୧ କି.ମି ଲମ୍ବର ତ୍ରିରଙ୍ଗା ଯାତ୍ରା

ଫୋକସ ପ୍ଲସ(ବରଗଡ)୧୦/୦୮/୨୦୨୨: ବିକାଶ ଗ୍ରୁପ ତରଫରୁ ଏହି ଆୟୋଜନ କରାଯାଇଥିବା ବେଳେ, ବରଗଡ ଲେଙ୍ଗୁ ମିଶ୍ର ଛକ ରୁ ଶୋଭାଯାତ୍ରା ବାହାରି ବରଗଡ ସହର ପରିକ୍ରମା କରିଥିଲେ ଏହି ଅବସରରେ ବିକାଶ ସ୍କୁଲ ଛାତ୍ରଛାତ୍ରୀ ଙ୍କ ସମେତ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ, ସମାଜ ସେବୀ ସଂଗଠନ, ଏବଂ ସହର ର ହଜାର ହଜାର ଲୋକ ଯୋଗଦେଇ ଥିଲେ, ଏହି ଏୈତିହାସିକ ଶୋଭାଯାତ୍ରା ରେ ୲ ଏବଂ ଏକ କିଲୋମିଟ ର ତୀରଙ୍ଗା ଧରି ସହର ପରିକ୍ରମା କରିଥିଲେ, ବିକାଶ ଗ୍ରୁପ ଅଧକ୍ଷ ଡି. ମୁରୁଳି କ୍ରିଷ୍ଣା ଓ ପୂର୍ବତନ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ,ତେବେ ଏତେ ବଡ଼ ତୀରଙ୍ଗା ବରଗଡ ତଥା ଓଡିଶା ପାଇଁ ଏକ ଏଇତିହାସିକ ଦିନ ବୋଲି କହିଛନ୍ତି ବିକାଶ ଗ୍ରୁପ ଅଧକ୍ଷ l

ବରଗଡ ରୁ ଶ୍ରୀକାନ୍ତ ମଟାରୀ ଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *