ଫୋକସ ପ୍ଲସ(କୋଟପାଡ଼)୨/୦୮/ ୨୦୨୨:କୋଟପାଡ଼ ବିଜେଡିରେ ଦେଖିବାକୁ ମିଳିଛି ଫାଟ କିଛି ସ୍ୱାର୍ଥବାଦୀ ଓ ବିଶୃଙ୍ଖଳିତ ନେତାଙ୍କ ଇଞ୍ଜିତରେ ବିଗତ ବିଧାନସଭା ନିର୍ବାଚନ ଠାରୁ ଚାଲିଛି ବହିଷ୍କାର ପରେ ବହିଷ୍କାର ଏ ନେଇ ସତରଟି ପଞ୍ଚାୟତ ଓ କୋଟପାଡ଼ ଏନଏସିର ବିଭିନ୍ନ ମୋହଲରେ ପାଲିଟିଛି ଚର୍ଚ୍ଚାର ବିଷୟ l ଗଣମାଧ୍ୟ୍ୟମରେ ଶ୍ରୀ ତୋପନ କୁମାର ପାଣିଗ୍ରାହୀଙ୍କୁ ବହିଷ୍କାର କରିବାର ସୂଚନା ଆସିବା ପରେ ଆଜି କୋଟପାଡ଼ ଠାରେ ଗଣମାଧ୍ୟମ ସାମନାରେ ପ୍ରେସ୍ର ବିଜ୍ଞପ୍ତି ଦେଇ ନିଜ ପ୍ରତିକିୟା ରଖିଛନ୍ତି ଶ୍ରୀଯୁକ୍ତ ପlଣିଗ୍ରାହୀ l
ଯେଉଁ ନେତାମାନେ ପୌର ନିର୍ବାଚନ ଓ ଲେମ୍ପ ନିର୍ବାଚନରେ ଦାୟିତ୍ୱ ତୁଲେଇଥିଲେ ସେମାନଙ୍କର ଭୁଲ ନିଷ୍ପତି ଏବଂ ପ୍ରତିଶୋଧ ପରାୟଣ ଚିନ୍ତାଧାରା ଦଳକୁ ନିମ୍ନଗାମୀ କରିଅଛି l ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛିନ୍ତି ତାଙ୍କ ସମେତ ଆଉ ତିନିଜଣ ନୀଳମ୍ବିତ ହୋଇଥିବାର ବିଭିନ୍ନ ମିଡ଼ିଆ ଦ୍ୱାରା ଜାଣିପାରିଥିଲେ l ଏହାଦ୍ୱାରା ସ୍ୱଷ୍ଟ ହେଉଛିଯେ ବିଜେଡି ଦଳର ଗୋଷ୍ଠି କନ୍ଦୋଳ ଯୋଗୁ କୋଟପାଡ଼ରେ ବିନା ସଙ୍ଘର୍ଷରେ କଂଗ୍ରେସର ଗଡ଼ ଆଉଥରେ ମଜବୁତ ହବାରେ ଲାଗିଛି l ସୂଚନା ଥାଉକି ଶ୍ରୀ ତୋପନ ପାଣିଗ୍ରାହୀ ବିଗତ ପଞ୍ଚାୟତ ନିର୍ବାଚନରେ ଗିର୍ଲ୍ଲା ପଞ୍ଚାୟତ ର ସମିତିସଭ୍ୟ ପ୍ରାଥୀ ଭାବରେ ବିପୁଳ ଜନସମର୍ଥନ ସହ ବିଜୟଲାଭ କରିବା ପରେ ସେ କୋଟପାଡ଼ ବ୍ଲକ ଉପାଧ୍ୟକ୍ଷ ପଦକୁ ଅକ୍ତିଆର କରିଥିଲେ l ଶ୍ରୀ ପାଣିଗ୍ରାହୀ କହିଛନ୍ତି ବିଜେଡି ଦଳର କିଛି ବିଶୃଳିତ ନେତାମାନେ ତାଙ୍କ ମୋର ପ୍ରତିଦ୍ବନ୍ଦୀ ସ୍ୱାଧୀନ ପ୍ରାଥୀ ଘୋଡା ବେପାର ମାଧ୍ୟାମରେ ହୋରlଇବାକୁ ସହଯୋଗ କରିଥିଲେ l ଶ୍ରୀ ତୋପନ ପାଣିଗ୍ରlହିଙ୍କୁ ବିହଷ୍କାର କରିବା ଦଳର ଯୁବଛାତ୍ର, ମହିଳା କର୍ମୀ ଙ୍କ ମଧ୍ୟରେ ବିପରୀତ ପ୍ରତିକ୍ରିୟା ଦେଖିବାକୁ ମିଳିଛି l ଯଦି ଦଳର ଏହିଭଳି କାର୍ଯ୍ୟକଳାପ ରୁହେ ଆଗାମୀ ଦିନରେ ଯୁବପିଡ଼ିଙ୍କ ମନରେ ଦଳପ୍ରତି ଅନlସ୍ଥl ପ୍ରକାଶ କରିବା ସମ୍ଭାବନା ସୂଷ୍ଟି କରୁଛି l
ବିୟୁରୋ ରିପୋର୍ଟ ଫୋକସ ପ୍ଲସ