ବନ୍ଦକୋଠରୀ ରୁ ଗଳିତ ଶବ ଉଦ୍ଧାର, ପର୍ଦାଫାସ କଲା ପୋଲିସ

ଫୋକସ ପ୍ଲସ(କୋଟପାଡ଼)୧/୦୮/ ୨୦୨୨: କୋଟପାଡ଼ ସହର ର ୧୧ନମ୍ବର ୱାର୍ଡ ମିଶନ କମ୍ପାଉଣ୍ଡ ..ବସ୍ତି ରଏକ ବନ୍ଦ କୋଠରୀ ମଧ୍ୟରୁ ଗତ ଶୁକ୍ରବାର ଦିନ ପରିତ୍ୟକ୍ତ ଅବସ୍ଥା ରେ ଅନନ୍ତ ଖରା ଙ୍କ ଶବ ଉଦ୍ଧାର କରିଥିଲା ପୋଲିସ। ଘଟଣା ର ପରିପାର୍ସିକ ସ୍ଥିତି ରୁ ଏହା ଏକ ହତ୍ୟା ବୋଲି ଜାଣିବାକୁ ପାଇଥିଲା ପୋଲିସ।ତେଣୁ ସାଇଟିଫିକ ଟିମ ଓ ଅନୁସନ୍ଧାନୀ କୁକୁର କୁ ଧରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୋଲିସ।ଆଉ ୭୨ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ଘଟଣା ର ପର୍ଦାଫାସ କରି ଅଭିଯୁକ୍ତ ଙ୍କ ନିକଟରେ ପହଞ୍ଚି ବାରେ ସଫଳ ହୋଇଛି କୋଟପାଡ ପୋଲିସ। ଏହି ହତ୍ୟା ଘଟଣା ରେ ଦୁଇଜଣ ଅଭିଯୁକ୍ତ ସାମିଲଥିବା ବେଳେ ପୋଲିସ ସ୍ୱଷ୍ଟ କରିଛି।ଦୁଇ ଅଭିଯୁକ୍ତ ମିଶି ପ୍ରଥମେ ଅନନ୍ତ ଙ୍କୁ ଘରେ ହତ୍ୟା କରି ଥିଲେ।ପରେ ଘର ଗଡ଼ରେଜ ରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।ତେବେ ଉଭୟ ଙ୍କ ଅଭିଯୁକ୍ତ କୋଟପାଡ଼ ସହର ବୋଲି ଜଣାପଡିଛି। ଦୁଇ ଅଭିଯୁକ୍ତ ହେଲେ ସୀମାଞ୍ଚଳ ବିନ୍ଧାଣି ଏବଂ କୀଶୋର ସୁନା। ପୋଲିସ ସୀମାଞ୍ଚଳ ବିନ୍ଧାଣି ଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି।ଏନେଇ ଆଜି ଏକ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି ବୋରିଗୁମ୍ମା SDPO ହରେକୃଷ୍ଣ ମାଝୀ।ଗିରଫ ଅଭିଯୁକ୍ତ ଙ୍କ ପାଖରୁ ଖଣ୍ଡା, ଛୁରୀ ଭଳି ମାରଣାସ୍ତ୍ର ଜବତ ହୋଇଥିବା ବେଳେ ନଗଦ ଦୁଇ ଲକ୍ଷ 84 ହଜାର 400 ଟଙ୍କା ମଧ୍ୟ ଜବତ ହୋଇଛି। ଅନ୍ୟ ଅଭିଯୁକ୍ତ କିଶୋର ସୁନା କୁ ପୋଲିସ ଅତିଶିଘ୍ର ଗିରଫ ପାରିବ ସୂଚନା ଦେଇଛନ୍ତି ବୋରିଗୁମ୍ମା SDPO ହରେକୃଷ୍ଣ ମାଝୀ l

 

ବିୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *