ପୁଣି କଡାକଡି ହେବ ହେଲମେଟ ଯାଞ୍ଚ

ଫୋକସ ପ୍ଲସ(ଭୁବନେଶ୍ୱର)୧୪/୦୮/୨୦୨୨: ଏଣିକି ବିନା ହେଲମେଟ ରେ ଗାଡି ଚଳାଉଥିବା ବେପରୁଆ ଚାଳକଙ୍କୁ ଆଉ ତ୍ରାହି ନାହିଁ | ରାଜ୍ୟ ପରିବହନ ବିଭାଗ ତରଫରୁ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ଅଭିଯାନ | ହେଲମେଟ ନ ପିନ୍ଧି ଗାଡି ଚଳାଉଥିଲେ ଭୋଗିବାକୁ ପଡିବ ଦଣ୍ଡ | ଚଳିତ ୧୬ ତାରିଖରୁ ପୁଣି ଆରମ୍ଭ ହେବ ହେଲମେଟ ଯାଞ୍ଚ | ବିନା ହେଲମେଟ ରେ ଧରା ପଡିଲେ ୩ ମାସ ଲାଇସେନ୍ସ ବାତିଲ ସହ ୧ ହଜାର ଟଙ୍କା ଜୋରିମାନା ଦେବାକୁ ହେବ | ଲାଇସେନ୍ସ ନଥିଲେ ଗାଡିକୁ ଜବତ କରିବ ଆରଟିଓ | ଦୁର୍ଘଟଣାରେ ମୃତ୍ୟୁ ଘଟଣା ଏବେ ନୀତିଦିନର ଖବର ପାଲଟିଛି | ବାଇକ ଜନିତ ଦୁର୍ଘଟଣା ଅଧିକ ମାତ୍ରାରେ ବଢିଛି |ବିନା ହେଲମେଟ ରେ ଗାଡି ଚଳାଇ ଦୁର୍ଘଟଣାରେ ଅଧିକ ମୃତ୍ୟୁ ହେଉଥିବା ସର୍ଭେ ରୁ ଜଣ ପଡିଛି | ଏଥିରେ ପ୍ରତିବନ୍ଧକ ଲଗାଇବାକୁ ଏଭଳି ନିଷ୍ପତି ନେଇଛି ରାଜ୍ୟ ପରିବହନ ବିଭାଗ | ରାଜ୍ୟରେ ୧୬ ରୁ ୩୦ ଯାଏ ରାଜ୍ୟରେ କଡାକଡି ହେବ ହେଲମେଟ ଚେକିଂ | ସକାଳ ୯ ରୁ ଦିନ ୨ ଏବଂ ୩ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚେକିଂ ର ସମୟ ନିର୍ଦ୍ଧାରଣ କରାଯାଇଛି |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *