ଅର୍ଣ୍ଣ ଯୋଜନାରେ ବାଟମାରଣା ଖାଉଟି ମାନଙ୍କ ରାସ୍ତା ରୋକ

ଫୋକସ ପ୍ଲସ(କଟକସଦର)୦୮/୦୮/୨୦୨୨:ସୂଚନା ରୁ ପ୍ରଣାସ ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଠାରେ ଚାଉଳ ନମିଳିବାରୁ ହିତାଧିକାରୀ ମାନେ ଟାୟାର ଜାଳି ଆଜି ବନ୍ତ ବାରିକପୁର ରାସ୍ତା ଅବରୋଧ କରିବା ସହିତ ନାରାବାଜି କରିଥିବା ଦେଖିବାକୁ ମିଳି ଥିଲା,ଗୋବିନ୍ଦପୁର ସରପଞ୍ଚ ଓ ତାଙ୍କ ପ୍ରତିନିଧି ଭବେଦନ୍ଦ୍ର ସାହୁ, ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଶ୍ରୀଯୁକ୍ତ ସାହୁ ଙ୍କ କହିବା କଥା ରାଜ୍ୟ ସରକାର କହିବା ଅନୁଯାଇ ଲୋକଙ୍କ ଘର ପାଖରେ ରସନ ସାମଗ୍ରୀ ପହଁଚିବା କଥା, କିନ୍ତୁ ଆମ ପଂଚାୟତ ରେ ବ୍ଲକ ପ୍ରଶାସନ ଅତି ଚତୁର ଭାବରେ ଡିଲର ମାନଙ୍କ ହାତରେ ଟେକି ଲୋକଙ୍କୁ 5କିଲୋ ମିଟର ରୁ ଅଧିକ ରାସ୍ତା ଚଲାଉଛନ୍ତି, ଅପରପକ୍ଷରେ 200ସହରୁ ଅଧିକ ଲୋକଙ୍କ ଖାଉଟି ସାମଗ୍ରୀ ଡିଲର ମାନେ ବାଟ ମରଣା କରି ଲୋକଙ୍କୁ ଦିନ ପରେ ଦିନ ଗଡେଇ ଚାଲି ଛନ୍ତି, ଏହି ଘଟଣା ଆମେ ବ୍ଲକ ପ୍ରଶାସନ କୁ ଜଣେଇଲେ ମଧ୍ୟ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନ କାରି ମାନେ,ଏହି ଘଟଣା ଦୀର୍ଘ ଦିନ ହେବ ଚାଲି ଆସୁଥିଲା, ବେଳେ ଆଜି ଖାଉଟି ମାନେ ଟାୟାର ଜାଳି ବନ୍ତ ବାରିକପୁର ରାସ୍ତା ଅବରୋଧ କରିବା ସହିତ ଧାରଣାରେ ବସିଥିବା ଦେଖିବାକୁ ମିଳିଛି, ତେବେ ଏହି ଘଟଣା ଜଣା ପଡିଲା ପରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା |

ଭଦ୍ରକ ରୁ ସଂଜୀବ ସେନାପତି ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

 

Leave a Reply

Your email address will not be published. Required fields are marked *