ହାଇକୋର୍ଟ ରେ ନିଯୁକ୍ତି ହେଲେ ୨ ବିଚାରପତି

ଫୋକସ ପ୍ଲସ(ବ୍ୟୁରୋ)୧୩/୦୮/୨୦୨୨: ଓଡିଶା ହାଇକୋର୍ଟରେ ୨ ବିଚାରପତି ଙ୍କୁ ନିଯୁକ୍ତି ମିଳିଥିବା ସୂଚନା ମିଳିଛି l ଗୌରୀଶଙ୍କର ଶତପଥି ଏବଂ ଚିତ୍ତରଞ୍ଜନ ଦାସ ଙ୍କୁ ବରିଷ୍ଠ ବିଭାଗୀୟ ବିଚାରପତି ଭାବେ ନିଯୁକ୍ତି କରାଯାଇଛି l ୨ ବିଚାରପତି ରାଷ୍ଟ୍ରପତି ଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା ବିବୃତ୍ତି ଶୁଣିବାକୁ ମିଳୁଛି l ଖୁବ ଶୀଘ୍ର ଦୁଇ ବିଚାରପତି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି | ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶ | ପୂର୍ବରୁ 2022 July 25 ରେ ସୁପ୍ରିମକୋର୍ଟ ଏହି ଦୁଇ ଜଣଙ୍କ ନାମ ସୁପାରିଶ କରିଥିଲେ l ଗୌରୀଶଙ୍କର ଶତପଥି ଓଡିଶା ଜୁଡ଼ିସିଆଲ ଏକାଡେମୀ ର ନିର୍ଦ୍ଧେଶକ ଭାବେ କାର୍ଯ୍ୟରତ ଥିବା ବେଳେ ଚିତ୍ତରଞ୍ଜନ ଦାସ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟ କରୁଛନ୍ତି lଆଜି ଅପରାହ୍ନ ୩ଟା ୩୦ରେ ଶପଥ ପାଠ କରାଇବେ ମୁଖ୍ୟ ବିଚାରପତି| ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୪କୁ ବଢ଼ିବ |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ l

Leave a Reply

Your email address will not be published. Required fields are marked *