ଲାଞ୍ଚ ନେଉଥିବା ସମୟରେ ଧରା ପଡିଲେ କୃଷି ଅଧିକାରୀ

ଫୋକସ ପ୍ଲସ(ଦାନଗଦୀ)୦୯ /୦୮/୨୦୨୨:  ପାଇକମାଳ ଠାରେ ସକାଳ 8.40 ମି ସମୟ ରେ ଜଣେ ଚାଷୀ ଙ୍କ ଠାରୁ ଦେଢ଼ ଲକ୍ଷ୍ୟ ଟଙ୍କା ଲାଞ୍ଚ ନଉଥିବା ସମୟ ରେ ଟ୍ରାପ କଳା ଭିଜିଲାନ୍ସ ଟିମ I ପ୍ରାପ୍ତ ସୂଚନା ଅନୁସାରେ କେରମେଲାବହାଲ ଅଂଚଳ ର ଚାଷୀ ଙ୍କ ଘରେ ମାତ୍ରାଧିକ ସାର ବସ୍ତା ଥିବା କଥା ପ୍ରଣୟ କୁମାର ମନ୍ତ୍ରୀ AAO ପାଇକମାଳ ମନ୍ତ୍ରୀ ଙ୍କ କହିବା ଅନୁଯାଇ ତମେ ଏହି ସବୁ ସାର ର କଳାବଜାରୀ କରୁଛ ତମ ନାମ ରେ କେସ ହେବ ତମେ ଜେଲ ଯିବ ମାତ୍ର ଶ୍ରୀ ମିତ୍ରଭାନୁ ସାହୁ (ଚାଷୀ ) ବାରମ୍ବାର ବୁଝାଇଥିଲେ ଯେ ସବୁ ଯାକ ସାର ମୋର ବ୍ୟାପାର ସହ କୌଣସି ସମ୍ପର୍କ ନାହିଁ ମାତ୍ର ମନ୍ତ୍ରୀ ତାହା ମାନିଲେ ନାହିଁ ଏବଂ କହିଲେ ଯଦି ତମେ ବଂଚିବା କୁ ଚାହୁଁଛ ତାହାହେଲେ ତମେ ମତେ ଦେଢ଼ ଲକ୍ଷ ଟଙ୍କା ଦେବାକୁ ପଡିବ ଏବଂ ତାହା ଡିଲ ଫାଇନାଲ ହୋଇଥିଲା ଶେଷରେ ଶ୍ରୀ ମିତ୍ରଭାନୁସାହୁ ଭିଜିଲାନ୍ସ କୁ ଏହା ବାବଦ କୁ ଜଣାଇଥିଲେ ଏବଂ ପ୍ଲାନ ମୁତାବକ ପାଇକମାଳ ନୃସିଂହନାଥ ରୋଡ଼ ରେ ଥିବା ମଙ୍ଗଳ TVS ସାମ୍ନା ରେ ଡିଲ ହେଉଥିବା ସମୟ ରେ ଭିଜିଲାନ୍ସ ଜାବୁଡି ପକାଇଥିଲା ଏଠାରେ ଗୋଟିଏ କଥା କହିରଖୁଛୁ କି କୃଷିଅଧିକାରୀ ବର୍ଷ ବର୍ଷ ଧରି ଝାରବନ୍ଧ, ପାଇକମାଳ ଅଂଚଳ ରେ ରହି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ପି ସି କରବାର ରେ ଲିପ୍ତ ଥିବାର କଥା ଅଂଚଳ ରେ ଘୁରିବୁଲୁଛି |

Leave a Reply

Your email address will not be published. Required fields are marked *