ଆସିଲା ଚାଷୀଙ୍କ ବଡ଼ ଅଭିଯୋଗ

ଫୋକସ ପ୍ଲସ(କଳାହାଣ୍ଡି)୨/୦୮/ ୨୦୨୨: ଦେଶର ମେରୁଦଣ୍ଡ କୁହାଯାଉଥିବା ଚାଷୀଙ୍କୁ ଅଭିନବ ଉପାୟରେ ଠକେଇ କରାଯାଉଥିବା ଘଟଣା ମାନେ ସାମ୍ନା କୁ ଆସୁଛି l ଗତ କିଛି ବର୍ଷ ହେଲା ନର୍ଲା ଅଞ୍ଚଳରେ ଚାଷୀଙ୍କ ଫସଲବିମା ବାନ୍ଧି କିଛି ଦୂର୍ବୁତ ମାଲେ ମାଲ ହେଇ ଗଲେଣି l ହେଲେ ଏହି ଦୂର୍ବୁତ ମାନେ କିଏ ଏଯାଏ ଜଣା ପଡି ପାରି ନାହିଁ l କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ଗ୍ରାମପଞ୍ଚ୍ୟାୟତ ଅଧିନସ୍ଥ ଧରଣିପଦର୍ ଗାଁ ର ରଜନୀ ଶା ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିବା ଘଟଣା ସାମ୍ନା କୁ ଆସିଛି l ସେହିଭଳି ଭାବରେ ଶ୍ରିପୂର୍ ର ଆଉ ଜଣେ ଚାଷୀ ମିତ୍ରସେନ୍ ପ୍ରଧାନ ମଧ୍ୟ ପଲମ୍ ଫାଣ୍ଡି ରେ ଅଭିଯୋଗ କରିଥିବା ଘଟଣା ସାମ୍ନା କୁ ଆସିଛି l ଶ୍ରୀ ପ୍ରଧାନ ତାଙ୍କ ୧ .୮ଏକର ଜମିର କେହି ଜଣେ ଅଜଣା ବ୍ୟକ୍ତି ଫସଲ ବିମା ବାନ୍ଧି ଦେଇ ଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l କେବଳ ଏ ଦୁଇ ଚାଷୀଙ୍କ ନୁହେଁ ନର୍ଲା ବ୍ଲକ୍ ର ଏଭଳି ୭୦ ରୁ ୮୦ ଜଣ ଚାଷୀଙ୍କ ଫସଲ ବୀମା ବନ୍ଦା ଯାଇଥିବା ଘଟଣା ଏବେ ସାମ୍ନା କୁ ଆସିଲାଣି l ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ବଲବସପୁର ଓ ଧରଣିପଦର୍ ଗାଁ ର ରଜନୀ ଶା,ଦିଲୀପ ଶା,ଦୟାନିଧି ଶା, ଅମିତ୍ ଭୋଇ,ସୁବାସ ଭୋଇ,ପ୍ରେମ ଭୋଇ, କନେହି ଭୋଇ,ଉଜ୍ଜଳ ଶା ଙ୍କ ଚାଷ ଜମି ସମେତ ରହୁଥିବା ଘର ଡିହର ମଧ୍ୟ ପ୍ରଧାନ ମନ୍ତ୍ରୀ ଫସଲ ବୀମା କେହି ଜଣେ ଦୂର୍ବୁତ ବାନ୍ଧି ଦେଇଥିବା ଅଭିଯୋଗ କରିଛନ୍ତି l ଏହି ରାକେଟ୍ ରେ ବିଭାଗ ର କିଛି ସରକାରୀ କର୍ମଚାରୀ ମାନଙ୍କ ହାତ ରହିଥିବା ଚାଷୀ ଅଭିଯୋଗ କରୁଛନ୍ତି l ଗତ ବର୍ଷ ମଧ୍ୟ ନର୍ଲା ବ୍ଲକ କର୍ମେ ଗ୍ରାମ ପଞ୍ଚ୍ୟାୟତ ଅଧିନସ୍ଥ ଗୁଡ଼ିପଟା ଗ୍ରାମର ଅନେକ ଚାଷୀଙ୍କ ଫସଲ ବୀମା କେହି ଜଣେ ଅଜଣା ବ୍ୟକ୍ତି ଚାଷୀଙ୍କ ନାଁ ରେ ଫସଲ ବିମା ବାନ୍ଧି ମୁଟା ଅଙ୍କର ଟଙ୍କା ନିଜ ବ୍ୟାଙ୍କ୍ ଏକାଉଣ୍ଟ ରେ ଜମା କରେଇ ନେଇ ଥିବା ଘଟଣା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ଚାଷୀ କହୁଛନ୍ତି l ହେଲେ ଏ ଦିଗରେ କୌଣସି ପ୍ରକାର ଆଖି ଦୃଷୀୟ ପଦକ୍ଷେପ ପ୍ରଶାସନ ତରଫରୁ ନିଆ ଜାଇ ନ ଥିବାରୁ କିଛି ଅସାଧୁ ବ୍ୟକ୍ତି ସାହସ ପାଇ ଏଭଳି କାଣ୍ଡ ବାରମ୍ବାର କରିବା ପାଇଁ ସାହସ କରୁଛନ୍ତି ବୋଲି ଚାଷୀ ଅଭିଯୋଗ କରୁଛନ୍ତି l ସରକାର ଏପଟେ ଚାଷୀଙ୍କ ପାଇଁ ଯୋଜନା ଉପରେ ଯୋଜନା ଆଣିଲା ବେଳକୁ ଏ ଯୋଜନା ମାନଙ୍କ ଲାଭ ଚାଷୀଙ୍କ ପାଖକୁ ପୋହୋଞ୍ଚି ପାରୁ ନାହିଁ l ଏଣୁ ଚାଷୀ ମାନଙ୍କ ପାଇଁ ଆସୁଥିବା ଯୋଜନା କୁ ଚଲୁ କରିବାରେ କେଉ ଅସାଧୁ ବ୍ୟକ୍ତି ମାନଙ୍କ ହାତ ରହିଛି ତାକୁ ଚିହ୍ନଟ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀ ମହୋଲ ରୁ ସରକାରଙ୍କ ନିକଟରେ ଦାବି ହେଉଛି l

 

କଳାହାଣ୍ଡି ରୁ ବିଶ୍ୱରଂଜନ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *