ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଟୁ ମନ୍ତବ୍ୟ, କଂଗ୍ରେସ ନେତାଙ୍କ ବିରୁଦ୍ଧରେ ବିକ୍ଷୋଭ

ଫୋକସ ପ୍ଲସ(କେନ୍ଦୁଝର)୨୯/୦୭/ ୨୦୨୨: ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଉପରେ “ରାଷ୍ଟ୍ରପତି ନୁହେଁ ରାଷ୍ଟ୍ରପତ୍ନୀ” ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ୍ ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ କଂଗ୍ରେସ୍ ଦଳ ବିରୁଦ୍ଧ ରେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା, କେନ୍ଦୁଝର ଜିଲ୍ଲାର ଦୁଇ ସାଧାରଣ ସମ୍ପାଦକ ସବୀର ଦାଶ ଏବଂ ଅକ୍ଷୟ ମହାରଣା ଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ ସହିତ ବିବାଦୀୟ ନେତା ଙ୍କ କୁଶ ପୁତ୍ତଳିକା ଦାହ କରା ଯାଇଅଛି। ଏ କାର୍ଯ୍ୟକ୍ରମ ରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରିୟବ୍ରତ ଜେନା, ରୁପେଶ ରଣା, ଶେଖର ସେଠୀ, ତ୍ରିନାଥ ସେଠୀ, ୟୁଦ୍ଧିଷ୍ଠିର ମହାନ୍ତ, ଅଶ୍ଵିନୀ ମହାନ୍ତ, ସେହେନ୍ ସାହ ଆଲମ୍ ଙ୍କ ସମେତ ଅନ୍ୟାନ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ବେଳେ କେନ୍ଦୁଝର ନଗର ପାଳ ଅଧ୍ୟକ୍ଷା ନିକୁ ସାହୁ, ବିଜେପି ର ବରିଷ୍ଟ ନେତ୍ରୀ କିରଣବାଳା ନାୟକ, ସତ୍ୟବ୍ରତ ନାଏକ, ଦୁର୍ଗା ବାରିକ୍, ପ୍ରକାଶ ଚନ୍ଦ୍ର ସୂତ୍ରଧର, ଅନୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ରହି ଥିଲେ।

Leave a Reply

Your email address will not be published. Required fields are marked *