କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୋକସ ପ୍ଲସ(ଅନୁଗୋଳ)୧/୦୮/ ୨୦୨୨:ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପାଞ୍ଚଗଡ ବିଜୟ କୁମାରସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି କାର୍ସିନୋଭା କ୍ୟାନ୍ସର ହସ୍ପିଟାଲ୍ କଟକ ଓଡ଼ିଶା ପତ୍ରକାର ସଂଘ ଅନୁଗୋଳ ୟୁନିଟ୍ ର ମିଳିତ ଆନୁକୁଲ୍ୟରେ ଏକ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ବିଭିନ୍ନ ବ୍ଲକ୍ ରେ କ୍ୟାନ୍ସର ପୀଡ଼ିତ ହୋଇ ଥିବା ରୋଗୀ କିମ୍ବା ସାଧାରଣ ନାଗରିକ ଟିଏ କ୍ୟାନ୍ସର ରୋଗର ଲକ୍ଷଣ ଓ ଏହାର ନିବାରଣ ବିଷୟରେ ସବିଶେଷ ତଥ୍ୟ କିପରି ଏହି ସଚେତନତା କାର୍ଯ୍ୟକ୍ରମ ରେ ମାଗଣାରେ ବିସ୍ତୃତ ଭାବେ ଜାଣି ସଚେତନ ହୋଇ ପାରିବ, ସେଥିପାଇଁ ଏହି କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କାର୍ସିନୋଭା କ୍ୟାନ୍ସର ହସପିଟାଲର ପରିଚାଳନା ନିର୍ଦ୍ଦେଶକ ଖିତିଶ ମିଶ୍ର ଯୋଗଦେଇ କ୍ୟାନ୍ସର ରୋଗ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ। ତତ୍ ସହିତ କ୍ୟାନ୍ସର ର ପ୍ରକାରଭେଦ,। କ୍ୟାନ୍ସରର ଲକ୍ଷଣ ଓ ଏହାର ନିରାକରଣ ତଥା ନିରୋଗ ରହିବା ପାଇଁ ନିୟମିତ ଚେକ୍ଅପ ବିଷୟରେ ସ୍ଥିର ଚିତ୍ର ସାହାଯ୍ୟରେ ବୁଝାଇଥିଲେ। ଉପସ୍ଥିତ ସାଧାରଣ ଲୋକ ନିଜରସଙ୍କା ଦୂର କରିବା ପାଇଁ ରୋଗ ବିଷୟରେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ ଓ ଡାକ୍ତର ଶ୍ରୀ ମିଶ୍ର ଏହାର ଉତ୍ତର ରଖିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପତ୍ରକାର ସଂଘ ର ରାଜ୍ୟ ସଭାପତି ଅବିନାଶ ମିଶ୍ର, ରାଜ୍ୟ ଉପ ସଭାପତିହରପ୍ରସାଦ ଦାସ, କାର୍ଯ୍ୟକାରୀ ସଦସ୍ୟ ଜ୍ୟୋତିନ୍ଦ୍ର ସେଣ୍ଡ, ଲୋକ ସମ୍ପର୍କ ଅଧିକାରୀ କିଶୋର ଚନ୍ଦ୍ର ରଥ, ଓଡ଼ିଶା ପତ୍ରକାର ସଂଘ ଅନୁଗୋଳ ୟୁନିଟ୍ ର ସଭାପତି ସୁଶୀଲ କୁମାର ଆଇଚ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ପତ୍ରକାର ସଂଘ ଅନୁଗୋଳ ଜିଲ୍ଲା ୟୁନିଟ୍ସଦସ୍ୟ ତଥା ସାମ୍ବାଦିକ ସଞ୍ଜୟ କୁମାର ବିଶୋଇ, ଅଖିଳ କୁମାର ମହାପାତ୍ର,ରୁଦ୍ର ମୋହନସାହୁ, ଚୈତନ୍ୟ ସାହୁ, ସୁଧାକର ସାହୁ, ବିଭାସ କୁମାର ସାମଲ, ମନୋଜ କୁମାର ସାମଲ,ସୁବ୍ରତ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ସ୍ଥାନୀୟ ଅଞ୍ଚଳରୁ କ୍ୟାନ୍ସର ରୋଗୀ ଚିକିତ୍ସା ପାଇଁ ଆସି ମାଗଣାରେ ପରାମର୍ଶ ନେବାସହ ଔଷଧ ବିବରଣୀ ନେଇଥିଲେ। ଆଗାମୀ ଦିନରେ କ୍ୟାନ୍ସର ରୋଗରୁ ଦୂରେଇ ରହିବା ପାଇଁନିଶା ସେବନରୁ ଦୂରେଇ ରହିବା ପାଇଁ ଡାକ୍ତର ଶ୍ରୀ ଖୀତିଶ ମିଶ୍ର ଯୁବପିଢୀଙ୍କୁପରାମର୍ଶ ଦେଇଥିଲେ।

 

ବିୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *