ସ୍ୱାସ୍ଥ୍ୟ ବିଭାଗର ପ୍ରତି ଅଣଦେଖା

ଫୋକସ ପ୍ଲସ(ଲାଞ୍ଜିଗଡ)୦୮/୦୮/୨୦୨୨:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକରେ ୧୬ ଗୋଟି ପଞ୍ଚାୟତ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ରହିଛି। ଏଠାରେ ବିଭିନ୍ନ ସମୟରେ ଦେଖାଯାଉଥିବା ସମସ୍ୟାଗୁଡିକ ମଧ୍ୟରୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଅନ୍ୟତମ। ଅଞ୍ଚଳରେ ଅଧିକାଂଶ ଗ୍ରାମକୁ ରାସ୍ତା ନାହିଁ। ମୋବାଇଲ ସେବାରୁ ମଧ୍ୟ ଲୋକମାନେ ବଞ୍ଚିତ। ବ୍ଳକରେ ୨୬ ଗୋଟି ପଞ୍ଚାୟତରେ ୫୮. ୮୩୯ ଜନସଂଖ୍ୟା ରହିଥିବା ବେଳେ ଅଞ୍ଚଳ ପାଇଁ ୫ଟି ଡାକ୍ତରଖାନା ରହିଛି।ଏଥିରେ ଆବଶ୍ୟକ ଅନୁସାରେ କର୍ମଚାରୀ ନଥିବା ଯୋଗୁଁ ବିଭିନ୍ନ ସମୟରେ ରୋଗୀ ସେବା ବାଧା ସୃଷ୍ଟି ହେଉଛି। ଫଳରେ ଗରିବ ଆଦିମ ଜନଜାତି ବର୍ଗର ଲୋକ ଚାଲି ଚାଲି ଲାଞ୍ଜିଗଡ଼ ଆସି ମଧ୍ୟ ବାଧ୍ୟ ହୋଇ ରାୟଗଡା ଓ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥାନ୍ତି।ବ୍ଳକରେ ଏହି ୫ଟି ଡାକ୍ତରଖାନା ମଧ୍ୟରୁ ଅନ୍ୟତମ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର।ଏହି ଡାକ୍ତରଖାନାରେ ଅଞ୍ଚଳର ୧୬ ଗୋଟି ପଞ୍ଚାୟତ ଲାଞ୍ଜିଗଡ଼,ଛତ୍ରପୁର, ବାତେରଲିମା,ବସନ୍ତପଡା,ଜଗନ୍ନା
ପୁର, ତ୍ରିଲୋଚନପୁର,
ବିଜେପୁର,ମାଳିଯୁବାଙ୍ଗ, ପାହାଡ଼ପଦର,ଲାଖବାହାଲି, ବେନଗାଁ,ଲାଞ୍ଜି,କାନକୁଟୁରୁ,କୁମାଖାଲ ଓ ଚମ୍ପାଦେଇପୁର ୨୮୦ ଗ୍ରାମର ୩୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇବା ପାଇଁ ନିର୍ଭର କରିଥାନ୍ତି।ପ୍ରତି ମାସରେ ୫୦ ରୁ ଅଧିକ ମହିଳାଙ୍କୁ ପ୍ରସୂତି ସୁବିଧା,
୨୦୦ ଶହ ରୋଗୀଙ୍କୁ ଅନ୍ତବିଭଗ ଚିକିତ୍ସା କରାଯାଇଥାଏ।ଏଥିରେ ବହିର୍ବୀଭାଗରେ ୨୦୦୦ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ମଧ୍ୟ ହେଉଛନ୍ତି।ହେଲେ ଡାକ୍ତରଖାନାରେ ବର୍ତ୍ତମାନ ୫ ଜଣ ଡାକ୍ତର ରହିଥିବା ବେଳେ ଜଣେ ଫାର୍ମାସିଷ୍ଟ, ଜଣେ ଷ୍ଟାଫନର୍ସ ଓ ଜଣେ ପିଅନ ଅଛନ୍ତି।ଡାକ୍ତରଖାନାରେ ଷ୍ଟାଫନର୍ସ ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟସେବା ପ୍ରଦାନରେ ସମସ୍ୟା ହେଉଛି।ବର୍ତ୍ତମାନ ଜଣେ ଷ୍ଟାଫନର୍ସ ତପନ ସାହୁ ରହିଥିବା ବେଳେ ହଜାର ହଜାର ଲୋକଙ୍କ ସ୍ୱାସ୍ଥ୍ୟସେବା ଯୋଗାଇ ବାରେ ବାଧା ସୃଷ୍ଟି ହେଉଛି।ଏନେଇ ଡାକ୍ତରଖାନାରେ ଷ୍ଟାଫନର୍ସ ନିଯୁକ୍ତି ଦେବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ କରିଥିଲେ।ଇତି ମଧ୍ୟରେ ୬ ମାସ ମଧ୍ୟରେ ୪ ଜଣ ଷ୍ଟାଫନର୍ସ ଲକ୍ଷ୍ମୀପ୍ରିୟା ସାହୁ,ନିଳାଞ୍ଚଳ ସାହୁ, ହରେକୃଷ୍ଣ ସାହୁ ଓ ରମାକାନ୍ତ ସାହୁଙ୍କୁ ଡାକ୍ତରଖାନାରେ ନିଯୁକ୍ତି ଦିଆ ଯାଇଥିଲା। ଦୁର୍ଭାଗ୍ୟ ବସତଃ ଅଞ୍ଚଳବାସୀ ସ୍ୱାସ୍ଥ୍ୟସେବା ପାଇବା ପୂର୍ବରୁ ସେଥିମଧ୍ୟରୁ ୪ଜଣଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେପୁଟେସନ କରିଛନ୍ତି।ଲକ୍ଷ୍ମୀପ୍ରିୟାଙ୍କୁ ବିଶ୍ୱନାଥପୁର ମେଡିକାଲ, ନିଳାଞ୍ଚଳଙ୍କୁ ମଦନପୁର ରାମପୁର, ହରେକୃଷ୍ଣଙ୍କୁ ଯୋଗସାଇପାଟଣା ଓ ରମାକାନ୍ତ ସାହୁଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ଡେପୁଟେସନ କରାଯାଇଛି।ଷ୍ଟାଫ ନର୍ସ ଡେପୁଟେସନକୁ ନେଇ ଗତ ମାର୍ଚ୍ଚ ୧୫ ତାରିଖରେ ଲୋକଙ୍କ ଅଭିଯୋଗ ପରେ ନିଳାଞ୍ଚଳ ସାହୁ ଲାଞ୍ଜିଗଡ ଫେରି ଆସିଲେ।କିନ୍ତୁ ମାତ୍ର ୩ ମାସ ବ୍ୟବଧାନରେ ପୁଣି ନିଳାଞ୍ଚଳ ସାହୁଙ୍କୁ ମ.ରାମପୁରକୁ ଡେପୁଟେସନ କରାଯାଇଛି।ଏନେଇ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି।ଚଳିତ ମାସ ୧୦ ତାରିଖ ଦିନ ଲାଞ୍ଜିଗଡ ବ୍ଳକ ଗସ୍ତରେ ସିଡ଼ିଏମଓ ଡ଼.କସ୍ତୁରୀ ମିଶ୍ର ଆସିଥିବା ବେଳେ ଲାଞ୍ଜିଗଡ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ସମସ୍ୟା ବିଷୟରେ ଲାଞ୍ଜିଗଡ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ସମାଜସେବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ ସମେତ ଲାଞ୍ଜିଗଡ ଅଞ୍ଚଳବାସୀ ଷ୍ଟାଫନର୍ସ ବାବଦକୁ ନେଇ ଅଭିଯୋଗ କରିଥିଲେ।କିନ୍ତୁ ଷ୍ଟାଫ ନର୍ସ ଦେବା ବଦଳରେ ପୁଣି ଆଉଜଣେ ଷ୍ଟାଫ ନର୍ସ ନିଳାଞ୍ଚଳ ସାହୁଙ୍କୁ ଡେପୁଟେସନ କରିବାକୁ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଏହାର ଯଦି ସ୍ଥାୟୀ ସମାଧାନ ନକରାଯାଏ ତାହାହେଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଉଲ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି।ଏନେଇ ବ୍ଳକ ଚିକିତ୍ସାଧିକାରୀ ନିହାର ରଞ୍ଜନ ସାହୁଙ୍କୁ ପଚାରିବାରୁ ହଁ କିଛି ଦିନ ହେଲା ନିଳାଞ୍ଚଳ ସାହୁଙ୍କୁ ମ. ରାମପୁର ଡେପୁଟେସନ ହୋଇଛି ଗତକାଲି ନୀଳାଞ୍ଚଳ ଙ୍କ ବଦଳରେ ଆଉଜଣେ ବିଶ୍ୱନାଥପୁର ଚିକତ୍ସାଳୟରେ କାର୍ଯ୍ୟରତ ଷ୍ଟାଫନର୍ସ ରୋଜାଲିନ ସେନାପତି ଙ୍କୁ ଲାଞ୍ଜିଗଡ ଡେପୁଟେସନ କରାଯାଇଅଛି ଏହାକୁ ନେଇ ବିଶ୍ୱନାଥପୁର ଅଂଚଳ ରେ ଅସନ୍ତୋଷ ର ବାତାବରଣ ଦେଖିବାକୁ ମିଳିଛି କାରଣ ବିଶ୍ୱନାଥପୁର ମୁଖ୍ୟ ଚିକିଛାଳୟ ରେ ରୀତିମତ ଭାବେ କର୍ତବ୍ୟ ଜାରିରଖନ୍ତି ତାଙ୍କ କର୍ତବ୍ୟ ରେ କେବେ ଅବହେଳା ପୋଷଣ କରନ୍ତି ନାହିଁ ତାଙ୍କୁ ଏହି ଠାରେ ହିଂ ରଖା ଯାଉ l ବିଶ୍ୱନାଥପୁର ଅଂଚଳ ବାସୀଙ୍କ ଅଭିଯୋଗ ଯେ ଲାଞ୍ଜିଗଡ ରୁ ଡେପୁଟେସନ ରେ ଆସି ବିଶ୍ୱନାଥପୁର ଚିକତ୍ସାଳୟ ରେ କାର୍ଯ୍ୟ କରୁ ଥିବା ଲଷ୍ମୀପ୍ରିୟା ସାହୁ ଙ୍କୁ ପୁନଶ୍ଚ ଲାଞ୍ଜିଗଡ ଫେରେଇ ନିଆଯାଉ ନଚେତ ଆଗାମୀ ଦିନରେ ଜିଲ୍ଲାପାଳ ଙ୍କୁ ତଥା ସି ଡ଼ି ଏମଓ଼ ଙ୍କ ପାଖରେ ଦାବି ରଖିବୁ ବୋଲି ଅଂଚଳ ବାସି ଚେତାବନୀ ଦେଇଛନ୍ତି ।ଯାହା ଫଳରେ ପ୍ରତି ମାସରେ ୬୦ ରୁ ଉର୍ଦ୍ଧ୍ବ ପ୍ରସୂତି ମହିଳା ସ୍ୱାସ୍ଥ୍ୟ ସେବା ପାଉଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସମସ୍ୟା ସୃଷ୍ଟି ହୋଇଛି।ଯାହା ଫଳରେ ମାସକ ମଧ୍ୟରେ ବର୍ତ୍ତମାନ ପ୍ରାୟ ୧୦ ଗୋଟି ପ୍ରସୂତି ମହିଳା ସ୍ୱାସ୍ଥ୍ୟ ସେବା ପାଇବା ସମ୍ଭବ ହେଉନାହିଁ।ଫଳରେ ଗରିବ ଲୋକେ ଗାଡି ଭଡାକରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ତଥା ରାୟଗଡା ଜିଲ୍ଲା ବିଷମ କଟକ ଖ୍ରୀଷ୍ଟିଆନ ଡାକ୍ତରଖାନାକୁ ଯାଇ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇଁ ବିଭିନ୍ନ ଖର୍ଚ୍ଚରେ ପଡୁଛନ୍ତି।

Leave a Reply

Your email address will not be published. Required fields are marked *