ଜନ ଜାଗରଣ ଅଭିଯାନର ରେ ଡାଇରିଆ ଅଞ୍ଚଳ ସ୍ଥିତି ଅନୁଧ୍ୟାନ

ଫୋକସ ପ୍ଲସ(କାଶୀପୁର)୨/୦୮/ ୨୦୨୨: ଜନ ଜାଗରଣ ଅଭିଯାନର ରାଜ୍ୟ ସଭାପତି ମଧୁସୂଦନଙ୍କ ନେତୃତ୍ବରେ ଦୁଇ ଦିନିଆ ଅନୁସନ୍ଧାନ କରି ମୃତକ ପରିବାର ସହ ଭେଟି ଗାଁର ମୁଖ୍ୟ ସମସ୍ୟାକୁ ବୁଝିଲେ l କାଶୀପୁର ବ୍ଲକକୁ “ମହାମାରୀ ମୁକ୍ତ” କରିବା କାଗଜରେ ନ ରଖ୍ ସରକାର, ପ୍ରଶାସନ ଯଥାଶୀଘ୍ର କାର୍ଯ୍ୟକାରୀ କରନ୍ତୁ l ପ୍ରତ୍ୟେକ ପରିବାରଙ୍କୁ ବିଶୁଦ୍ଧ ପାନୀୟ ଜଳ, ନାଳ ନର୍ଦମା, ପ୍ରତ୍ୟେକଘରେ ଶୌଚାଳୟ,ପକ୍କା ରାସ୍ତା, ପକ୍କା ଘର, କମ୍ୟୁନିଟି ହଲ ନିର୍ମାଣ କରିବା ସରକାର ପ୍ରାଥମିକତା ଦିଅନ୍ତୁ lଜନଜନ ଜାଗରଣ ଅଭିଯାନର ରାଜ୍ୟ ସଭାପତି ମଧୁସୂଦନଙ୍କ କହିବା ଅନୁଯାୟୀ ଦେଶ ସ୍ବାଧୀନତାର 75 ବର୍ଷ ହେଲା ପରେ ଦେଶ ‘ଆଜାଦିକା ଅମୃତ ମହୋତ୍ସବ ପାଳନ କରନ୍ତି, କିନ୍ତୁ ବାସ୍ତବରେ ଏହା ହେଉଛି ‘ଗୁଲାମି କା ବିଷର ତାଣ୍ଡବ ସେଥିପାଇଁ କାଶୀପୁର, ରାୟଗଡାରେ ଦୂଷିତ ଜଳ ପିଇ ଆଦିବାସୀ, ଦଳିତ ଓ ଗରିବ ଲୋକମାନେ ମରୁଛନ୍ତି। ନବୀନ ପଟ୍ଟନାୟକ ସରକାରଙ୍କ 22 ବର୍ଷଏବଂ ମୋଦି ସରକାରଙ୍କ 8 ବର୍ଷର ବିଫଳତା ଯୋଗୁଁ ଆଜି ଆଦିବାସୀ ବହୁଳ ଜିଲ୍ଲାରେ ଲୋକ ବିଶୁଦ୍ଧ ପାନୀୟ ଜଳ, ସ୍ବାସ୍ଥ୍ୟସେବା, ପରିବହନ, ପକ୍କା ଘର, ସ୍ବାସ୍ଥ୍ୟ ବ୍ୟବସ୍ଥା, ନାଳ ନର୍ଷମା କୁ ନିୟମିତ ସଫେଇ କରିବା ଆଦି ମୌଳିକ ସୁବିଧା ପାଇବାରେ ବଞ୍ଚିତ ହେଇଛନ୍ତି l ଏଣୁ କାଶୀପୁର ବ୍ଲକରେ 13 ଜଣଙ୍କ ମୃତ୍ୟ ରାଜ୍ୟ ଓ କେନ୍ଦ୍ର ସରକାରର ଅପାରଗତା ଓ ସ୍ଥାଣୁତା ଯୋଗୁଁ ଏହା ନିଶ୍ଚିତ ଭାବରେ 13 ଜଣ ହତ୍ୟା ବୋଲି ଗ୍ରହଣ କରାଯିବା ଦରକାର, ଜନ ଜାଗରଣ ଅଭିଯାନ ଆଗାମୀ ଦିନରେ ପ୍ରତ୍ୟେକ ମୃତକ ପରିବାରକୁ 20 ଲକ୍ଷ୍ୟ ଟଙ୍କା କ୍ଷତିପୂରଣ ଯୋଗାଇବା ସହ କାଶୀପୁର ବ୍ଲକକୁ “ମହାମାରୀ ମୁକ୍ତା” କରିବା ପାଇଁ ଜନ ଆନ୍ଦୋଳନ କରିବା ପାଇଁ ଅଣ୍ଟା ଭିଡ଼ିବ ବୋଲି ମତ ରଖିଛନ୍ତି l

କାଶୀପୁର ରୁ କର୍ଣ୍ଣ କନ୍ଦପାଣି ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *