ଜେଏସଡବ୍ଲୁ ଦେଇଥିବା କୂଷି ଉପକରଣ କାହା ସ୍ବାର୍ଥ ରେ?

ଫୋକସ ପ୍ଲସ(ଦାନଗଦୀ)୦୯ /୦୮/୨୦୨୨: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ଗ୍ରାମ ପଞାୟତ କୁ ସ୍ଥାନୀୟ କାରଖାନା ଜେଏସଡବ୍ଲୁ କିଛି କୂଷି ଉପକରଣ ସିଏସଆର ଯୋଜନା ରେ ଦେଇଥିବା ବେଳେ ସେହି ଉପକରଣ ଗୁଡିକ ଦ୍ବାରା ଗ୍ରାମ ପଞାୟତ ର ସମସ୍ତ ଚାଷୀ ନିଜ ନିଜ ର ଚାଷ କାର୍ୟ୍ଯ ପାଇଁ ସାହାୟ୍ଯ କରିଥିବା ଦେଖିବାକୁ ମିଲୁଥିଲା ଯାହା କି ନିଜ ମନଇଚ୍ଛା ରେ କିଛି ଲୋକ ଙ୍କୁ ନେଇ ଗୋଟିଏ କମିଟି କରିବା ସହିତ ଏକ କାର୍ୟ୍ଯକ୍ରମ କରି ଯନ୍ତ୍ର ପାତି ଗୁଡିକ ବର୍ତ୍ତମାନ ର ସରପଂଚ ଙ୍କ ଉପସ୍ଥିତରେ ବଣ୍ଟନ କରାଯାଇଥିଲା।ମାତ୍ର ବଣ୍ଟନ ର କିଛି ଦିନ ପରେ ଚାଷ କାର୍ୟ୍ଯ ଆରମ୍ଭ ହେବା ଫଳ ରେ ଗ୍ରାମ ପଞାୟତ ରେ ଥିବା ସମସ୍ତ ଚାଷୀ ମାନଙ୍କ କାର୍ୟ୍ଯ ରେ ଲାଗିବା ପାଇଁ ଆସିଥିବା ଯନ୍ତ୍ର ପାତି ଗୁଡିକ ଦିଆଯାଇଥିବା କିଛି ଲୋକ ତାଙ୍କର ନିଜ ଉପକରଣ ଭଲି ନିଜ ଛଡା ଆଉ କାହାକୁ ଦେବାପାଇଁ ଇଛା ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି। ଯଦି କେହି ତାଙ୍କୁ ଏହି ବିଷୟ ରେ ପଚାରିବା ପାଇଁ ଚେ଼ଷ୍ଟା କରୁଛନ୍ତି। ତେବେ ତାଙ୍କ ର ଉତ୍ତର ଯାହା ମିଲୁଛି। ତାହା ଯେପରି ତାଙ୍କର ପୈତୃକ ସମ୍ପତ୍ତି ପରି କଥାବାର୍ତ୍ତା କରୁଛନ୍ତି। ଏହି ବିଷୟ ରେ କାରଖାନା କତ୍ତୁପକ୍ଷ ଙ୍କୁ ଅବଗତ କରିବା ପରେ ସେ କହିବା କଥା କି ନେଇଥିବା ଲୋକ ମାନେ ଆମକୁ ଭିଡିଓ କରି ପଠାଇଛନ୍ତି କି ଗ୍ରାମ ର ସମସ୍ତ ଲୋକ ବ୍ଯବହାର କରୁଛନ୍ତି।ମାତ୍ର ଯାହା କି ସପୂର୍ଣ୍ଣ ମିଥ୍ଯା ବୋଲି ପଞାୟତ ରେ ଥିବା ଚାଷୀ ମାନେ ଅଭିଯୋଗ କରୁଥିବା ଦେଖିବାକୁ ମିଳୁଛି।ଜେଏସଡବ୍ଲୁ କାରଖାନା ର ସିଏସଆର ର ମୁଖ୍ଯ କହିବା ଆମେ ଗ୍ରାମ ପଞାୟତ ରେ ଥିବା ଚାଷୀ ମାନଙ୍କ ପାଇଁ ଚାଷ ଉପକରଣ ଦେଇଛୁ ଯଦି କେହି ଏପରି କରୁଛନ୍ତି ତେବେ ଆମେ ତାଙ୍କ ବିଷୟ ରେ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚେ଼ଷ୍ଟା କରିବୁ, ମାତ୍ର ଯଦି କୌଣସି କାରଖାନା ସିଏସଆର ରେ କୌଣସି ଜିନିଷ ଗ୍ରାମ ପଞାୟତ ରେ ଥିବା ସମସ୍ତ ଚାଷୀ ମାନଙ୍କ ପାଇଁ ଯନ୍ତ୍ର ପାତି ଦେଲେ ତେବେ କାହା ସାହାସ ରେ ସେ ନିଜ ପୈତୃକ ସମ୍ପତ୍ତି ପରି ବ୍ଯବହାର କରିବ ବୋଲି ଗ୍ରାମ ପଞାୟତ ର ଅନ୍ୟ ସମସ୍ତ ଚାଷୀ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ତେଣୁ ଆଗକୁ କିପରି ଭାବରେ ଗ୍ରାମ ପଞାୟତ ର ସମସ୍ତ ଚାଷୀ ଯନ୍ତ୍ର ପାତି ଗୁଡିକ ର ଲାଭ ନେଇପାରିବେ ସେଥି ପାଇଁ ସଂପୂକ୍ତ ସଂସ୍ଥାକୁ ଜଖପୁରା ଗ୍ରାମ ପଞାୟତର ସମସ୍ତ ଚାଷୀ ଅନୁରୋଧ କରିଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *