ଫୋକସ ପ୍ଲସ(ସୁନ୍ଦରଗଡ଼)୧୪/୦୮/୨୦୨୨: ସୁନ୍ଦରଗଡ ଜିଲ୍ଲାରେ ରାଜ୍ୟର ଦୂତୀୟ ଏମ୍ସ ପାଈଁ ଆସନ୍ତା ଅଗଷ୍ଟ ୧୬ତାରିଖରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ର ଆମରଣ ଅନଶନ ସୁନ୍ଦରଗଡ଼ ଠାରେ ନିର୍ମିତ ହୋଇଥିବା ଏନଟିପିସି ମେଡିକାଲ କଲେଜ କୁ ରାଜ୍ୟର ଦ୍ୱତିୟ ଏମ୍ସ ହସ୍ପିଟାଲ କରିବା ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ସୁନ୍ଦରଗଡ଼ବାସୀ ଙ୍କ ପାଇଁ ଧୁଆଁବାଣ ହୋଇଛି, କେନ୍ଦ୍ର ସରକାର ମାନାକରିବା ପରେ ସଙ୍ଗଠନ, ରାଜନିତୀ ଦଳ ,ପଶ୍ଚିମଓଡ଼ିଶାବାସୀ ମଧ୍ୟରେ ତୀବ୍ରପ୍ରିକ୍ରିୟାପ୍ରକାଶ ପାଇଛି, ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଲୋକେ ମଧ୍ୟ ନିର୍ଭର କରନ୍ତି, ସେହିପରି ବୁର୍ଲା ସରକାରୀ ଡାକ୍ତରଖାନା ସମଗ୍ର ପଶ୍ଚିମ ଓଡ଼ିଶାବାସୀ ଙ୍କ ସାହା ଭରସା ସାଜିଥିଲେ ହେଁ ଗୁରୁତର ରୋଗୀଙ୍କୁ ଉଚ୍ଚମାନ ଚିକିତ୍ସା ସୁବିଧା ଉପଲବ୍ଧ ହୋଉନାହିଁ, ତେଣୁ ଏହାକୁ ନେଇ ପଶ୍ଚିମଓଡିଶା ଯୁବମଞ୍ଚ ପକ୍ଷରୁ ଆସନ୍ତା ୧୬ ତାରିଖ drda ଛକ ଠାରେ ଅନିରିଷ୍ଟ କାଳ ପାଇଁ ଆମରଣ ଅନଶନ କରାଯିବ ବୋଲି ମଞ୍ଚ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ, ସାମ୍ୱାଦିକ ସମ୍ମିଳନୀରେ ଦିନେଶ ପଟେଲ, ସୁମିତ ଦାସ, ଅସିତ କୁମାର ପତି, ରଞ୍ଜନ ମହାନନ୍ଦିଆ, ଶୁଭମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ |
ସୁନ୍ଦରଗଡ଼ ରୁ ଅଶୋକ ଦାଶ ଙ୍କ ରିପୋର୍ଟ ଫୋକସ ପ୍ଲସ |