ନୂଆ ନେତା ଅନୁସନ୍ଧାନରେ ପାଲହଡା ନିର୍ବାଚନ ମଣ୍ଡଳୀ

ଫୋକସ ପ୍ଲସ(ବିୟୁରୋ) ୨୯/୦୭/ ୨୦୨୨: ଅନୁଗୁଳ ଜିଲ୍ଲା ପାଲହଡା ନିର୍ବାଚନ ମଣ୍ଡଳୀ ହେଉଛି ରାଜ୍ୟ ରାଜନୀତିର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ, କାରଣ ଏଠି କୌଣସି ବିଧାୟକ ଥରେ ରୁ ୨ ଥର ରିପିଟ୍ ହୁଅନ୍ତି ନାହିଁ l ବିଧାୟକମାନେ ନିଜର ଗାଦି ବଞ୍ଚାଇ ପାରନ୍ତି ନାହିଁ କିମ୍ବା ଦଳ ବିଧାୟକ ପରିବର୍ତ୍ତନ କରିବା ଏକ ଷ୍ଟ୍ରାଟେଜି ତାହା ସମସ୍ତଙ୍କୁ ଅଜଣା l ସେହିପରି ଏଭଳି କ୍ଷେତ୍ରରେ 2024 ନିର୍ବାଚନକୁ ନେଇ ନୂଆ ନେତା ଅନୁସନ୍ଧାନରେ ରହିଛି ବିଜୁ ଜନତା ଦଳ l ଗତ 2019 ବିଧାନସଭା ନିର୍ବାଚନରେ ବିଜେପି ଛାଡି ବିଜେଡି ଯୋଗ ଦେଇଥିବା ମୁକେଶ ପାଳ ଏବେ ପୁଣି ଥରେ ବିଜେପି ମୁହାଁ ହୋଇଛନ୍ତି l ଯଦି 2024 ରେ ଦଳ ଟିକେଟ ନ ଦିଏ ତାହେଲେ ବିଜେପିରେ ସାମିଲ ହୋଇ ପାରନ୍ତି ବିଜେଡି ବିଧାୟକ ମୁକେଶ ପାଳ l ଏହି ପଞ୍ଚାୟତ ନିର୍ବାଚନରେ ନିଜ ପଞ୍ଚାୟତରେ ଅସ୍ତିତ୍ବ ଜାହିର ନ କରି ପାରିବା, କର୍ମୀ ଅସନ୍ତୋଷ ଓ ବ୍ୟାପକ ଦୁର୍ନୀତି ପ୍ରସଙ୍ଗରେ ଦାଗି ହେବାକୁ ଲାଗିଣେଣି ମୁକେଶ l ଯାହା ଫଳରେ ଏବେ ନୂଆ ମୁହଁ ଖୋଜୁଛନ୍ତି ଦଳର ହାଇକମାଣ୍ଡ l ଆଉ ଦଳର ଏହି ଆଭିମୁଖ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଧାୟକ l ଓ ଏବେଠୁ ଦଳର ଶୀର୍ଷ ନେତାଙ୍କ ବିରୁଦ୍ଧରେ ମୁହଁ ଖୋଲବା ଆରମ୍ଭ କରି ସାରିଲେଣି ବିଧାୟକ ମୁକେଶ ପାଳ l ଆଗକୁ ଦଳର ଅନ୍ତ କନ୍ଦଳକୁ ପଦାରେ ମୁକେଶ ନ ପକାଇବେ ସେଥିରେ କୌଣସି ସନ୍ଦେହ ନାହିଁ l

ସେପଟେ ବିଜେପି ସହ ବିଶ୍ୱାସ ଘାତକତା କରି ବିଜେଡିକୁ ଆସିଥିବା ମୁକେଶଙ୍କୁ ପୁଣି ବିଜେପି କେତେଦୂର ଗ୍ରହଣ କରିବ ତାକୁ ନେଇ ମଧ୍ୟ ଚର୍ଚ୍ଚା l କିନ୍ତୁ ଏଥର ବିଜେପି 3rd ଫ୍ଲୋର ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବଦଳରେ ସମ୍ବଲପୁର ସାଂସଦ ତଥା ପଡୋଶୀ ଜିଲ୍ଲା ଦେବଗଡ଼ ରାଜା ନୀତେଶ ଗଙ୍ଗଦେବଙ୍କ ଉପରେ ଭରସା ରଖିଛନ୍ତି ମୁକେଶ l ଯଦି ବିଜେଡି ଆଗକୁ ସୁଯୋଗ ନ ଦିଏ ତାହେଲେ ବିଜେପିରେ ସାମିଲ ହେବାରେ ସହାୟକ ସାଜିବେ ନୀତେଶ ଗଙ୍ଗଦେବ l ଓ ଏହି ସମ୍ପୂର୍ଣ ମାଷ୍ଟରପ୍ଲାନରେ ମାଧ୍ୟମ ସାଜିଛନ୍ତି ବିଜେଡି ଯୁବ ନେତା ସବ୍ୟସାଚୀ କପୋଟଦାର୍ l କାରଣ ନୀତେଶ ଗଙ୍ଗଦେବଙ୍କ ପୁତୁରା ହେଉଛନ୍ତି ସବ୍ୟସାଚୀ l ଆଉ ଏମିତିରେ ବି ବିଧାୟକ ମୁକେଶ ପାଳଙ୍କ ଖାସ୍ ଅନୁଗାମୀ ହେଉଛନ୍ତି ସବ୍ୟସାଚୀ l ଏହି ପୁରା ଘଟଣାକୁ ନେଇ ଏବେ ଚର୍ଚ୍ଚା ଓ ଆଲୋଚନା ଚାଲିଥିବା ବେଳେ ଚିନ୍ତାରେ ପଡିଛନ୍ତି ବିଧାୟକ ମୁକେଶ ପାଳ l ତେବେ ଏଭଳି ପରିସ୍ଥିତିରେ ବିଧାୟକ ନିଜର ଗାଦି ବଞ୍ଚାଇବାକୁ ଚେଷ୍ଟା କରିବେ ନାଁ ଦଳ ବଦଳାଇବେ ତାହା କେବଳ ଦେଖିବାକୁ ବାକି ରହିଲା l

ବିୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *