ରୁ କଟକ ଭିଜିଲାନ୍ସ କାର୍ଯ୍ୟାଳୟ କୁ ନିଆ ଯାଇଛି।

କେନ୍ଦ୍ରାପଡ଼ା ରୁ ସତ୍ୟଜିତ ଙ୍କ ସହ ମୁକ୍ତେଶ୍ଵର ସ୍ୱାଇଁ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *