ଖାଉଥିଲେ,ଭିଜିଲାନ୍ସ ହାବୁଡେ ପଡିଗଲେ

ଫୋକସ ପ୍ଲସ(ବେଗୁନିଆପଡା)୧୦/୦୮/୨୦୨୨:ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ଗୋଟିଏ  ବାଲି ଟ୍ରକ କୁ ଛାଡିବା ପାଇଁ 55ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ |ଏକ ଅଭିଯୋଗ କୁ ଭିତ୍ତି କରି ବ୍ରହ୍ମପୁର ଭିଜିଲାନ୍ସ ଟିମ ଆଜି ସମ୍ପୃକ୍ତ ଆର ଆଇ କାର୍ଯ୍ୟାଳୟ ରେ ଚଢ଼ାଉ କରି ଆର ଆଇ ଦେବାଶିଷ ମାଝୀଙ୍କୁ ରଙ୍ଗେ ହାଥ ଧରିଥିବା ସୂଚନା ମିଳିଛି |ସୂଚନା ମୁତାବକ ଉକ୍ତ ଆର ଆଇ ଙ୍କ ନାମରେ ଆଗରୁ ବିଭିନ୍ନ ଅଭିଯୋଗ ହୋଇ ଆସୁଥିଲା |ହେଲେ ଗତ ଦୁଇ ଦିନ ତଳେ ଏକ ବାଲି ବୋଝଇ ଟ୍ରକ ଠାରୁ ବିଭିନ୍ନ ବାବଦରେ 55ହଜାର ଟଙ୍କା ମାଗିଥିଲେ | କାଗଜ ପତ୍ର ଠିକ ନ ଥିବା ଦର୍ଶାଇ ଟ୍ରକ ମାଲିକ ଙ୍କ ଠାରୁ 30ହଜାର ଟଙ୍କାର ରସିଦ ଓ ବଳକା 25ହଜାର ଟଙ୍କା ଲାଞ୍ଚ ଆକାରରେ ମାଗିଥିଲେ |ଏ ନେଇ ଟ୍ରକ ମାଲିକ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ |ଯୋଜନା ମୁତାବକ ଆଜି ସକାଳ ସମୟରେ ଉକ୍ତ ଟ୍ରକ ମାଲିକ ଜଣଙ୍କ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ ମାଡି ବସିଥିଲା |ଅଧିକ ତଦନ୍ତ ପାଇଁ ଆର ଆଇ ଙ୍କ ଭଡା ଘର ସମେତ ତାଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ ଜାରୀ ରହିବ ବୋଲି ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *