ଫୋକସ ପ୍ଲସ(ଥୁଆମୂଳ ରାମପୁର)୨/୦୮/ ୨୦୨୨:ଏ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡ଼ି ପଞ୍ଚାୟତ କୁପୁରାବଜାର ଗ୍ରାମ ର ବାସ କରନ୍ତି ମନୋରଞ୍ଜନ ସାହୁ।ସ୍ତ୍ରୀ ଗୋଟିଏ ପୁଅ ଗୋଟିଏ ଝିଅ କୁ ନେଇ ଖୁବ ଖୁସି ରେ ଚଳୁଥିଲେ ମନୋରଞ୍ଜନ।ସିମୁଳିଆ ଠାରେ ଏକ ଜଳଖିଆ ଦୋକାନ କରି ଯାହା ରୋଜଗାର ହୁଏ ସେଥିରେ ନିଜ ପରିବାର ପ୍ରତିପୋଷଣ କରି ନିଜ ଝିଅର ବାହାଘର କରି ଖୁବ ଖୁସିରେ ଚଳୁଥିଲେ।ହେଲେ ଭାଗ୍ୟ ସାଥ ଦେଲାନି ମନରଞ୍ଜନ ଙ୍କ ଖୁସିର ସଂସାର ର ଲାଗିଗଲା କାହା ନଜର।ଆଜି କୁ 7 ମାସ ତଳର ହଟାସ ମନୋରଞ୍ଜନ ଙ୍କ ଦେହ ଧୀରେ ଧିରେ ଅସୁସ୍ଥ ହେବାକୁ ଲାଗିଲା ପରିବାର ଲୋକ ତାଙ୍କୁ କଟକ ରେ ଏକ ଘରୋଇ ମେଡିକାଲ କୁ ଚିକିତ୍ସା ନିମନ୍ତେ ନେଇଥିଲେ। ଡକ୍ଟର ତାଙ୍କର ସବୁ ଟେଷ୍ଟ କରି କହିଲେ ଯେ ମନୋରଞ୍ଜନ ଙ୍କୁ ଲିଭରକ୍ୟାନ୍ସର ହୋଇଛି ଏ କଥା ଶୁଣି ସ୍ତ୍ରୀ ଭାଙ୍ଗି ପଡିଲେ ।ମନୋରଞ୍ଜନ ଙ୍କୁ ଭଲ କରିବା ପାଇଁ ପାଖରେ ଯାହା ଟଙ୍କା ସୁନା ଗହଣା ଥିଲା ସବୁ ସାରିଲେଣି ହେଲେ ତାଙ୍କର ଅବସ୍ଥା ଧୀରେ ଧୀରେ ଅଧିକ ଅସୁସ୍ଥ ହେବାର ଲାଗିଛି।ପାଖରେ ଏବେ ସକ୍ଷମ ନ ଥିବାରୁ କିଛି ଶେଷରେ ସରକାରୀ ମେଡିକାଲ ରେ ଚିକିତ୍ସା ହେଉଛନ୍ତି ।ସରକାର ଙ୍କ ତରଫରୁ ଏକ କେମ ମାଗଣା ଦିଆ ଯାଇଥିବା ବେଳେ ଆହୁରି ଦୁଇଟି କେମ ଆବଶ୍ୟକ ।ହେଲେ ଦୁଃଖର କଥା କେମ ନେବା ପାଇଁ ପରିବାର ପାଖରେ ସକ୍ଷମ ନାହିଁ ଅର୍ଥ ସାଜିଛି ବାଧକ।ସରକାରୀ ସ୍ତରରେ ହେଉ ବା ବେସରକାରୀ ସ୍ତରରେ ରେ ହେଉ ଯଦି କିଛି ସାହାଯ୍ୟ ମନୋରଞ୍ଜନ କୁ ମିଳିବ ତାହେଲେ ତାଙ୍କର ଚିକିତ୍ସା ହୋଇପାରନ୍ତା।ଯଦି କେହି ସହହୃଦୟ ବ୍ୟକ୍ତି ମନୋରଞ୍ଜନ କୁ ଆର୍ଥିକ ସାହାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ମନୋରଞ୍ଜନ ଙ୍କ sbi ଏକାଉଣ୍ଟ ନମ୍ବର |
SBI
Account number-39421900834
IFSC CORD-SBIN0009826
ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ