ଲେମ୍ପସ ଉପସଭାପତି ହେଲେ ରାମକୃଷ୍ଣ ପୂଜାରୀ

ଫୋକସ ପ୍ଲସ (କୋଟପାଡ଼)୨୭/୦୭/୨୦୨୨: କୋଟପାଡ଼ ସମବାୟ ଵୃହତାଗାର ସମିତି (ଲେମ୍ପସ )ଉପସଭାପତି ନିର୍ବାଚନରେ ଗୁଆଳି ଜୋନର ନିର୍ଦେଶକ ଶ୍ରୀ ରାମକୃଷ୍ଣ ପୂଜାରୀ ଉପସଭାପତି ଭାବେ ବିଜୟୀ ହୋଇଥିବାର ନିର୍ବାଚନ ଅଧିକାରୀ ଶ୍ରୀ ସାଇ ପଟନାୟକ ଘୋଷଣା କରିଥିବାର ଜଣାଯାଇଅଛି |ଶ୍ରୀ ରାମ କୃଷ୍ଣ ପୂଜାରୀ ସେନା ଯବାନ ଭାବରେ ଦୀର୍ଘ ୨୪ବର୍ଷ ଦେଶସେବାରେ କରି ଅବସର ପରେ ବିଜେପି ଦଳର ସଦସ୍ୟ ରହି ଥିଲେ ଓ ଚାଷୀଙ୍କୁ ସେବା ଯୋଗାଇବାର ଉଦ୍ୟେଶରେ ଆଜି ଏହି ପ୍ରଦକ୍ଷେପ ନେଇ ଥିବାର ଗଣମାଧ୍ୟମକୁ ସୂଚନା ଦେଇଥିବାର ଜଣାଯାଇଅଛି |ଉପସଭାପତି ପାଇଁ ଶ୍ରୀ ରାମକୃଷ୍ଣ ପୂଜାରୀ ଏବଂ ଖଗେଶ୍ୱର ପୂଜାରୀ ମଧ୍ୟରେ ପ୍ରତିଦ୍ବନ୍ଦୀତା ହୋଇଥିଲା |ଏହି ନିର୍ବଚନରେ ୧୫ ଗୋଟି ଭୋଟ ମଧ୍ୟରୁ ୯ଗୋଟି ପାଇ ବିଜୟୀ ହୋଇଥିବା ବେଳେ ଶ୍ରୀ ଖଗେଶ୍ୱର ପୂଜାରୀ ୬ଗୋଟି ଭୋଟ ପାଇଁ ପରାଜୟ ହୋଇଥିବାର ଜଣାଯାଇଛି |ଶ୍ରୀ ରାମକୃଷ୍ଣ ପୂଜାରୀ ଆଜି ବିଜୟୀ ହେଲାପରେ କିପରି କୋଟପାଡ଼ ଲେମ୍ପ ରେ ହୋଉଥିବା ଦୁର୍ନୀତି, ସାର ରେ ହେଉଥିବା ଦୁର୍ନୀତି ଓ ଲେମ୍ପ ପରିସରରେ ଦଲାଲ ମୁକ୍ତ ହେବ ସେହି ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ନିଜ ଅଭିଭାଷଣ ରେ କହିଥିଲେ lଲେମ୍ପସ ଏମ.ଡି.ଶ୍ରୀ ରାଜେନ୍ଦ୍ର ନାୟକଙ୍କ ସମେତ ଶ୍ରୀ ରମାକାନ୍ତ ବିଶୋଇ,ବାଳକୃଷ୍ଣ ମାଝୀ,ବୀରେନ ବିଶୋଇ,ପ୍ରକାଶ ମହାନ୍ତି ,ସନ୍ତୋଷ ମିଶ୍ର,ବିଶ୍ୱ ତ୍ରିପାଠୀ ,ମନୋଜ ବ୍ରହ୍ମା,ଲେମ୍ପସ ସଭାପତି ଶ୍ରୀମତି ପଦ୍ମା ନାୟକଙ୍କ ସମେତ ବହୁ ଚାଷୀ ଏବଂ ସମସ୍ତ ନିର୍ଦେଶକ ମାନେ ଓ ଭାରତ ମିଡ଼ିଆ ଆସସେସିଆନ ସାମ୍ବାଦିକ ସଦସ୍ୟ ମାନେ ଉପସ୍ଥିତ ଥିବାର ଦେଖାଯାଇଥିଲା |

Leave a Reply

Your email address will not be published. Required fields are marked *