ପୋଖରୀରେ ଫସିଗଲେ ଗଜରାଜ

ଫୋକସ ପ୍ଲସ(ପରଜଙ୍ଗ)୦୯ /୦୮/୨୦୨୨: ସୂଚନା ମୁତାବକ, ଆଜି ସକାଳ ସମୟରେ ପରଜଙ୍ଗ ବ୍ଲକ ଫରେଷ୍ଟ ସେକ୍ସନ୍ ଅଧିନ କଙ୍କିଳି ଗ୍ରାମର ଏକ ପୋଖରୀ କୁ ୫ଟି ହାତୀ ପାଣି ପିଇବାକୁ ଆସି ଫସି ଯାଇଥିଲେ |ପରଜଙ୍ଗ ବ୍ଲକରେ ହାତୀ ଉପଦ୍ରବ ଦିନ କୁ ଦିନ ବଢିବା ରେ ଲାଗିଥିବା ବେଳେ ଆଜି ସକାଳୁ ୫ଟି ହାତୀପଲ୍ଲ କଙ୍କିଳି ଗ୍ରାମ ଦନାର୍ ପୋଖରୀରେ ଫସି ଯାଇଥିଲେ | ଗ୍ରାମର କିଛି ଲୋକେ ସକାଳୁ ବିଲ ଯାଇଥିବା ବେଳେ ହାତୀପଲ୍ଲ କୁ ଦେଖି ଭୟଭିତ ହୋଇଯାଇଥିଲେ | ଗାଁ ରେ ଆସି କହିଥିଲେ ସୂଚନା ପାଇଁ ଫରେଷ୍ଟ ଗାର୍ଡ ଆସି ପହଞ୍ଚି ହାତୀପଲ୍ଲ କୁ ଜଗି ରହିଥିଲେ | ହାତୀଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଗହଳି ଜମିଥିବାରୁ ହାତୀ ପୋଖରୀ ରୁ ବାହାରରି ନଥିଲେ |ଶେଷରେ ବାଣ ଫୁଟାଇ ସାଇରନ୍ ବଜାଇ ଯେତେ ଯାହା ଚେଷ୍ଟା କରିଥିଲେ ମଧ୍ୟ ଲୋକଙ୍କ ଗହଳି ଦେଖି ହାତୀ ପୋଖରୀରୁ ବାହାରି ନଥିଲେ |ବହୁ ସମୟ ପରେ ଲୋକ ଙ୍କ ଗହଳି ଭାଙ୍ଗିବା ପରେ ହାତୀ ପୋଖରୀରୁ ବାହାରି ଜଙ୍ଗଲ ଯାଇଥିବା ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *