ମୋଦୀ ତାଳଚେରର ସାମଗ୍ରୀକ ବିକାଶ ପାଇଁ ପ୍ରଚୁର ଅର୍ଥ ଦେଇଛନ୍ତି :କାଳନ୍ଦି ସାମଲ

ଫୋକସ ପ୍ଲସ(ତାଳଚେର)04/08/2022: ତାଳଚେର ହିଙ୍ଗୁଳା ମଣ୍ଡଳ ର ବିଜେପି ର କାର୍ଯ୍ୟକାରିଣୀ ବୈଠକ ଭରତପୁର ଠାରେ ମଣ୍ଡଳ ସଭାପତି ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ସିଂହ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସମ୍ପାଦକ ତଥା ଏନଏସଆଇସି ର ଡାଇରେକ୍ଟର କାଳନ୍ଦି ସାମଲ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ କ୍ଷେତ୍ରରେ ଓଡ଼ିଆ ଙ୍କୁ ଗୁରୁତ୍ୱ ଦେଉଛନ୍ତି ଯାହାକି ଓଡିଶା ର ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଙ୍କୁ ଦେଶର ରାଷ୍ଟ୍ରପତି କରାଇ ଆଜି ଓଡ଼ିଆ ଙ୍କୁ ସମ୍ମାନିତ କରିଛନ୍ତି ବୋଲି କହିଥିଲେ |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବଳିଷ୍ଠ ନେତୃତ୍ୱ ରେ ତାଳଚେର ରେ ବହୁବିଦ୍ଧ ବିକାଶ ହୋଇଛି, ସାର କାରଖାନା ପାଇଁ 13ହଜାର କୋଟି, ଥର୍ମାଲ ପାଇଁ 10ହଜାର କୋଟି,15ଶହ କୋଟି ରେ ମେଡିକାଲ କଲେଜ, ଦୁଇ ଦୁଇଟି ସେଣ୍ଟ୍ରାଲ ସ୍କୁଲ, ରେଳପଥ, ଜାତୀୟ ରାଜପଥ କୁ ପ୍ରଚୁର ଅର୍ଥ ପ୍ରଦାନ କରାଯାଇଛି |ଡ଼ିଏମଏଫ ଫଣ୍ଡ ଗଠନ କରି ହଜାର ହଜାର କୋଟି ଟଙ୍କା ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ମୋଦୀ ସରକାର ଯୋଜନା କରି କ୍ରିୟାନୟନ କରିଛନ୍ତି କିନ୍ତୁ ରାଜ୍ୟ ସରକାର ତାଳଚେର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ଟଙ୍କାଟିଏ ମଧ୍ୟ ଦେଇ ନାହାଁନ୍ତି |ତାଳଚେର ବିକାଶ ରେ ଲୋକପ୍ରତିନିଧି ସମେତ ରାଜ୍ୟ ସରକାର ବାଧକ ନସାଜି ସହାୟକ ହୁଅନ୍ତୁ ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ |ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା ଆଲୋଚନା କରିଥିଲେ, ସ୍ୱାଧୀନତା ର 75ବର୍ଷରେ ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ସମସ୍ତ ଙ୍କ ଘରେ ଅଗଷ୍ଟ 13ରୁ 15ପର୍ଯ୍ୟନ୍ତ ଜାତୀୟ ପତାକା ଲଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ |ମଣ୍ଡଳ ସାଧାରଣ ସମ୍ପାଦକ ଗୋପାଳ ସାହୁ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରି ଦ୍ରୌପଦୀ ମୁର୍ମୁ ଙ୍କୁ ରାଷ୍ଟ୍ରପତି କରାଇଥିବାରୁ, ନରେନ୍ଦ୍ର ମୋଦୀ, ଜେପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟବାଦ ଦେବା ସହ, ରାସ୍ତା ଘାଟ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି କାଟ, ମେଡିକାଲ କଲେଜ ନ କରାଇ ଦେବା ଆଦି ସମସ୍ୟା କୁ ନେଇ ରାଜ୍ୟ ସରକାର ଙ୍କ ଉପରେ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ |ଅନ୍ୟତମ ସାଧାରଣ ସମ୍ପାଦକ ସୁବ୍ରତ କୁମାର ସାହୁ ଏହାକୁ ସମର୍ଥନ କରିଥିଲେ |ଦଳର ବରିଷ୍ଠ କାର୍ଯ୍ୟକର୍ତା ମାନେ ଯୋଗଦେଇ ସାଙ୍ଗଠନିକ ଚର୍ଚ୍ଚା କରିଥିଲେ |ମହିଳା ମୋର୍ଚ୍ଚା ଜିଲ୍ଲା ଉପ ସଭାନେତ୍ରୀ ଇତିଶ୍ରୀ ସେନାପତି, ବରିଷ୍ଠ ନେତା ହିମାଂଶୁ ଶେଖର ସାହୁ, ବିରଞ୍ଚି ସାହୁ, ଓବିସି ମୋର୍ଚ୍ଚା ସଭାପତି ସୁଧୀର କୁମାର ପ୍ରଧାନ, କୃଷକ ମୋର୍ଚ୍ଚା ସଭାପତି ବାବୁଲି ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବାସନ୍ତୀ ବେହେରା, ଏସ ସି ମୋର୍ଚ୍ଚା ସଭାପତି ସତ୍ୟବାନ ବେହେରା, ଯୁବମୋର୍ଚ୍ଚା ସଭାପତି ସାଗର କୁମାର ସାହୁ ଙ୍କ ସମେତ ମଣ୍ଡଳ ର ସମସ୍ତ ପଂଚାୟତ ରୁ ମଣ୍ଡଳ କାର୍ଯ୍ୟକର୍ତା ଙ୍କ ସହ ଶତାଧିକ ପ୍ରମୁଖ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ |

 

Leave a Reply

Your email address will not be published. Required fields are marked *