ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ବୟାନ ରେକର୍ଡ

ଫୋକସ ପ୍ଲସ(ରାୟଗଡା)୦୭/୦୮/୨୦୨୨ : ରାୟଗଡା ଜିଲା ଗୁଣପୁର ଏଡ଼ିଜେ କୋର୍ଟରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ବୟାନ ରେକର୍ଡ କରାଯାଇଛି । ସମସ୍ତ ସାକ୍ଷୀଙ୍କ ବିଚାରଣା ସରିବା ପରେ ଏହି ପ୍ରକ୍ରିୟା ଶନିବାର ଏଡିଜେ ମାନସ ରଞ୍ଜନ ରଥଙ୍କ କୋର୍ଟରେ ହୋଇଥିଲା । ବିଜେଡି ନେତା ଯଯାତୀ ସାହୂ ହତ୍ୟା ମାମଲାରେ ସବ୍ୟସାଚୀଙ୍କ ବୟାନ ରେକର୍ଡ ହୋଇଥିଲା । ଆସନ୍ତା ୧୯ ତାରିଖରେ ମାମଲାରେ ଉଭୟ ପକ୍ଷଙ୍କ ଓକିଲଙ୍କ ମଧ୍ୟରେ ଯୁକ୍ତ ଉପସ୍ଥାପନା କରାଯିବା ସହ ରାୟ ପ୍ରକାଶ ପାଇବା ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଥିବା ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ବିଜେଡି ନେତା ଯଯାତୀ କେଶରୀ ସାହୁଙ୍କୁ ୨୦୦୨ ନଭେମ୍ବର ୨୬ ତାରିଖର ରାତ୍ରରେ ତାଙ୍କ ବାସ ଭବନ ନାଇରା ଠାରେ ମାଓ ବାଦୀ ମାନେ ଘରୁ ଘୋଷାରି ଆଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ସବ୍ୟସାଚୀଙ୍କ ସହ ଅନେକ ଲୋକଙ୍କ ନାମରେ ମାମାଲ ହୋଇଥିଲା । ପୂର୍ବରୁ ଅନେକ ଅଭିଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ମାମଲାରେ ନିଘୋଷରେ ଖୋଲାସ ହୋଇ ସାରିଛନ୍ତି । ଏହି ଘଟଣାରେ ମଧ୍ୟ ମାଓ ନେତା ସବ୍ୟସାଚୀ ପଣ୍ଡା ସଂପୃକ୍ତ ଥିବା ପୋଲିସ ମାମଲା ରୁଜୁ କରିବା ସହ ଚାର୍ଜ ସିଟ ଦାଖଲ କରିଥିଲେ । ଯାଯାତୀଙ୍କୁ ହତ୍ୟା କରାଯିବା ପରେ ରାଜ୍ୟର ଆଇନ ଶଙ୍ଖଳାକୁ ନେଇ ବିରୋଧୀ ବହୁ ତୁମ୍ବି ତୋଫାନ କରିଥିଲେ । ରାଜ୍ୟ ସରକାର ମାମଲାର ତଦନ୍ତ ପାଇଁ ବ୍ରହ୍ମପୁର ରାଜସ୍ବ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେହି ସମୟରେ ଏହି ଘଟଣାର ତଦନ୍ତ ହୋଇଥିଲା।

ଗୁଣପୁର ରୁ ପ୍ରଭାତ ମିଶ୍ରଙ୍କ ରିପୋର୍ଟ ଫୋକସ ପ୍ଲସ୍

Leave a Reply

Your email address will not be published. Required fields are marked *