ପୂନଃ ଉଦ୍ଧାର ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ

ଫୋକସ ପ୍ଲସ(କୋଟପାଡ଼) ୩୧/୦୭/ ୨୦୨୨:କୋରାପୁଟ ଜିଲ୍ଲାର କୋଟପାଡ ବ୍ଲକ୍ ଅନ୍ତର୍ଗତ କୋଟପାଡ ର ଗଙ୍ଗା ଭାବ ପରିଚିତ ଦମୟନ୍ତୀ ସାଗର ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି।ଶ୍ରୀ ଗଣେଶ ଚନ୍ଦ୍ର ପଣ୍ଡା ଙ୍କ ଆବାହକ କ୍ରମେ ସଭାପତି ଭାବରେ ଶ୍ରୀ ବାଳକୃଷ୍ଣ ଖାଡଙ୍ଗା ଓ ଉପସଭାପତି ବଂଶୀଧର ସାସମଲ ସମ୍ପାଦକ ଭାବରେ ଗୌରୀ ପ୍ରସାଦ ରଥ ସହ ସମ୍ପାଦକ ଭାବରେ ଶ୍ରୀ ଗୈାରୀ ପ୍ରସାଦ ପଟ୍ଟନାୟକ କୋଷାଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ପ୍ରହରାଜ, ଉପଦେଷ୍ଟା ଭାବରେ ଶ୍ରୀ ନରସିଂହ ବେହେରା ଓ ଗୋପିନାଥ ବିଶୋଇ ଓ ଅନାଦି ସାହୁ ଚୟନ ହୋଇଥିଲେ।
କୋଟପାଡ଼ ସହରର ସର୍ବ ପୁରାତନ ରାଜା ମହାରାଜା ସମୟ ର ଗଙ୍ଗା ଭାବରେ ପରିଚୟ ପାଇଥିବା ଦମୟନ୍ତୀ ସାଗର ପୂର୍ଣ ନିର୍ମାଣ କରି ପାଇଁ ଏହି ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ଏହି କମିଟି କୋରାପୁଟ ଜିଲ୍ଲାପାଳ , ସ୍ଥାନୀୟ ତହସିଲଦାର , ବିଡ଼ିଓ ,NAC ଅଧ୍ୟକ୍ଷ ଏସପି କୋରାପୁଟ, ଙ୍କୁ ଏକ ଲିଖିତ ପତ୍ର ଦେଇଛନ୍ତି।
୧୦୫ ଏକର ବିଶିଷ୍ଟ ସାଗର ଟି ବର୍ତମାନ ଜବରଦଖଲ ହୋଇ କରି ବର୍ତ୍ତମାନ ୭୦ ଏକର ହୋଇ ଯାଇଛି । ଓ ପୂରାତନ ସାଗର ଟି ବର୍ତମାନ ନିଜର ଅସ୍ତିତ୍ବ ହରେଇ ବସିଲାଣି। ପ୍ରଶାସନିକ ସ୍ତରରେ ଅବହେଳା ଓ ଲୋକ ପ୍ରତିନିଧି ଦାୟିତ୍ବ ହୀନତା ଯୋଗୁଁ ଗଙ୍ଗା ମାତାଙ୍କ ନିଷ୍ପେସିତ ଅବହେଳା ଓ ତିରସ୍କୃତ ହୋଇ ବର୍ତମାନ ପହଞ୍ଚିଛି।
ଏହି କମିଟି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକ ହୋଇ କୋଟପାଡ଼ ନଗର ଗଙ୍ଗା ,ମା ଦମୟନ୍ତୀ ସାଗର ପୂନଃ ଉଦ୍ଧାର ପାଇଁ ଆବାହନ ଦେଇଛନ୍ତି।
ନରସିଂହ ସେଠୀ, ରାମେଶ୍ବର ସ୍ୱାଇଁ, ଅଭିମନ୍ୟୁ ମଲ୍ଲିକ, ତ୍ରିନାଥ ସ୍ୱାଇଁ, ଦୁର୍ଗା ପ୍ରସାଦ ମଣ୍ଡଳ,ଭି ମାଲେଶ୍ଵର ରାଓ, ପ୍ରଶାନ୍ତ କୁମାର ସାହୁ, ସଞ୍ଜୟ ପ୍ରହରାଜ , ଭବାନୀ ପ୍ରସାଦ ପାଢ଼ୀ ସଭ୍ୟ ଭାବରେ ଚୟନ ହୋଇଥିଲେ।

 

କୋଟପାଡ଼ ବ୍ଳକ ରୁ ରାମ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *