ହାଇସ୍କୁଲ ରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ

ଫୋକସ ପ୍ଲସ(କେସିଙ୍ଗା)୧/୦୮/ ୨୦୨୨: ଓଡିଶା ସରକାର ପ୍ରତ୍ୟେକ ଜିଲ୍ଲା ରେ ବା ପ୍ରତ୍ୟେକ ଜିଲ୍ଲା ର ସ୍କୁଲ ମାନଙ୍କର ଉନ୍ନତି କରଣ କରିବା ପାଇଁ ବା ରୂପାନ୍ତରଣ କରିବାପାଇଁ ଲକ୍ଷ ଲକ୍ଷ ଟଙ୍କାର ବିନିଯୋଗ କରୁଛନ୍ତି କାରଣ ତାହାର ଏକ ମାତ୍ର ଲକ୍ଷ୍ୟ ଯେ ବାଚଚେ କୋ ପଢାଓ ଦେଶ ବଚାଓ ପିଲା ପଢିଲେ ଦେଶ ର ଉନ୍ନତି ହବ ସେହିପରି ପେକ୍ଷୀରେ ଓଡିଶା ସରକାର ଙ୍କ 5T ସଚିବ ଙ୍କ ଉଦ୍ୟମ ରେ ରାଜ୍ୟର ଅନେକ ସ୍କୁଲ ରେ ପଇସା ଖର୍ଚ୍ଚ କରାଯାଉଛି ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ପାଇଁ ବର୍ତମାନ ସମୟରେ ଓଡିଶା ରାଜ୍ୟର ଅନେକ ସ୍କୁଲ 5T ସଚିବ ଙ୍କ ଉଦ୍ୟମ ରେ ରୂପାନ୍ତରିତ ହୋଇସାରଥିବା ବେଳେ କିଛି 5T କାର୍ଯ୍ୟରତ ଚାଲିଛି କିନ୍ତୁ କିଛି 5T ମାନ୍ୟତା ପାଇଥିବା ସ୍କୁଲ ଗୁଡ଼ିକରୁ ଦୁର୍ନୀତି ର ଗନ୍ଧ ହେଉଛି ବୋଲି ଶୁଣିବାକୁ ମିଳୁଅଛି |

ଏହି ଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା, କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ଗ୍ରାମପଞ୍ଚାୟତ ର କାଣ୍ଡେଲ ଗାଁ ର 5T ମାନ୍ୟତା ପାଇଥିବା ସରକାରୀ ଉଚ୍ଚ୍ବ ବିଦ୍ୟାଳୟ ରେ କାଣ୍ଡେଲ ଗାଁ ର ଜନସାଧାରଣ ଉକ୍ତ ସ୍କୁଲ ର ଏମ ସି ଏଲ ” କମିଟି ମେମ୍ବର ଅଭିଭାବକ ଓ ଗାଁ କିଛି ଭଦ୍ରବ୍ୟକ୍ତି କାଣ୍ଡେଲ 5T ର ସରକାରୀ ଉଚ୍ଚ୍ବ ବିଦ୍ୟାଳୟ ରେ ଦୁର୍ନୀତି ର ଦୁର୍ଗନ୍ଧ ହଉଛି ବୋଲି ଅଭିଯୋଗ କରିଛନ୍ତି |

ଉକ୍ତ ଗ୍ରାମବାସୀ ଙ୍କ କହିବା ଅନୁଯାଇ କାଣ୍ଡେଲ ସରକାରୀ ଉଚ୍ଚ୍ବ ବିଦ୍ୟାଳୟ 1983, ରେ ଗ୍ରାମବାସୀ ମିଶି ତିଆରି କରିଥିଲେ ତାହା 1994 ରେ ସରକାରୀ ମାନ୍ୟତା ପାଇଥିଲା ଉକ୍ତ ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାଇ ଗ୍ରାମବାସୀ ଙ୍କ ଅନୁଦାନ ରୁ ଅନେକ ଗୁଡ଼ାଏ ସାମଗ୍ରୀ ଲଗାଯାଇଥିଲା ଓ ଶାଗୁଆନ ଗଛ ମଧ୍ୟ ଲଗାଯାଇଥିଲା ବିଗତ ଦିନରେ ସରକାର ତରଫ ରୁ 5T ଜରିଆରେ କାର୍ଯ୍ୟ ଆରମ୍ଭ କରାଗଲା ତାହା ବି ବିନା ଟେଣ୍ଡର ରେ ଓ 5T ସ୍କୁଲ କାମ ସରି ମଧ୍ୟ ଗଲା କିନ୍ତୁ ଏପର୍ଯ୍ୟନ୍ତ କୋୖଣସି ସୂଚନା ଫଳକ ନାହିଁ ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ପଚାରିଲେ 5T କାମ ରେ ସୂଚନା ଫଳକ ଲାଗେନାହିଁ କହିବା ସହିତ ସ୍କୁଲ ର ଅନେକ ପୁରୁଣା କାନ୍ଥ ରେ ଚୂନ ରଙ୍ଗ ମାରି ଲକ୍ଷ ଲକ୍ଷ ଟଙ୍କା ର ଆତ୍ମସାତ ହୋଇଥିବାର ଦୁର୍ଗନ୍ଧ ହୋଉଛି କାରଣ ପଂଚାୟତ ସମିତି ର ସମିତି ଗ୍ରାଣ୍ଡ ରୁ କାଣ୍ଡେଲ ସରକାରୀ ଉଚ୍ଚ୍ବ ବିଦ୍ୟାଳୟ କୁ କିଛି କୋଠରୀ ମରାମତି ପାଇଁ ଅନୁଦାନ ଆସିଥିଲା କିନ୍ତୁ ଗ୍ରାମବାସୀ ଙ୍କ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ମରାମତି ହୋଇଥିବା ସ୍କୁଲ କୋଠରୀ କୁ ନୂତନ ଛାତ ନଦେଇ ନିନ୍ମ ମାନର କାମ କରିବା ସହିତ ନିନ୍ମ ମାନର ଟିଣ ଚାଦର ଲଗେଇବା ଠିକ କିଛି ଦିନ ଭିତରେ ଅତି କମ ପବନେ ରେ ସମିତି ଗ୍ରାଣ୍ଡ ର ଅନୁଦାନ ରେ ମରାମତି ହୋଇଥିବା କୋଠରୀ ଟିଣ ଉଡିଯାଇ ଜଣେ ଛାତ୍ରୀ ଗୋଡ଼ ବାଜି |

ଆଘାତ ହୋଇଥିଲା ତାପରେ ଗ୍ରାମବାସୀ ଦୁଇ ଦିନ ଧରି ସ୍କୁଲ ରେ ତାଲା ପକେଇ ଆନ୍ଦୋଳନ କରି କଲେକ୍ଟର, ବିଡ଼ିଓ, ତହସିଲଦାର, JE ସମସ୍ତଙ୍କୁ ଅଭିଯୋଗ କରାଯାଇଥିଲା ସମସ୍ତ ସରକାରୀ ଅଫିସର ସ୍କୁଲ କୁ ଆସି ଦେଖିଲା ପରେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିଲେ ତାପରେ ଗ୍ରାମବାସୀ ଙ୍କ ଉଦ୍ୟମ ରେ ଜୟପୁର ଭିଜିଲାନ୍ସ SP ଙ୍କୁ ସ୍କୁଲ ର ଦୁର୍ନତି ହୋଇଥିବା ଅଭିଯୋଗ ରେ ତଦନ୍ତ ପାଇଁ ଦାବିପତ୍ର ଦିଆଯାଇଥିଲା କାରଣ ସମିତି ଗ୍ରାଣ୍ଡ ର ମରାମତି କୋଠରୀ ଏତେ ନିନ୍ମ ମାନର କାମ ହେଇଛି ବୋଲି ଦାବିପତ୍ର ଦେଇଥିବା ଜଣା ପଡିଛି ଆଉ ଖୁଦ ସ୍କୁଲ ବିଭାଗ ର JE ପଟେଲ ଗ୍ରାମବାସୀ ଙ୍କୁ କହିଥିଲେ କି ନିଜେ ଉପସ୍ଥିତ ରହି କୋଠରୀ ନିର୍ମାଣ କରିବେ କିନ୍ତୁ ଚାରିଆଡୁ ଦୁର୍ନୀତି ହୋଇଥାଏ ବୋଲି ଗ୍ରାମବାସୀ ସଫା ସଫା କେମେରା ସାମ୍ନା ରେ ନିଜର ପ୍ରତିକ୍ରିୟା ରଖିବା ସହିତ ଭିଜିଲାନ୍ସ ର ତଦନ୍ତ କଉ ଦିଗରେ ଗଲା ଆଉ କେତେ ଦୂର ଗଲା ଅସନ୍ତୋଷ ପ୍ରକାଶ କରିବା ସହିତ ଆଜି ପଯ୍ୟନ୍ତ କାଣ୍ଡେଲ ଗ୍ରାମବାସୀ ଅନ୍ଧାରଘେର ରେ ରହିଥିବା ର କହିଛନ୍ତି ତେଣୁ ଆମେ ବାଧ୍ୟ ହୋଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ସାହାଯ୍ୟ ନବା ପାଇଁ ବାଧ୍ୟ ହେଲୁ ବୋଲି କେମେରା ସାମ୍ନା ରେ ସ୍ପଷ୍ଟ ଭାବରେ ନିଜର ପ୍ରତିକ୍ରିୟା ରଖଛନ୍ତି ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ହେଲା ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାଇ ସ୍କୁଲ ରେ ଲାଗିଥିବା ଶାଗୁଆନ ଗଛ କାହା ନିର୍ଦେଶ ରେ କଟାଯାଇଛି ଫୋରେଷ୍ଟ ବିଭାଗ କୁ ଗଛ କଟା ସମ୍ପର୍କ ରେ ପରମିସନ ମଗାଯାଇଥିଲା କି ନାହିଁ କାହିଁ ଏଠି ଫୋରେଷ୍ଟ ବିଭାଗ ର କିଛି ଭିତରିଆ ସମ୍ପର୍କ ନାହିଁତ ଏହିଭଳି ଅନେକ ପ୍ରଶ୍ନ ଉଙ୍କି ମାରିବା ସହିତ କାଣ୍ଡେଲ ଏରିଆରେ ଚର୍ଚ୍ଚା ର ବିଷୟ ଜୋର ଧରିବାରେ ଲାଗିଛି ଓ କଟାଯାଇ ଥିବା ଶାଗୁଆନ ଗଛ ର ଆକଳନ ମୂଲ୍ୟ କେତେ ସ୍କୁଲ ର ଯେତେ ବି ପୁରୁଣା ସାମଗ୍ରୀ ଥିଲା କାହାକୁ ନଜଣାଇ କାହା ନିର୍ଦେଶ ବିକ୍ରି କରାଯାଇଛି ଏହିଭଳି ଅଭିଯୋଗ ହୋଇଛି ଯଦି ଆଗାମୀ ଦିନରେ କାଣ୍ଡେଲ ଗ୍ରାମବାସୀ ଙ୍କୁ ସରକାରୀ ଉଚ୍ଚ୍ବ ବିଦ୍ୟାଳୟ ର ସମସ୍ୟା କୁ ନେଇ ଭିଜିଲାନ୍ସ ତଦନ୍ତ ରେ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ରାଜ ରାସ୍ତା ରେ ଆନ୍ଦୋଳନ କରିବା ସହିତ ଲୋକାୟତ ର ଦ୍ୱାରସ୍ତ ହେବେ ବୋଲି ଉକ୍ତ କାଣ୍ଡେଲ ଗ୍ରାମବାସୀ ନିଜର ପ୍ରତିକ୍ରିୟା ରଖିଛନ୍ତି |

 

କଳାହାଣ୍ଡି ଜିଲ୍ଲା,କେସିଙ୍ଗା ରୁ ସତ୍ୟ ନାରାୟଣ ମହାନନ୍ଦ ଙ୍କ ରିପୋର୍ଟ ଫୋକାସ ପ୍ଲସ୍ |

Leave a Reply

Your email address will not be published. Required fields are marked *