ପାକିସ୍ତାନ ରୁ ମୋଦିଙ୍କ ପାଇଁ ରାକ୍ଷୀ ପଠାଇଲେ ଭଉଣୀ

ଫୋକସ ପ୍ଲସ(ବ୍ୟୁରୋ)୦୮/୦୮/୨୦୨୨ :ପାଖେଇ ଆସୁଛି ରାକ୍ଷୀପୂର୍ଣ୍ଣମୀ lଉତ୍ସାହର ସହ ଦିନ ଟିକୁ ଅପେକ୍ଷା କରି ରହିଛନ୍ତି ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଭଉଣୀମାନେ lରାକ୍ଷୀ ହେଉଛି ରକ୍ଷାର ପ୍ରତୀକ ଭଉଣୀ ଯେତେବେଳେ ଭାଇ ହାତରେ ରାକ୍ଷୀ ବାନ୍ଧେ ଭାଇ ତାକୁ ସବୁ ବିପଦରୁ ସୁରକ୍ଷା ଦେବା ପାଇଁ କଥା ଦିଏ l ଏହାହିଁ ହେଉଛି ଭାଇ ଭଉଣୀର ସମ୍ପର୍କ l ତେବେ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବାରୁ ବାଦ ପଡି ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ପାକିସ୍ତାନ ରୁ ମୋଦିଙ୍କ ପାଇଁ ଆସିଛି ରାକ୍ଷୀ l

ପାକିସ୍ତାନ ରେ ଜନ୍ମିତ ଭଉଣୀ କମର ମୋହସିନ ଶେଖ ପ୍ରତି ବର୍ଷ ମୋଦିଙ୍କ ହାତରେ ବାନ୍ଧନ୍ତି ରାକ୍ଷୀ l ଏହି ବର୍ଷ ବି ରାକ୍ଷୀ ପଠେଇଛନ୍ତି ମୋହସିନ ସାଙ୍ଗରେ ଭାଇଙ୍କ ପାଇଁ ଲେଖିଛନ୍ତି ସ୍ନେହ ଭରା ଚିଠି l ଏଥିରେ ସେ ଲେଖିଛନ୍ତି ମୋଦିଙ୍କ ସ୍ୱାସ୍ଥ୍ୟ ଭଲ ରହୁ ଏବଂ ସେ ଦୀର୍ଘାୟୁ ହୁଅନ୍ତୁ 2024 ରେ ହେବାକୁ ଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ଭାବରେ ବିଜୟୀ ହୁଅନ୍ତୁ l

ଏଥର ମୋଦିଙ୍କୁ ଭେଟି ରଖିବାନ୍ଧିବା ପାଇଁ କରିଥିବା ଯୋଜନା ର ପ୍ରସ୍ତୁତି ଶେଷ କରିସାରିଛନ୍ତି ମୋହସିନ l RSS କର୍ମୀ ଭାବରେ କାର୍ଯ୍ୟ କରୁଥିବା ସମୟରେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବା ଆରମ୍ଭ କରିଥିଲେ ମୋହସିନ l ସେବେଠାରୁ ସମ୍ପର୍କ ବଜାୟ ରଖିଛନ୍ତି ଉଭୟ ଭାଇ ଭଉଣୀ l ତେବେ ମୋହସିନ ପାକିସ୍ତାନ ରେ ଜନ୍ମ ହୋଇଥିବା ବେଳେ ଭାରତରେ ବିବାହ କରିଛନ୍ତି l ଦୀର୍ଘ 25ବର୍ଷ ହେବ ରାକ୍ଷୀ ବାନ୍ଧୁଛନ୍ତି ମୋହସିନ l

Leave a Reply

Your email address will not be published. Required fields are marked *