ଫୋକସ ପ୍ଲସ(ବାଲିଗୁଡ଼ା)୨/୦୮/ ୨୦୨୨:କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , କଟ୍ରୀକିଆ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। କଟ୍ରିକିଆ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ସାଇଲ କୁମାର ମଲିକ ଗଛରେ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଘଟଣା ପ୍ରକାରେ କଟ୍ରିକିଆ ପ୍ରାଥମିକ ବିଦ୍ୟାଳୟରେ ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସ ରହିଛି । ଏହି ହଷ୍ଟେଲରେ ପ୍ରାୟ ୨୬ରୁ ଉର୍ଦ୍ଧ ଛାତ୍ର ରହି ପାଠ ପଢୁଥିବା ଜଣାପଡିଛି । ହଷ୍ଟେଲ ଦାଇତ୍ବରେ ଥିବା ପ୍ରଧାନଶିକ୍ଷକ କିଶୋର କୁମାର ପ୍ରଧାନ ଛାତ୍ରମାନଙ୍କୁ ରାତ୍ରରେ ଏକାକି ଛାଡିଦେଇ ଘରକୁ ଚାଲିଯାଉଥିବା ଅଭିଯୋଗ ହୋଇଛି । ଯାହାଫଳରେ କି ଛାତ୍ରମାନେ ରାତ୍ର ସମୟରେ ଏଠାରେ ରହିବାକୁ ଭୟଭିତ ହୋଇ ଥାନ୍ତି। ପଞ୍ଚମ ଶ୍ରେଣିର ସାଇଲ କୁମାର ମଲିକ ଭୟଭିତ ହୋଇ ମାନସିକ ଭାରସାମ୍ୟ ହରାଇ ଗଛରେ ଗାମୁଛା ସାହାଯ୍ୟରେ ଫାସି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଅନ୍ୟ ଛାତ୍ରମାନେ ଜାଣିପାରି ଆତ୍ମହତ୍ୟା କରିବାରୁ ସାଇଲକୁ ମୃତ୍ୟୁମୁଖରୁ ବଞ୍ଚାଇ ଦେଇଥିବା ଜଣାପଡିଛି । ଏହି ଘଟଣା ଆଜକୁ ପାଞ୍ଚ ଦିନ ହେବ ଘଟିଥିଲେ ମଧ୍ୟ ଏହାକୁ ଚପାଇ ଦେବାକୁ ଉଦ୍ୟମ କରିଛନ୍ତି ପ୍ରଧାନ ଶିକ୍ଷକ କିଶୋର କୁମାର ପ୍ରଧାନ । ଏହି ଖବର ପରିବାରକୁ ମିଳିବା ପରେ ସାହିଲର ମାମୁଁ ସାହିଲକୁ ନିଜ ଘରକୁ ନେଇଯାଇଥିବା ବେଳେ ଘଟଣା ଘଟିବା ପରେ ବର୍ତ୍ତମାନ ସୁଧା ସ୍କୁଲର ପ୍ରଧାନଶିକ୍ଷକ କିମ୍ବା କୈଣସି ଷ୍ଟାଫ ସାହିଲକୁ ଭେଟିବା ପାଇଁ ଆସିନଥିବା ଅଭିଯୋଗ କରିଛନ୍ତି ଛାତ୍ରର ଅବିଭାବକ । ସ୍କୁଲର ପ୍ରଧାନଶିକ୍ଷକ ମହୋଦୟ ବିଭିନ୍ନ ପ୍ରକାର ଅଶ୍ଳୀଳ ଭାଷାରେ ଛାତ୍ରମାନଙ୍କୁ ଗାଳି ଗୁଲଜ କରିବା ସହିତ ଧମକ ଚମକ ଦେଉଥିବା ମଧ୍ୟ ଛାତ୍ର କ୍ୟାମେରା ସାମ୍ନାରେ କହିଛି । କରୋନା ମହାମାରୀ ସମୟରେ ୨୦୧୯-୨୦ ଶିକ୍ଷାବର୍ଷ ୨୦-୨୧ ଶିକ୍ଷାବର୍ଷର କରୋନାର ମଧ୍ୟାହ୍ନ ଭୋଜନ ଓ ଷ୍ଟାଇପେଣ୍ଡ ଟଙ୍କା ଛାତ୍ରମାନଙ୍କୁ ଦିଆନଯାଇ ଉକ୍ତ ଅର୍ଥକୁ ପ୍ରଧାନଶିକ୍ଷକ ହଡପ କରିଥିବା ଅଭିବାଭକ ମାନେ କହିଛନ୍ତି ।ଜଣେ ଛାତ୍ର ପିଛା ୯୦୦୦(ନଅହଜାର) ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି ।ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡିବ । ଏହାର ତଦନ୍ତ ଉଚ୍ଚପଦସ୍ତ ଅଧିକାରିଙ୍କ ଦ୍ବାରା କରାଯାଇ ଦୋଷୀ ପ୍ରଧାନଶିକ୍ଷକଙ୍କ ଉପରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବିଭାବକ ଓ ସ୍ଥାନୀୟ ଜନସାଧାରଣ ଜିଲ୍ଲା ପ୍ରଶାସନ ପାଖରେ ଦାବୀ କରିଛନ୍ତି ।
ବିୟୁରୋ ରିପୋର୍ଟ ଫୋକସ ପ୍ଲସ