ମନ୍ତ୍ରୀ ପ୍ରମିଳାଙ୍କ ପ୍ରତିକ୍ରିୟାକୁ ନେଇ କଡା ସମାଲୋଚନା

ଫୋକସ ପ୍ଲସ(ବ୍ୟୁରୋ)୩୦/୦୭/୨୦୨୨: ଆସନ୍ତା ୨୦୨୪ ନିର୍ବାଚନରେ ବିରୋଧୀ ଶୂନ୍ୟ ହେବ ଓଡିଶା | ୧୪୭ ବିଧାୟକ ଓ ୨୧ ସାଂସଦ ଆସନ ବିଜେଡ଼ି ହାତେଇବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ | ହେଲେ ଏହି ଦୃଢୋକ୍ତିକୁ ନେଇ କଡା ସମାଲୋଚନା ହେବାକୁ ପଡୁଛି ରାଜସ୍ବ ମନ୍ତ୍ରୀ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ | ବିଜେଡି ସଙ୍ଗଠନ ତୃଣମୂଳ ସ୍ତରରେ ସୁଦୃଢ ହୋଇଛି,ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି ଓ ବିରୋଧୀଙ୍କ କିଛି ହାୱା କିଛି କାମ ଦେବନି ବୋଲି ଏକ ଜାତୀୟ ଗଣମାଧ୍ୟମ ସର୍ଭେର ରିପୋର୍ଟକୁ ନେଇ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ |

ଏହାସହ ସେ କହିଛନ୍ତି ବିଜେପି ଯେଉଁ ସ୍ୱପ୍ନ ଦେଖୁଛି ସେ ସ୍ୱପ୍ନ ପୁରଣ ହେବନି । ପଞ୍ଚାୟତ ଓ ପୌର ନିର୍ବାଚନ ସଫା ହୋଇଗଲେ । ଆଗକୁ ସାଧାରଣ ନିର୍ବାଚନର ବି ସଫା ହୋଇଯିବେ । ଓଡ଼ିଆ ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରାଗଲା ବିଜେଡି ସମର୍ଥନ ଦେଲା । ଏହାକୁ ନେଇ ବିଜେପି ଶକ୍ତି ବୃଦ୍ଧି ପାଇବ ବୋଲି  ଭାବିବା ଭୂଲ୍ । ରାଜ୍ୟରେ କଂଗ୍ରେସ ବିଜେପି ଏକ ହୋଇଯାଇଛନ୍ତି ।  ବିଜେଡି ଯେତିକି ଭୋଟ୍ ପାଇଥିଲା ତାହା ବଢ଼ିଛି । କିନ୍ତୁ କଂଗ୍ରେସ ଭୋଟ୍ ବିଜେପିକୁ ଯାଇଛି । କଂଗ୍ରେସ ଲଢ଼ିବା ଅବସ୍ଥାରେ ନାହିଁ । ତାଙ୍କ ଭୋଟ୍ ଫେରାଇ ଆଣାନ୍ତୁ । ଏଭଳି ପରୋକ୍ଷରେ ବିଜେପି ଓ ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ପ୍ରମିଳା | କିନ୍ତୁ ପ୍ରମିଳାଙ୍କ ଏହି ପ୍ରତିକ୍ରିୟାକୁ ନେଇ ବିଭିନ୍ନ ମହଲରେ କଡା ସମାଲୋଚନା କରାଯାଉଛି | ସେପଟେ 2024ରେ ବିଜେଡି ସରକାର ଭାଙ୍ଗିବ ଓ ବିରୋଧୀ ଦଳ ସରକାର ଗଢ଼ିବ ବୋଲି ସବୁଠି ଚର୍ଚ୍ଚା ଚାଲୁଛି | ଲୋକଙ୍କ ସମସ୍ୟା ପରିବର୍ତ୍ତେ ବ୍ୟାପକ ଦୁର୍ନୀତି ପ୍ରସଙ୍ଗରେ ବିଜେଡ଼ି ଲିପ୍ତ ରହୁଛି ବୋଲି ଜନ ଅସନ୍ତୋଷ ବଢୁଥିବା ଦେଖିବାକୁ ମିଳୁଛି | ହେଲେ ଏଭଳି କ୍ଷେତ୍ରରେ ମନ୍ତ୍ରୀଙ୍କ ଏହି ବୟାନ ଆଚମ୍ବିତ ଲାଗୁଛି |

 

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *