ଅଲେଖ ନଗର ଶିଶୁ ଉଦ୍ୟାନର ପୁନଉଦ୍ଧାର ପାଇଁ ଦାବି

ଫୋକସ ପ୍ଲସ(ବ୍ରହ୍ମପୁର)୦୯ /୦୮/୨୦୨୨: ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନଂ ୪୧ ର ଖଡାସିଙ୍ଗି ସ୍ଥିତ ଅଲେଖ ନଗର ଶିଶୁ ଉଦ୍ୟାନର ପୁନଉଦ୍ଧାର ଓ ରକ୍ଷଣlବେକ୍ଷଣ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ତଥା ମାନବ ଅଧିକାର ସୁରକ୍ଷା ମଞ୍ଚର ସଦସ୍ୟବୃନ୍ଦ l ଦୀର୍ଘ ବର୍ଷରୁ ଅଲେଖ ନଗର ଦ୍ୱିତୀୟ ଗଳିରେ ଥିବା ଏହି ଶିଶୁ ଉଦ୍ୟାନର ରକ୍ଷଣାବେକ୍ଷଣ ପ୍ରତି ନିଗମ କତୃପକ୍ଷ ଦୃଷ୍ଟି ନ ଦେବାରୁ ଏହାର ଚରମ ଅବକ୍ଷୟ ଘଟିଛି l ପାର୍କ ନିର୍ମାଣ ଆରମ୍ଭରୁ ଲାଗିଥିବା ଦୋଳି ଓ ଅନ୍ୟାନ୍ୟ ସରଞ୍ଜାମ ଗୁଡିକ ଭାଙ୍ଗି ଯାଇଥିବାବେଳେ ସମ୍ପୂର୍ଣ ପାର୍କ ଟି ବର୍ତମାନ ବର୍ଷା ଜଳ କାଦୁଅ ଓ ଲଟାବୁଦା ରେ ପରିପୂର୍ଣ ହୋଇଛି l ସ୍ଥାନୀୟ ଅଂଚଳରେ ଶିଶୁ ମାନେ ଖେଳିବା ପାଇଁ ଅନ୍ୟ କୌଣସି ସାଧନ ନ ଥିବାବେଳେ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ଅବସର ସମୟ ଟିକିଏ କଟାଇବା ପାଇଁ ଏହା ଏକ ମାତ୍ର ପାର୍କ ଥିଲା, କିନ୍ତୁ ବର୍ତମାନ ସ୍ଥାନୀୟ ଅଧିବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ତୁରନ୍ତ ଏହି ଶିଶୁ ଉଦ୍ୟାନର ପୁନଉଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ମହାରଣା ଓ ଗଗନ ଚନ୍ଦ୍ର ମଲ୍ଲିକ ଦୃଢ଼ ଦାବି କରିଛନ୍ତି l

ବ୍ରହ୍ମପୁରରୁ କାଳୀ ପ୍ରସାଦ ରଥଙ୍କ ରିପୋର୍ଟ ଫୋକସ୍ ପ୍ଲସ୍‌ |

Leave a Reply

Your email address will not be published. Required fields are marked *