ପାଞ୍ଚ ହଜାରରୁ ଉର୍ଦ୍ଧ ଜାତୀୟ ପତାକା ତିଆରୀ କରିବେ ମହିଳା ଗୋଷ୍ଠ

ଫୋକସ ପ୍ଲସ(ସାନଖେମୁଣ୍ଡି)୧୦/୦୮/୨୦୨୨:ରାଜ୍ୟ ସରକାର ମହିଳାମାନଙ୍କୁ ରୋଜଗାରକ୍ଷମ ଓ ଆତ୍ମନିର୍ଭରଶୀଳ ଏବଂ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ସଦାସର୍ବଦା ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଛନ୍ତି । ବର୍ତ୍ତମାନ ମହିଳା ମାନେ ଓଡ଼ିଶା ମିଶନ ଶକ୍ତି ଯୋଜନା ମାଧ୍ୟମରେ କିଛି ନୂତନ ପନ୍ଥା ଅବଲମ୍ବନ ଖାଦ୍ୟ ସାମଗ୍ରୀ ତଥା ଉନ୍ନତ ଧରଣର ଚାଷ କିମ୍ବା ସିଲାଇ କାର୍ଯ୍ୟ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ଏଥିରେ ସାମିଲ କରି ଆହୁରି ଉନ୍ନତ ଧରଣର କାର୍ଯ୍ୟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରୀ ପଞ୍ଚାୟତର ଉକ୍ତ ଗ୍ରାମରେ ଥିବା ବଜରଙ୍ଗୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ କର୍ମକର୍ତ୍ତା ମାନେ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସକୁ ଲକ୍ଷ୍ଯ ରଖି ଜାତୀୟ ପତାକା ସିଲାଇ କରି ଚର୍ଚ୍ଚାରେ ରହିବା ସହ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ଦେଶରେ 75ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ସାରା ଦେଶରେ ଏହି ବର୍ଷକୁ ସ୍ମରଣୀୟ କରିବା ପାଇଁ ଆଶା ବାନ୍ଧିଛନ୍ତି ଅନ୍ୟପଟେ ଦେଶର ପ୍ରଧାନମନ୍ତ୍ରୀ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ନିଜ ଘରେ ଜାତୀୟ ପତାକା ଲଗାଇବା ପାଇଁ ଆହ୍ୱାନ ଦେଇଛନ୍ତି । ଯାହାକୁ ନେଇ ଆଜି ପୋଡାମାରୀ ଅଞ୍ଚଳର ଏହି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ନିଜ ପ୍ରୟାସରେ ଦେଶର ତ୍ରିରଙ୍ଗା ପତାକା ସିଲାଇ କରି ପ୍ରଶଂସାର ପାତ୍ର ପାଲଟିଛନ୍ତି । ଏପରିକି ସେମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ 5 ହଜାରରୁ ଉର୍ଦ୍ଧ୍ଵ ଜାତୀୟ ପତାକା ସିଲାଇ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଯାହାକି ୩୨ ଜଣ ମହିଳା ଏଥିରେ ସାମିଲ ହୋଇ ଦିନରାତି ଏକ କରିଥିବା ଜଣାପଡିଛି । ପୂର୍ବରୁ ଏହି ମହିଳା ଗୋଷ୍ଠୀ ମହାମାରୀ କରୋନା ବୃଦ୍ଧି ସମୟରେ ମାସ୍କ ସିଲାଇ କରି ସରକାରୀ କାର୍ଯ୍ୟାଳୟ ଗୁଡିକୁ ପ୍ରଦାନ କରିଥିବା ସହ ସରକାରୀ ବିଦ୍ୟାଳୟ ଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ପୋଷାକ ପ୍ରସ୍ତୁତ କରି ଦେଇ ଆସୁଥିବା ନଜର ରହିଛି । ଏନେଇ ଗୋଷ୍ଠୀ ସଭାପତି ମଧୁମିତା ପ୍ରଧାନ ଦେଶପାଇଁ ତାଙ୍କ ଟିମ୍ ଜାତୀୟ ପତାକା ତିଆରି କରିପାରିଥିବାରୁ ନିଜକୁ ଗୈାରାନ୍ବିତ ମନେ କରୁଛନ୍ତି । ଶେଷରେ ରାଜ୍ୟ ସରକାର , ଜିଲ୍ଲା ଓ ବ୍ଳକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି |

 

ସାନଖେମୁଣ୍ଡି ରୁ ଦ୍ୱାରିକଣ୍ଠ ତ୍ରିପଥୟ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *